ଗଛରେ ପିଟିଲା ବସ୍; ଜଣେ ମୃତ,୫୬ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟସ୍ଥ ବାଉଁଶନାଳରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏକ ବସ୍ ଗଛରେ ପିଟି ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫୬ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ମୃତ ମହିଳାଙ୍କ ନାଁ କାମେଶ୍ୱେରୀ ପ୍ରଧାନ। ତାଙ୍କ ଘର ଫୁଲବାଣୀରେ। […]

bus

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 12:28 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ମୁଜାଗଡ଼ ନିକଟସ୍ଥ ବାଉଁଶନାଳରେ ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏକ ବସ୍ ଗଛରେ ପିଟି ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫୬ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ୪ ଜଣଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ମୃତ ମହିଳାଙ୍କ ନାଁ କାମେଶ୍ୱେରୀ ପ୍ରଧାନ। ତାଙ୍କ ଘର ଫୁଲବାଣୀରେ। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ପ୍ରଥମେ ସୂଚନା ଆସିଥିଲା। ତେବେ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

କଳେଶ୍ୱର ନାମକ ଏହି ବସ୍‌ଟି ବାଇବେଲିରୁ ଭଞ୍ଜନଗର ଯାଉଥିଲା। ବସ୍‌ରେ ୭୦ରୁ ଅଧିକ ଯାତ୍ରୀ ଥିଲେ। ଆକ୍ସିଲ୍ ଛିଣ୍ଡି ଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା ବୋଲି କୁହାଯାଉଛି। ବସ୍‌ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ଆହତ ଯାତ୍ରୀମାନେ କହିଛନ୍ତି। ତେବେ ତଦନ୍ତ ପରେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି।

Related story