‘ପୁଷ୍ପକ ବିମାନ’ରେ ପ୍ରବେଶ କଲେ ବର କନ୍ୟା!
ନିଜ ବିବାହକୁ ସ୍ୱତନ୍ତ୍ର ଏବଂ ଅନନ୍ୟ ଢଙ୍ଗରେ କରିବା ପାଇଁ ସମସ୍ତେ ଚାହାଁନ୍ତି। ତେଣୁ ଲୋକମାନ ଏଥିପାଇଁ ନାନା ଉପାୟ ଚିନ୍ତା କରନ୍ତି। କିଏ ବାଜା ବାଣ ଏବଂ ଆତସବାଜିରେ ଚତୁର୍ଦ୍ଦିଗ କମ୍ପାଇବାକୁ ଚେଷ୍ଟାକରେ ତ କିଏ ଫୁଲର ମହକରେ ଚାରିଦିଗ ମହକାଇବାକୁ ଚେଷ୍ଟା କରେ। କିନ୍ତୁ ବିବାହରେ କିଏ କେବେ ପୁଷ୍ପକ ବିମାନରେ ପ୍ରବେଶ କରିବା କଥା ଶୁଣିଛନ୍ତି?, ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ଜଣେ ବର ଏବଂ କନ୍ୟା ବିବାହ କୁ ଉଡି ଉଡି ଆସୁଛନ୍ତି। ‘ପୁଷ୍ପକ ବିମାନ’ରେ ଆସି ସେମାନେ ବିବାହସ୍ଥଳରେ ପ୍ରବେଶ କରୁଛନ୍ତି ବୋଲି କୁହାଯାଉଛି। ଆପଣ ରାମାୟଣରେ ପୁଷ୍ପକ ବିମାନ କଥା ଶୁଣିଥିବେ। ରାବଣ ମା’ ସୀତାଙ୍କୁ ଅପହରଣ କରିବା ସମୟରେ ପୁଷ୍ପକ ବିମାନର ସାହାଯ୍ୟ ନେଇଥିଲେ। ତେବେ ଏବେ ଏହି ଦମ୍ପତିଙ୍କୁ ପୁଷ୍କକ ବିମାନରେ ବସିକି ଆସୁଥିବା କଥା କୁହାଯାଉଛି।
ଏହାକୁ ପୁଷ୍ପକ ବିମାନ କହିବାର ତାତ୍ପର୍ଯ୍ୟ କ’ଣ
ଏହାକୁ ପୁଷ୍ପକ ବିମାନ କହିବା ଅର୍ଥ ଏଥିରେ ଏକ ବିଶାଳ ପକ୍ଷୀ ରହିଛି। ପକ୍ଷୀଟି ଏକ କ୍ରେନ୍ ସହ ଯୋଡାଯାଇଛି। ଏହି କ୍ରେନ୍ରେ ଠିଆ ହୋଇ ବର କନ୍ୟା ଉଡ଼ି ଉଡ଼ି ଆସୁଛନ୍ତି। ଏମିତି ଏଣ୍ଟ୍ରି ବୋଧହୁଏ ପ୍ରଥମ ଥର ହୋଇଛି। ପୂର୍ବରୁ ଏମିତି ଆଡ଼ମ୍ବରରେ କେହି ଏଣ୍ଟ୍ରି କରିବାର ଦୃଶ୍ୟ ଆପଣ ବୋଧହୁଏ ଦେଖିନଥିବେ।
ଏମିତି ପ୍ରବେଶ କରିବା ବର କନ୍ୟାଙ୍କ ପାଇଁ ବିପଦସଙ୍କୁଳ ହୋଇପାରେ। ତଥାପି ବିବାହକୁ ନିଆରା ରୂପଦେବା ପାଇଁ ଏମାନେ ଏପରି ଏକ ବିପଜ୍ଜନକ ପଦକ୍ଷେପ ନେଇଛନ୍ତି। ଏମାନଙ୍କ ପ୍ରବେଶ ସମୟରେ ହିନ୍ଦୀ ଗୀତ ‘ବାହାରୋ ଫୁଲ୍ ବରଷାଓ’ ଗୀତ ବାଜିବାର ଶୁଣିବାକୁ ମିଳିଥିଲା। ବର କନ୍ୟା ତଳକୁ ଓହ୍ଲାଇବା ପରେ ତାଙ୍କୁ ବଡ ଆଡମ୍ବର ସହ ସ୍ୱାଗତ କରାଯାଇଥିଲା।
It’s a bird, it’s a plane, it’s the groom and bride.
Indian weddings are getting out of hand. pic.twitter.com/AEWlxw54xD
— Pakchikpak Raja Babu (@HaramiParindey) July 13, 2018
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।