ବୁଦ୍ଧିଆ ନିଖୋଜ ଥିବା ସୂଚନା ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ ପାଖରେ ନାହିଁ

ଭୁବନେଶ୍ୱର: ବୁଦ୍ଧିଆ ସିଂହ ନିଖୋଜ ଥିବା ନେଇ ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ ପାଖରେ କୌଣସି ସୂଚନା ନାହିଁ। ଆଜି ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କୁ ଦେଇଥିବା ରିପୋର୍ଟରେ ସ୍ପୋର୍ଟସ୍‌ ହଷ୍ଟେଲର କୋଚ୍ ଇନ୍‌ଚାର୍ଜ ଏହି କଥା ଉଲ୍ଲେଖ କରିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି,“ବୁଦ୍ଧିଆ ସିଂହ ନିଖୋଜ ହେବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍ ଖରା ଛୁଟି ପାଇଁ ୨୦୧୬ ମେ’ ୧୦ ତାରିଖରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ […]

whereis-budhia

whereis-budhia

Rakesh Mallick
  • Published: Friday, 15 July 2016
  • Updated: 15 July 2016, 09:32 PM IST

Sports

Latest News

letter-budhiaଭୁବନେଶ୍ୱର: ବୁଦ୍ଧିଆ ସିଂହ ନିଖୋଜ ଥିବା ନେଇ ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ ପାଖରେ କୌଣସି ସୂଚନା ନାହିଁ। ଆଜି ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷଙ୍କୁ ଦେଇଥିବା ରିପୋର୍ଟରେ ସ୍ପୋର୍ଟସ୍‌ ହଷ୍ଟେଲର କୋଚ୍ ଇନ୍‌ଚାର୍ଜ ଏହି କଥା ଉଲ୍ଲେଖ କରିଛନ୍ତି।

ଏହି ରିପୋର୍ଟରେ କୁହାଯାଇଛି,“ବୁଦ୍ଧିଆ ସିଂହ ନିଖୋଜ ହେବା ନେଇ ଆମ ପାଖରେ କୌଣସି ସୂଚନା ନାହିଁ। ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍ ଖରା ଛୁଟି ପାଇଁ ୨୦୧୬ ମେ’ ୧୦ ତାରିଖରୁ ଜୁନ୍ ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା। ଜୁନ୍ ୪ ତାରିଖରେ ହଷ୍ଟେଲ୍‌ରେ ଉପସ୍ଥିତ ହେବା ପାଇଁ ଅନ୍ତେବାସୀମାନଙ୍କୁ ନୋଟିସ୍ ଦିଆଯାଇଥିଲା। ଖରା ଛୁଟି ହେବାର ତିନି ଦିନ ପୂର୍ବରୁ ଅର୍ଥାତ ମେ’ ୭ ତାରିଖରୁ ଛୁଟିରେ ଯିବା ପାଇଁ ବୁଦ୍ଧିଆ କୋଚ୍ ଇନ୍ ଚାର୍ଜ ବି.କେ କାନୁନଗୋଙ୍କ ନିକଟରେ ଆବେଦନ କରିଥିଲେ। ତାଙ୍କୁ ମେ’ ୭ରୁ ଛୁଟିରେ ଯିବାକୁ ମଞ୍ଜୁରୀ ଦିଆଯାଇଥିଲା। ସେ ତାଙ୍କ ଭଉଣୀ ସସ୍ମିତା ସିଂହଙ୍କ ସହିତ ଘରକୁ ଯାଇଥିଲେ। ତେବେ ଖରା ଛୁଟି ପରେ ସେ ହଷ୍ଟେଲକୁ ଫେରି ନାହାନ୍ତି।”

ଏଥିରେ ଆହୁରି ଦର୍ଶାଯାଇଛି,“ବୁଦ୍ଧିଆ ନିଖୋଜ ହୋଇଥିବା ନେଇ ଏପର୍ଯ୍ୟନ୍ତ ଆମେ ତାଙ୍କ ଅଭିଭାବକ କିମ୍ବା ପରିବାର ଲୋକଙ୍କଠାରୁ କୌଣସି ସୂଚନା ପାଇନାହୁଁ। ଜୁନ୍ ୨୨ ତାରିଖରେ ତାଙ୍କ ଅଭିଭାବକଙ୍କୁ ମୋବାଇଲ୍ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। କୋଚ୍ ଇନ୍ ଚାର୍ଜଙ୍କୁ ସେ କହିଥିଲେ ଯେ ବୁଦ୍ଧିଆ ତିନି ଚାରି ଦିନ ମଧ୍ୟରେ ସ୍ପୋର୍ଟସ୍ ହଷ୍ଟେଲ୍ ଫେରିବେ। ବୁଦ୍ଧିଆଙ୍କ ଅନୁପସ୍ଥିତି ନେଇ ସ୍ପୋର୍ଟସ୍‌ ହଷ୍ଟେଲ୍ ଇନ୍‌ଚାର୍ଜ ଜୁନ୍ ୨୪ ତାରିଖରେ ତାଙ୍କ ମା’ ସୁକାନ୍ତି ସିଂହଙ୍କୁ ଏକ ଚିଠି ପଠାଇଥିଲେ। ୩୦ ତାରିଖରେ ପୁଣି ତାଙ୍କ ଅଭିଭାବକ ପ୍ରାଣକୃଷ୍ଣ ଖଟୁଆଙ୍କୁ ଚିଠି ଜାରି କରାଯାଇଥିଲା ଏବଂ ଏକ ସପ୍ତାହ ମଧ୍ୟରେ ହଷ୍ଟେଲ୍‌ରେ ରିପୋର୍ଟ କରିବାକୁ ବୁଦ୍ଧିଆଙ୍କୁ କହିବାକୁ କୁହାଯାଇଥିଲା। କିନ୍ତୁ ତାଙ୍କ ମା’ କିମ୍ବା ଅଭିଭାବକ କେହି ଆମ ଚିଠିର ଉତ୍ତର ଦେଇ ନ ଥିଲେ।”

ରିପୋର୍ଟରେ ଉଲ୍ଲେଖ କରାଯାଇଛି,“ଜୁନ ୩୦ରୁ ଜୁଲାଇ ୧୫ ମଧ୍ୟରେ ହଷ୍ଟେଲ୍‌ର କୋଚ୍‌ମାନେ ସାଲିଆ ସାହିର ବଲଭଦ୍ର ନଗର ସ୍ଥିତ ବୁଦ୍ଧିଆଙ୍କ ଘରକୁ ଏକାଧିକବାର ଯାଇଥିଲେ। କିନ୍ତୁ ସବୁଥର ଘରେ କେବଳ ବୁଦ୍ଧିଆଙ୍କ ଭଉଣୀମାନେ ରହୁଥିବା ସେମାନେ ଦେଖିବାକୁ ପାଇଥିଲେ। ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବୁଦ୍ଧିଆ ମା’ଙ୍କ ସହିତ ନୟାଗଡ଼ ସ୍ଥିତ ତାଙ୍କ ସଂପର୍କୀୟଙ୍କ ଘରକୁ ଯାଇଥିବା କଥା ତାଙ୍କ ଭଉଣୀମାନେ କହିଥିଲେ।”

ସ୍ପୋର୍ଟସ୍‌ ହଷ୍ଟେଲ୍ ପକ୍ଷରୁ ବୁଦ୍ଧିଆ ସିଂହ ନିଖୋଜ ହେବା ନେଇ କୌଣସି ଏଫ୍‌ଆଇଆର ଦିଆଯାଇନାହିଁ ବୋଲି ଏହି ରିପୋର୍ଟରେ କୁହାଯାଇଛି। ଯଦି ବୁଦ୍ଧିଆ ନିଖୋଜ ହୋଇଛନ୍ତି ବୋଲି ତାଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଅଭିଭାବକ ଅନୁଭବ କରୁଥାଆନ୍ତି, ତା’ହେଲେ ସେମାନେ ପୋଲିସ୍‌ ସହିତ ଯୋଗାଯୋଗ କରିପାରିବେ।

ବୁଦ୍ଧିଆ ସିଂହ ନିଖୋଜ ଥିବା ନେଇ ଗତକାଲି ଖୋର୍ଦ୍ଧା ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ କ୍ରୀଡ଼ା ବିଭାଗ ଓ ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲ୍‌କୁ ରିପୋର୍ଟ ମଗାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story