ବୁଦ୍ଧିଆ ସିଂହ ପ୍ରସଙ୍ଗ: ଅପହରଣ ମାମଲା ରୁଜୁ କଲା ପୋଲିସ୍

ଭୁବନେଶ୍ୱର: ବୁଦ୍ଧିଆ ସିଂହଙ୍କୁ ଖୋଜିବା ପାଇଁ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନିର୍ଦ୍ଦେଶ ଦେବା ପରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ପକ୍ଷରୁ ଆଇପିସିର ଧାରା ୩୬୩ରେ ଏକ ଅପହରଣ ମାମଲା ରୁଜୁ କରାଯାଇଛି। ଏ ନେଇ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ବୁଦ୍ଧିଆ ସିଂହଙ୍କୁ ନେଇ ନିର୍ମିତ ଫିଲ୍ମ “ବୁଦ୍ଧିଆ ସିଂହ-ବର୍ଣ୍ଣ ଟୁ ରନ୍” ଫିଲ୍ମର ପ୍ରଯୋଜକ ଶୁଭମିତ୍ର ସେନ୍‌ଙ୍କୁ ବି ନୋଟିସ୍ ଜାରି କରିଛି ସିଡବ୍ଲ୍ୟୁସି। ବୁଦ୍ଧିଆ ମୁମ୍ବାଇରେ […]

budhia

Rakesh Mallick
  • Published: Sunday, 17 July 2016
  • , Updated: 17 July 2016, 07:17 PM IST

ଭୁବନେଶ୍ୱର: ବୁଦ୍ଧିଆ ସିଂହଙ୍କୁ ଖୋଜିବା ପାଇଁ ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ନିର୍ଦ୍ଦେଶ ଦେବା ପରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ପକ୍ଷରୁ ଆଇପିସିର ଧାରା ୩୬୩ରେ ଏକ ଅପହରଣ ମାମଲା ରୁଜୁ କରାଯାଇଛି। ଏ ନେଇ ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ଏହା ସହିତ ବୁଦ୍ଧିଆ ସିଂହଙ୍କୁ ନେଇ ନିର୍ମିତ ଫିଲ୍ମ “ବୁଦ୍ଧିଆ ସିଂହ-ବର୍ଣ୍ଣ ଟୁ ରନ୍” ଫିଲ୍ମର ପ୍ରଯୋଜକ ଶୁଭମିତ୍ର ସେନ୍‌ଙ୍କୁ ବି ନୋଟିସ୍ ଜାରି କରିଛି ସିଡବ୍ଲ୍ୟୁସି। ବୁଦ୍ଧିଆ ମୁମ୍ବାଇରେ ଅଛନ୍ତି କି? ଯଦି ଅଛନ୍ତି କେଉଁଠି? କାହା ଅନୁମତିରେ ତାଙ୍କୁ ମୁମ୍ବାଇ ନିଆଯାଇଛି?- ଏ ସବୁର ଉତ୍ତର ଦେବା ପାଇଁ ସିଡବ୍ଲ୍ୟୁସି ତାଙ୍କୁ କହିଛନ୍ତି। ତିନି ଦିନ ଭିତରେ ଜବାବ ଦାଖଲ କରିବାକୁ ତାଙ୍କୁ କୁହାଯାଇଛି।

‘ଓଟିଭି’କୁ ମିଳିଥିବା ସୂଚନା ଅନୁଯାୟୀ ବୁଦ୍ଧିଆଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ “ବୁଦ୍ଧିଆ ସିଂହ-ବର୍ଣ୍ଣ ଟୁ ରନ୍‌”ର ମାର୍କେଟିଂ ଓ ପ୍ରଡକ୍ସନ ଟିମ୍ ତାଙ୍କୁ ଛୁଟିରେ ନେଇଛି। ଏପରିକି ବୁଦ୍ଧିଆ ପଢୁଥିବା ଘରୋଇ ସ୍କୁଲ୍‌ରେ ବି ଫିଲ୍ମର ପ୍ରଡକ୍ସନ ସଂସ୍ଥା ଛୁଟି ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ଫିଲ୍ମ ପ୍ରମୋସନ୍ ପାଇଁ ବୁଦ୍ଧିଆଙ୍କୁ ନେବାରେ ଆପତ୍ତି ନାହିଁ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଏତେ ଦିନ ଧରି ବୁଦ୍ଧିଆଙ୍କୁ ଛୁଟିରେ ନେବାର କାରଣ କ’ଣ? ଏଥିପାଇଁ ସ୍ପୋର୍ଟସ୍ ହଷ୍ଟେଲ୍‌କୁ ଜଣାଗଲା ନାହିଁ କାହିଁକି? ବୁଦ୍ଧିଆ ନିଖୋଜ ଖବର ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ କାହିଁକି ଏ ସଂପର୍କରେ ସ୍ପଷ୍ଟ କରୁ ନାହାନ୍ତି ପ୍ରଡକ୍ସନ ସଂସ୍ଥା? ବୁଦ୍ଧିଆଙ୍କୁ ଏ ପର୍ଯ୍ୟନ୍ତ ଫିଲ୍ମ ପ୍ରମୋସନରେ ସାମ୍ନାକୁ ନ ଆଣିବାର କାରଣ କ’ଣ?

ସୂଚନାଯୋଗ୍ୟ, ଖରା ଛୁଟି ପରେ ବୁଦ୍ଧିଆ ସିଂ ଭୁବନେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍‌କୁ ଫେରି ନାହାନ୍ତି। ଗତକାଲି ହଷ୍ଟେଲ୍ କର୍ତ୍ତୃପକ୍ଷ ସିଡବ୍ଲ୍ୟୁସିକୁ ଦେଇଥିବା ରିପୋର୍ଟରେ କହିଥିଲେ ଯେ ବୁଦ୍ଧିଆ ଖରା ଛୁଟିର ତିନି ଦିନ ପୂର୍ବରୁ ଛୁଟି ନେଇ ଚାଲି ଯାଇଥିଲେ। ଏ ପର୍ଯ୍ୟନ୍ତ ସେ ହଷ୍ଟେଲକୁ ଫେରି ନାହାନ୍ତି। ସେ ନିଖୋଜ ଥିବା ନେଇ ସେମାନଙ୍କ ନିକଟରେ କୌଣସି ସୂଚନା ନାହିଁ। ବୁଦ୍ଧିଆଙ୍କ ମା’ ଓ ଅଭିଭାବକଙ୍କ ସହିତ ଚିଠି ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେମାନେ କୌଣସି ଉତ୍ତର ପଠାଇ ନାହାନ୍ତି।

Related story