ବୁର୍ଲା ଭିମସାର ଜୁନିୟର ଡାକ୍ତର ସଂଘ ସଭାପତିଙ୍କୁ ହତ୍ୟା ଧମକ

ସମ୍ବଲପୁର: ବୁର୍ଲା ଭିମସାର ଜୁନିୟର ଡାକ୍ତର ସଂଘର ସଭାପତି ଶଙ୍କର ରାମଚନ୍ଦାନୀଙ୍କୁ ମୋବାଇଲ ଫୋନରେ ଗାଳିଗୁଳଜ ଓ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ସେ ବୁର୍ଲା ମେଡିକାଲ୍ ଫାଣ୍ଡିରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ରାମଚନ୍ଦାନୀ ହସପିଟାଲ୍ ପରିସରରେ ଡ୍ୟୁଟିକୁ ଯାଉଥିବା ବେଳେ ଅଜଣା ନମ୍ୱରରୁ ଫୋନ କଲ୍‌ ଆସିଥିଲା। ଜେଡିଏର ଆନ୍ଦୋଳନ ଓ ହସପିଟାଲ ପରିସରରେ କାହିଁକି ସୁରକ୍ଷା ବ୍ୟବସ୍ଥା କଡାକଡି କରାଗଲା, ସେନେଇ ଗାଳି ଗୁଲଜ କରିବା […]

sankar-ramchandani -

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 10:34 AM IST

ସମ୍ବଲପୁର: ବୁର୍ଲା ଭିମସାର ଜୁନିୟର ଡାକ୍ତର ସଂଘର ସଭାପତି ଶଙ୍କର ରାମଚନ୍ଦାନୀଙ୍କୁ ମୋବାଇଲ ଫୋନରେ ଗାଳିଗୁଳଜ ଓ ହତ୍ୟା ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ସେ ବୁର୍ଲା ମେଡିକାଲ୍ ଫାଣ୍ଡିରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ଗତକାଲି ରାତିରେ ରାମଚନ୍ଦାନୀ ହସପିଟାଲ୍ ପରିସରରେ ଡ୍ୟୁଟିକୁ ଯାଉଥିବା ବେଳେ ଅଜଣା ନମ୍ୱରରୁ ଫୋନ କଲ୍‌ ଆସିଥିଲା। ଜେଡିଏର ଆନ୍ଦୋଳନ ଓ ହସପିଟାଲ ପରିସରରେ କାହିଁକି ସୁରକ୍ଷା ବ୍ୟବସ୍ଥା କଡାକଡି କରାଗଲା, ସେନେଇ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲା ବୋଲି ଜେଡିଏ ସଭାପତି କହିଛନ୍ତି। କିଏ କାହିଁକି ଏମିତି କଲା, ସେ ନେଇ ସେ କିଛି ଜାଣି ନାହାନ୍ତି ବୋଲି ରାମଚନ୍ଦାନୀ କହିଛନ୍ତି।

ଶଙ୍କର ରାମଚନ୍ଦାନୀ କହିଛନ୍ତି, “ଗତକାଲି ରାତି ପ୍ରାୟ ୧୦ଟା ୧୫ରେ ମୁଁ ଡ୍ୟୁଟିକୁ  ଯାଉଥିବା ବେଳେ ଗୋଟିଏ ଅଜଣା ନମ୍ବରରୁ ମୋ ପାଖକୁ ଫୋନ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ଜଣଙ୍କ ମୋତେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲା। ଆନ୍ଦୋଳନ କରୁଛୁ, ଷ୍ଟ୍ରାଇକ୍ କରୁଛୁ ଓ ହସପିଟାଲ୍ ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା କଥା କହୁଛୁ, ଦେଖିବୁ ତୋତେ ମାରିଦେବି ବୋଲି କହିଥିଲା। ତା’ପରେ ଫୋନ୍ କାଟି ଦେଇଥିଲା।   ସେତେବେଳେ ମୁଁ ଥାନା ପାଖାପାଖି ଥିଲି। ମୁଁ ଥାନା ଭିତରକୁ ପଶିବା ବେଳକୁ ସେହି ନମ୍ବରରୁ ପୁଣି କଲ୍ ଆସିଥିଲା।  ଫୋନ୍ କରିଥିବା ବ୍ୟକ୍ତି ମୋତେ ପୁଣି ଗାଳିଗୁଲଜ କରିଥିଲା। ଥାନାରେ ଏଫଆଇଆର୍ ଦେବାବେଳେ ପୁଣି ଥରେ କଲ୍ ଆସିଥିଲା। ମୁଁ ଫୋନଟିକୁ ସଙ୍ଗେ ସଙ୍ଗେ ଥାନାର ଡ୍ରାଇଭରଙ୍କୁ  ଧରାଇ ଦେଇଥିଲି। ତାଙ୍କୁ ବି ଗାଳିଗୁଲଜ କରାଯାଇଥିଲା। ତା’ପରେ ଫୋନ୍ କଟିଯାଇଥିଲା। ଫୋନଟି ଏବେ  ସୁଇଚ୍‌ଅଫ୍ ଅଛି।”

ସେ ଆହୁରି କହିଛନ୍ତି, “ଦୁର୍ଭାଗ୍ୟର କଥା ରୋଗୀମାନଙ୍କ ନ୍ୟାଯ୍ୟ ଦାବି ପାଇଁ ଆମେ ଦୀର୍ଘ ୪ ମାସ ହେବ ଆନ୍ଦୋଳନ କରି ଆସୁଛୁ। ଏପରି ଧମକକୁ ଜେଡିଏ ଡରେ ନାହିଁ କି ଡରିବ ନାହିଁ। ଆମ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ କରିବୁ। ପୋଲିସ୍ ଏ ଘଟଣାର ତଦନ୍ତ କଲେ ସବୁ ଜଣାପଡ଼ିବ।”

ଅନ୍ୟପକ୍ଷରେ ବୁର୍ଲା ଥାନା ପୋଲିସ୍ ଅଧିକାରୀ କହିଛନ୍ତି, ଅଭିଯୋଗ ଆଧାରରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story