ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ଭଡ଼ା ୧ ପଇସା ଲେଖାଏଁ ବୃଦ୍ଧି କରାଯାଇଥିବା ବେଳେ ଏସି ଓ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ଭଡ଼ା ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜିମ୍‌ରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି। ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ କିଲୋମିଟର ପିଛା ୫୫ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ […]

bus

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 08:44 AM IST

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ଭଡ଼ା ୧ ପଇସା ଲେଖାଏଁ ବୃଦ୍ଧି କରାଯାଇଥିବା ବେଳେ ଏସି ଓ ଏସି ଡିଲକ୍ସ ବସ୍‌ରେ କିଲୋମିଟର ପିଛା ଭଡ଼ା ୨ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ଅଟୋମେଟିକ୍ ମେକାନିଜିମ୍‌ରେ ବସ୍ ଭଡ଼ା ବୃଦ୍ଧି କରାଯାଇଛି।

ପୂର୍ବରୁ ଅର୍ଡିନାରୀ ବସ୍‌ରେ ଯାତ୍ରା କରିବା ପାଇଁ ଯାତ୍ରୀଙ୍କୁ କିଲୋମିଟର ପିଛା ୫୫ ପଇସା ଦେବାକୁ ପଡୁଥିଲା। ଏବେ ଏହାକୁ ୫୬ ପଇସାକୁ ବଢ଼ାଇ ଦିଆଯାଇଛି। ସେହିପରି ଏକ୍ସପ୍ରେସ୍ ବସ୍‌ରେ କିଲୋମିଟର ପିଛା ଦର ୫୮ ପଇସା ଥିଲା। ଏବେ ଏହା ବଢ଼ି ୫୯ ପଇସା ହୋଇଯାଇଛି।

ଏସି ଓ ଏସି ଡିଲକ୍ସ ବସ୍‌ରେ ଯାତ୍ରା କରୁଥିବା ଲୋକଙ୍କୁ କିଲୋମିଟର ପିଛା ଅଧିକ ଦୁଇ ପଇସା ଲେଖାଏଁ ଦେବାକୁ ହେବ। ଏସି ବସ୍‌ରେ କି.ମି ପିଛା ଭଡ଼ା ପୂର୍ବରୁ ୭୪ ପଇସା ରହିଥିବା ବେଳେ ଏବେ ଏହା ୭୬ ପଇସାକୁ ବୃଦ୍ଧି ପାଇଛି। ସେହିପରି ଏସି ଡିଲକ୍ସ ବସ୍‌ରେ କି.ମି ପିଛା ଭଡ଼ା ୯୫ରୁ୯୭ ପଇସାକୁ ବୃଦ୍ଧି କରାଯାଇଛି।

ଏହା ପୂର୍ବରୁ ଜାନୁଆରୀ ୨୧ରେ ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ରେ ଭଡ଼ା କିଲୋମିଟର ପିଛା ୧ ପଇସା ଲେଖାଏଁ ହ୍ରାସ କରାଯାଇଥିଲା। ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍‌ର କିଲୋମିଟର ପିଛା ଭଡ଼ା ଯଥାକ୍ରମେ ୫୬ରୁ୫୫ ଓ ୫୯ରୁ୫୮ ପଇସାକୁ କମି ଥିଲା। ସେହିପରି ଡିଲକ୍ସ ବସ୍ ଭଡ଼ା କି.ମି ପିଛା ୭୬ରୁ ୭୪ ପଇସାକୁ ଓ ଏସି ଡିଲକ୍ସ ବସ୍‌ ଭଡ଼ା କି.ମି ପିଛା ୯୭ରୁ ୯୫ ପଇସାକୁ ହ୍ରାସ ପାଇଥିଲା।

Related story