ନଭେମ୍ୱର ୧ରୁ ଘରୋଇ ବସ୍‌ ଧର୍ମଘଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୧ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍। ୫ ଦଫା ଦାବି ପୂରଣରେ ସରକାରଙ୍କ କାଳକ୍ଷେପଣ ନୀତି ପ୍ରତିବାଦରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି। ସଂଘ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଚେକ୍ ଗେଟ୍ ଜରିଆରେ ଟଙ୍କା ଆଦାୟ ଓ ଟିକସ ବୃଦ୍ଧି, ପୋଲିସ୍ ଚେକିଂ ଭଳି ପ୍ରସଙ୍ଗ ସହ ଭଡ଼ା ବୃଦ୍ଧି ସମେତ ୫ ଦଫା ଦାବି ପୂରଣ ନେଇ ପୂର୍ବରୁ ସରକାରଙ୍କୁ […]

bus stand

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 09:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ୧ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍। ୫ ଦଫା ଦାବି ପୂରଣରେ ସରକାରଙ୍କ କାଳକ୍ଷେପଣ ନୀତି ପ୍ରତିବାଦରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି।

ସଂଘ ପକ୍ଷରୁ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କୁହାଯାଇଛି ଯେ, ଚେକ୍ ଗେଟ୍ ଜରିଆରେ ଟଙ୍କା ଆଦାୟ ଓ ଟିକସ ବୃଦ୍ଧି, ପୋଲିସ୍ ଚେକିଂ ଭଳି ପ୍ରସଙ୍ଗ ସହ ଭଡ଼ା ବୃଦ୍ଧି ସମେତ ୫ ଦଫା ଦାବି ପୂରଣ ନେଇ ପୂର୍ବରୁ ସରକାରଙ୍କୁ ସ୍ମାରକପତ୍ର ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ବାଧ୍ୟ ହୋଇ ଆସନ୍ତା ୧ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ସମସ୍ତ ଘରୋଇ ବସ୍ ଚଳାଚଳକୁ ବନ୍ଦ କରିବା ପାଇଁ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି।

Related story