ବିଳମ୍ବିତ ରାତିରେ ଓଲଟି ପଡ଼ିଲା ବସ୍; ଜଣେ ମୃତ, ୩୦ ଆହତ

ସମ୍ବଲପୁର: ସମ୍ବଲପୁରରେ ଓଲଟିଲା ବସ୍॥ ୫୫ ନମ୍ବର ଜାତୀୟ ରାଜପଥର ନକ୍ସପାଲ୍ଲୀ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି।

ମୃତ ଯାତ୍ରୀଙ୍କ ନାଁ ପ୍ରମୋଦ ବରାଳ। ତାଙ୍କ ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି।

ବସ୍‌ଟି ବରଗଡ଼ରୁ ଭୁବନେଶ୍ୱର ଯାଉଥିଲା।