ବ୍ୟାସନଗର ପୌରାଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ୍‌ରେ ଯୋଗ ଦେବେ ନାହିଁ ବିଜେଡି କାଉନସିଲର୍‌

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡିର ସବୁ କାଉନସିଲର୍‌ ଏକାଠି ହୋଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ଅନାସ୍ଥା ଭୋଟ୍‌ରେ କେହି ଯୋଗଦେବେ ନାହିଁ ବୋଲି ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଦଳରେ ଥିବା ମତାନ୍ତର ଦୂର ହୋଇଛି। ଦଳ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା […]

bjd

bjd

Rakesh Mallick
  • Published: Tuesday, 06 September 2016
  • Updated: 06 September 2016, 07:39 PM IST

Sports

Latest News

bjdଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡିର ସବୁ କାଉନସିଲର୍‌ ଏକାଠି ହୋଇଛନ୍ତି। ଆସନ୍ତାକାଲି ହେବାକୁ ଥିବା ଅନାସ୍ଥା ଭୋଟ୍‌ରେ କେହି ଯୋଗଦେବେ ନାହିଁ ବୋଲି ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ଦଳରେ ଥିବା ମତାନ୍ତର ଦୂର ହୋଇଛି। ଦଳ ପାଇଁ ଜିଲ୍ଲା ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ସମସ୍ତଙ୍କ ସହ ଆଲୋଚନା କରାଯାଇ ସମାଧାନ କରାଯାଇଛି। ଦଳର ନିଷ୍ପତ୍ତିକୁ ସମସ୍ତେ ମାନିବେ। ଅନାସ୍ଥାରେ ବିଜୁ ଜନତା ଦଳର କୌଣସି କାଉନସିଲର୍‌ ଯୋଗଦେବେ ନାହିଁ। କାଉନସିଲର୍‌ ମାନଙ୍କର ଯେଉଁ ଅଭିଯୋଗ ଓ ସମସ୍ୟା ରହିଛି ମାନବ୍ୟର ମୁଖ୍ୟମନ୍ତ୍ରୀ ପାଖରେ ଆଲୋଚନା କରାଯାଇ ସମାଧାନ କରାଯିବ।”

ସାମ୍ବାଦିକ ସମ୍ମିଳନୀରେ କୋରେଇ ବିଧାୟକ ଆକାଶ ଦାସ ନାୟକ, ବ୍ୟାସନଗର ପୌରାଧ୍ୟକ୍ଷା ସବିତା ରାଉତ ଏବଂ କିଛି କାଉନସିଲର ଉପସ୍ଥିତ ଥିଲେ।

ବିଧାୟକ ଦାସ ନାୟକ କହିଛନ୍ତି, “ବ୍ୟାସନଗର ବିଜେଡି ଶାଖାରେ କୌଣସି କନ୍ଦଳ ନାହିଁ, ଏହା ଆଜି ସ୍ପଷ୍ଟ ହୋଇଯାଇଛି। ଦଳରେ କିଛି ମତାନ୍ତର ଥିଲା, ଦୂର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତେ କାର୍ଯ୍ୟ କରିବେ ବୋଲି କହିଛନ୍ତି।”

ପୌରାଧ୍ୟକ୍ଷା ସବିତା ରାଉତ କହିଛନ୍ତି, “ମୁଖ୍ୟମନ୍ତ୍ରୀ ତଥା ବିଜେପି ସଭାପତି ନବୀନ ପଟ୍ଟନାୟକଙ୍କ କଥା ସମସ୍ତେ ମାନି ନେଇଛୁ। ଆମ ମଧ୍ୟରେ ଯାହା କିଛି ମତାନ୍ତର ଥିଲା ଦୂର ହୋଇଛି। ଆଗାମୀ ଦିନରେ ସମସ୍ତେ ଏକାଠି ହୋଇ ବ୍ୟାସନଗରର ଉନ୍ନତି ପାଇଁ କାମ କରିବୁ।”

ଗତ ଅଗଷ୍ଟ ୧୭ ତାରିଖରେ ପୌର ପରିଷଦର ୮ ଜଣ କଂଗ୍ରେସ ଓ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଶାଇ ୯ ଜଣ କାଉନସିଲର୍‌ ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ସେପ୍ଟେମ୍ୱର ୭ ତାରିଖରେ ଅନାସ୍ଥା ଭୋଟ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଥିଲା। ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଏଥିପାଇଁ ହ୍ୱିପ୍‌ ଜାରି କରାଯାଇଥିଲା।

କେବଳ ଯାଜପୁର ନୁହେଁ ପୂର୍ବରୁ ଢେଙ୍କାନାଳ, ଆନନ୍ଦପୁର ଓ କେନ୍ଦୁଝରରେ ମଧ୍ୟ ବିଜେଡି ପୌର ପରିଷଦ କଳି ପଦାରେ ପଡିଥିଲା। ରାୟଗଡା ଜିଲ୍ଲା ଗୁଣପୁର ଏନ୍‌ଏସିରେ ମଧ୍ୟ ବିଜେଡି ମଧ୍ୟରେ ମତାନ୍ତର ଥିବା ଚର୍ଚ୍ଚା ହେଉଛି। କେନ୍ଦୁଝରରେ ତ ବିଜେଡିର କନ୍ଦଳ ଉଗ୍ରରୂପ ନେଇଛି। ନିଜ ଦଳର କର୍ମୀଙ୍କଠାରୁ ସ୍ଥାନୀୟ ବିଧାୟକଙ୍କୁ ମାଡ଼ ଖାଇବାକୁ ପଡିଛି। ଏବେ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନବୀନ ନେତାମାନଙ୍କୁ ଡାକି ଗୁରୁମନ୍ତ୍ରୀ ଦେଉଛନ୍ତି। ଏହା ସତ୍ତ୍ୱେ ଜିଲ୍ଲା ସ୍ତରରେ ଥିବା ଦଳୀୟ କନ୍ଦଳ ପଞ୍ଚାୟତ ନିର୍ବାଚନକୁ କେତେ ଦୂର ପ୍ରଭାବିତ କରୁଛି ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story