ଏହି ସବୁ ଉପାୟରେ ଆପଣ ବି ହୋଇପାରିବେ ଭୁତ ସହ କଥାବାର୍ତ୍ତା, କିନ୍ତୁ ରିସ୍କ ଆପଣଙ୍କର

‘ଭୁତ’, ଏମିତି ଏକ ଶବ୍ଦ ଯାହା କାନରେ ପଡ଼ିଲେ ଦେହ ଶିହରୀ ଉଠେ। ହୃଦୟର କମ୍ପନ ବଢ଼ିଯିବା ସହ ଗୋଡତଳୁ ମାଟି ଖସି ଯିବା ପରି ଲାଗେ। ଏପରିକି ଅନ୍ଧାର ରାତିରେ ଭୁତର ଧାରଣା ଯଦି ମନକୁ ଚାଲିଆସେ ତେବେ ଲାଗେ ଯେମିତି ପ୍ରାଣବାୟୁ ଏଇଠି ହିଁ ଉଡିଯିବ। ଏହାସତ୍ତ୍ୱେ ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ ଭୁତ କ’ଣ ଜାଣିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ଭୁତ ସମ୍ପର୍କୀତ ସତ୍ୟ ଜାଣିବା ଏମାନଙ୍କର ଯେମିତି ଏକମାତ୍ର ଲକ୍ଷ୍ୟ […]

ghost

Rakesh Mallick
  • Published: Monday, 29 January 2018
  • , Updated: 29 January 2018, 07:26 PM IST

‘ଭୁତ’, ଏମିତି ଏକ ଶବ୍ଦ ଯାହା କାନରେ ପଡ଼ିଲେ ଦେହ ଶିହରୀ ଉଠେ। ହୃଦୟର କମ୍ପନ ବଢ଼ିଯିବା ସହ ଗୋଡତଳୁ ମାଟି ଖସି ଯିବା ପରି ଲାଗେ। ଏପରିକି ଅନ୍ଧାର ରାତିରେ ଭୁତର ଧାରଣା ଯଦି ମନକୁ ଚାଲିଆସେ ତେବେ ଲାଗେ ଯେମିତି ପ୍ରାଣବାୟୁ ଏଇଠି ହିଁ ଉଡିଯିବ। ଏହାସତ୍ତ୍ୱେ ଏପରି ବହୁତ ଲୋକ ଅଛନ୍ତି, ଯେଉଁମାନେ ଭୁତ କ’ଣ ଜାଣିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି। ଭୁତ ସମ୍ପର୍କୀତ ସତ୍ୟ ଜାଣିବା ଏମାନଙ୍କର ଯେମିତି ଏକମାତ୍ର ଲକ୍ଷ୍ୟ ହୋଇଥାଏ। ଭୁତ ଦେଖିବାକୁ ଓ ତା’ ସହ କଥା ହେବକୁ ଏମାନେ ବିଭିନ୍ନ ଉପାୟ ପାଞ୍ଚିଥାନ୍ତି। ଆପଣ ବହୁତ ଭୁତ ଫିଲ୍ମ ଦେଖିଥିବେ ଜୀବନରେ। ଏଥିରେ ଭୁତକୁ ଡାକିବା ଓ ତା’ ସହ କଥା ହେବାର ବିଭିନ୍ନ ଉପାୟ ଦେଖିବାକୁ ମିଳିଥାଏ। ଏହାକୁ 'ସ୍ପିରିଟ୍‌ କଲ୍‌' କୁହାଯାଇଥାଏ। ଆସନ୍ତୁ ଜାଣିବା ଏମିତି କିଛି ଉପାୟ ଯାହାଦ୍ୱାରା ଭୁତ ସହ ସିଧାସଳଖ ଯୋଗାଯୋଗ କରିହୁଏ ବୋଲି ବିଶ୍ୱାସ ରହିଛି।

ଓଉଜା ବୋର୍ଡ: ଏହି ବୋର୍ଡରେ ସବୁ ଆଲଫାବେଟ୍‌, ନମ୍ବର ଏବଂ ‘ୟେସ୍‌ ଓ ନୋ' ଲେଖାଥାଏ। ଯାହା ବୋର୍ଡରେ ଚାଲିଥାଏ। ଯାହାକୁ ଛୁଇଁ ଆପଣ ଭୁତ ସହ ସମ୍ପର୍କ ସ୍ଥାପନ କରି ପାରିବେ। ସର୍ବପ୍ରଥମେ ଏହି ବୋର୍ଡ ଚୀନରୁ ମିଳିଥିଲା।

ପ୍ଲାଞ୍ଚେଟେ: ଏହି ବୋର୍ଡଟି ଫ୍ରାନ୍ସରେ ମିଳିଥାଏ। ଏହାକୁ ଝୁଲାଇ ରଖାଯାଏ। ଏଥିରେ ଲେଖାଥିବା ରହସ୍ୟମୟ ଲେଖା ସ୍ପିରିଟ୍‌ ସହ ସଂଯୋଗ କରାଇବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଏ।

କ୍ରିଷ୍ଟାଲ ବେଲ୍‌: କିଛି ଫିଲ୍ମରେ ଆପଣ ଏହି ବେଲ୍‌କୁ ଦେଖିଥିବେ। ଭୁତକୁ ଦେଖିବା ପାଇଁ ଏହି ବେଲ୍‌ର ବ୍ୟବହାର କରାଯାଏ ବୋଲି ବିଶ୍ୱାସ ଅଛି।

ସ୍ୱତନ୍ତ୍ର ମନ୍ତ୍ର ଉଚ୍ଚାରଣ: କୌଣସି ମୃତ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ ପାଇଁ କିମ୍ବା ତାଙ୍କୁ ଦେଖା କରିବା ପାଇଁ ଏହି ମନ୍ତ୍ରଟି ଗୋଟେ ସ୍ଥାନରେ ବସି ଉଚ୍ଚାରଣ କରିବାକୁ ପଡ଼ିବ। ମନ୍ତ୍ରଟି ହେଲା ‘ସ୍ପିରିଟ୍‌ ନିଜକୁ ଦେଖାନ୍ତୁ, ସ୍ପିରିଟ ନିଜକୁ ପ୍ରକଟ କରନ୍ତୁ, ସ୍ପିରିଟ୍‌ ମୋ ପାଖକୁ ଆସନ୍ତୁ, ଯାହାଫଳରେ ମୁଁ ଜାଣିପାରିବି ଆପଣ ଅଛନ୍ତି'।

ପିଶାଚକୁ ଡାକିବା ପାଇଁ: ଗୋଟେ ସ୍ଥାନରେ ଖାତା, କଲମ ଏକ ଲାଭେଣ୍ଡର ଗଛ ଧରି ବସନ୍ତୁ। ସାଦା କାଗଜରେ ଏକ ଛକି (X) ପକାନ୍ତୁ। ଏହି ଛକି ଚାରି ପାଖରେ ଲୁଣ ପକାନ୍ତୁ ଏବଂ ଏହି ଛକି ଉପରେ ସେହି ଲାଭେଣ୍ଡର ଗଛଟିକୁ ରଖନ୍ତୁ। ଏଥିରେ ଏବେ ନିଆଁ ଲଗାଇ ଦେଇ 'ମୁଁ ତୁମକୁ ଡାକୁଛି ଏହି କୋଠରୀକୁ, ଏହି ସର୍କଲରେ ରହିବାକୁ ମୁଁ ଆଦେଶ ଦେଉଛି, କିଛି ଉଦ୍ଦେଶ୍ୟ ରଖି ମୁଁ ଆପଣଙ୍କୁ ଡାକୁଛି' ବୋଲି ଉଚ୍ଚାରଣ କରନ୍ତୁ। ବିଶ୍ୱାସ କରାଯାଏ ଏହାଦ୍ୱାରା ସ୍ପିରିଟ୍‌ ଆସିଥାଏ।

ଝଡ଼ ପାଇଁ ମନ୍ତ୍ର: ଗୋଟେ ପାତ୍ରରେ କିଛି ପାଣି ନିଅନ୍ତୁ। ପାଣିକୁ ଷ୍ଟୋଭ ଉପରେ ରଖି ଫୁଟାନ୍ତୁ। ଏହି ସମୟରେ ଉଚ୍ଚାରଣ କରନ୍ତୁ- ପାଣି ଫୁଟେ, ପାଣି ଧର, ଯେମିତି ମୁଁ ଗାଉଛି ଏଠି ନୁହେଁ, ସବୁ ସ୍ଥାନରେ ଏହିପରି ଯେମିତି ମୁଁ ଦେଖେ'। ଏହି ମନ୍ତ୍ରକୁ ୩ଥର ଉଚ୍ଚାରଣ କରନ୍ତୁ ଏବଂ ପାଣିକୁ ସେମିତି ଫୁଟିବାକୁ ଦିଅନ୍ତୁ।

[caption id="attachment_205832" align="aligncenter" width="840"] woman's ghost[/caption]

[caption id="attachment_205833" align="aligncenter" width="840"] woman's ghost[/caption]

ଅସୁରକୁ ଡାକିବା ପାଇଁ ମନ୍ତ୍ର: ଅସୁରକୁ ଡାକିବା ପାଇଁ ୨୦ଟି ମହମବତୀ ଆଣନ୍ତୁ। ମହମବତୀକୁ ଗୋଲ ଆକାର କରି ରଖି ଦିଅନ୍ତୁ। ଏବେ ଏଥିରେ ନିଆଁ ଲଗାଇ ଉଚ୍ଚାରଣ କରନ୍ତୁ- 'ହେ ଅସୁର, ହେ ଅସୁର ମୁଁ ଆପଣଙ୍କୁ ଡାକୁଛି, ମୋର ଦାସ ହେବା ପାଇଁ ମୋ ସହ ମିତ୍ରତା କରନ୍ତୁ'। ଏହି ମନ୍ତ୍ରକୁ ରାତିରେ ଶୋଇବା ପୂର୍ବରୁ ଉଚ୍ଚାରଣ କରନ୍ତୁ।

ବ୍ଲଡି ମ୍ୟାରିକୁ ଡାକିବା ପାଇଁ: ବାଥ୍‌ରୁମ୍‌କୁ ଦୁଇଟି ମହମବତୀ ନିଅନ୍ତୁ। ବେସିନ୍‌ର ଗୋଟେ ପଟେ ଗୋଟେ କ୍ୟାଣ୍ଡେଲ୍ ଓ ଅନ୍ୟ ପଟେ ଆଉ ଏକ କ୍ୟାଣ୍ଡେଲ୍ ରଖନ୍ତୁ। ଏବେ ଲାଇଟ୍‌କୁ ଲିଭାଇ ଦିଅନ୍ତୁ। ଟ୍ୟାପର ପାଣି ଖୋଲନ୍ତୁ ଓ ଏବେ ଉଚ୍ଚାରଣ କରନ୍ତୁ-  'ବ୍ଲଡି ମ୍ୟାରି, ବ୍ଲଡି ମ୍ୟାରି, ବ୍ଲଡି ମ୍ୟାରି'।

ଧୂଆଁ ପିଶାଚ: ପୂର୍ଣ୍ଣିମା ଦିନ ଘର ବାହାରକୁ ଯାଆନ୍ତୁ। ଯେଉଁ ପିଶାଚକୁ ଡାକିବାକୁ ଚାହୁଁଛନ୍ତି ତାକୁ ମନେ ପକାଇ 'ସମସ୍ତ ଦେବତା ଓ ଦେବୀ ମୋ ପାଇଁ ଏହି ଭୟାନକ ଶକ୍ତି ପଠାଅ' ଉଚ୍ଚାରଣ କରନ୍ତୁ।

ବିଶେଷ ଘୋଷଣା: (ଏହି ଲେଖାଟି ଭୁତ ସମ୍ପର୍କୀତ ଏକ ଗବେଷଣାଧର୍ମୀ ପ୍ରବନ୍ଧରୁ ଉଦ୍ଧାର କରାଯାଇଛି। ଗବେଷକମାନେ ଏସବୁ ଭୁତ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। କୌଣସି ସାଧାରଣ ବ୍ୟକ୍ତି ଲେଖା ପଢ଼ି ଏହାକୁ କାମରେ ଲଗାଇବାକୁ ଚେଷ୍ଟା କରିବା ବିପଦଜନକ ହୋଇପାରେ।)

Related story