ନିଜକୁ ଏମିତି ବନାଇ ନେଲେ ମହିଳା, ଯିଏ ଦେଖୁଛି କହୁଛି କାର୍ଟୁନ

ଝିଅ ହୁଅନ୍ତୁ ଅବା ମହିଳା, ସମସ୍ତେ ସୁନ୍ଦର ଦିଶିବାକୁ ଚାହିଁଥାନ୍ତି। ଏଥିପାଇଁ ସେମାନେ ବହୁତ ଉପାୟ ଅବଲମ୍ବନ କରିଥାନ୍ତି। କିଛି ମହିଳା ତ ସୁନ୍ଦର ଦିଶିବା ପାଇଁ ସର୍ଜରୀ କରିବାକୁ ପଛାଇ ନଥାନ୍ତି। ଏପରିକି କିଛି ମହିଳା ଏକାଧିକ ଥର ସର୍ଜରୀ କରିଥାନ୍ତି। ବେଳେବେଳେ ଏହି ସର୍ଜରୀ ଫେଲ୍‌ ହୋଇଗଲେ ସେମାନେ ସୁନ୍ଦର ଦିଶିବା ବଦଳରେ ବିକୃତ ଦିଶିଥାନ୍ତି। ହେଲେ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛି ଯିଏ ସର୍ଜରୀ କରିନାହାଁନ୍ତି, ହେଲେ […]

woman

Rakesh Mallick
  • Published: Saturday, 10 February 2018
  • , Updated: 10 February 2018, 10:24 AM IST

ଝିଅ ହୁଅନ୍ତୁ ଅବା ମହିଳା, ସମସ୍ତେ ସୁନ୍ଦର ଦିଶିବାକୁ ଚାହିଁଥାନ୍ତି। ଏଥିପାଇଁ ସେମାନେ ବହୁତ ଉପାୟ ଅବଲମ୍ବନ କରିଥାନ୍ତି। କିଛି ମହିଳା ତ ସୁନ୍ଦର ଦିଶିବା ପାଇଁ ସର୍ଜରୀ କରିବାକୁ ପଛାଇ ନଥାନ୍ତି। ଏପରିକି କିଛି ମହିଳା ଏକାଧିକ ଥର ସର୍ଜରୀ କରିଥାନ୍ତି। ବେଳେବେଳେ ଏହି ସର୍ଜରୀ ଫେଲ୍‌ ହୋଇଗଲେ ସେମାନେ ସୁନ୍ଦର ଦିଶିବା ବଦଳରେ ବିକୃତ ଦିଶିଥାନ୍ତି। ହେଲେ ଆଜି ଆମେ ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛି ଯିଏ ସର୍ଜରୀ କରିନାହାଁନ୍ତି, ହେଲେ ସେ ତାଙ୍କ ଶରୀରକୁ ଏମିତି ଗଠନ କରିଛନ୍ତି ଯେ ଲୋକେ ତାଙ୍କୁ ଦେଖି କାର୍ଟୁନ କହୁଛନ୍ତି।

ଏହି ମହିଳା ଜଣଙ୍କ ହେଲେ ଜାଆଁଳା ପୁଅଙ୍କ ମାଆ ଡିୟାନା ରିଙ୍ଗା। ଡିୟାନା ଯେଉଁଆଡେ ଯାଇଥାନ୍ତି ଲୋକେ ତାଙ୍କୁ ବୁଲି ବୁଲି ଅନାଇଥାନ୍ତି। ଏହାର କାରଣ ହେଉଛି ତାଙ୍କର ୧୮ ଇଞ୍ଚର ଅଣ୍ଟା। ଏହି ୧୮ ଇଞ୍ଚର ଅଣ୍ଟା ପାଇଁ ସେ ଆଜିକାଲି ଭାରି ଚର୍ଚ୍ଚାରେ ରହୁଛନ୍ତି।

ଡାୟାନା ପ୍ରଥମରୁ ଏମିତି ନଥିଲେ। ସେ ପୂର୍ବରୁ ସେନା କର୍ମଚାରୀ ଭାବେ କାମ କରିସାରିଛନ୍ତି। ତାଙ୍କର ଜାଆଁଳା ପିଲା ଜନ୍ମ ହେବା ପରେ ନିଜକୁ ଅଧିକ ଫିଟ୍‌ ରଖିବାକୁ ଚେଷ୍ଟା କରିଥିଲେ। ନିଜକୁ ଏପରି ଆକାର ଦେବା ପାଇଁ ସେ ଚମକି ଯିବା ପରି ଏକ୍ସପେରିମେଣ୍ଟ କରିଥିଲେ। ଗତ ତିନି ବର୍ଷ ହେବ ୨୪ ଘଣ୍ଟାରୁ ୨୩ ଘଣ୍ଟା ଏକ ବ୍ୟାଣ୍ଡ କମରରେ ପିନ୍ଧି ରହୁଛନ୍ତି। ଏହି ବ୍ୟାଣ୍ଡି ପିନ୍ଧିବା ପରେ ତାଙ୍କର ଏପରି ଆକାର ହୋଇଛି। ଖାଇବାଠାରୁ ଆରମ୍ଭ କରି ଶୋଇବା ପର୍ଯ୍ୟନ୍ତ ସେ ଏହି ବ୍ୟାଣ୍ଡ ପିନ୍ଧିଥାନ୍ତି।

ଡାୟାନା ଏହି ବ୍ୟାଣ୍ଡ ପିନ୍ଧିବା ଆରମ୍ଭ କରିବା ବେଳେ ପରିବାର ଲୋକେ ବହୁତ ବିରୋଧ କରିଥିଲେ। ଡାୟାନା କୁହନ୍ତି, “ବ୍ୟାଣ୍ଡ ପିନ୍ଧିବା ଆରମ୍ଭ କରିବା ପରେ ଘର ଲୋକ ଭାବିଥିଲେ, ମୁଁ ମରିଯିବ। ହେଲେ ଏହା ମୋ ଉପରେ କିଛି ପ୍ରଭାବ ପକାଇ ନଥିଲା। ଏହାକୁ ନେଇ ମୁଁ ଖୁସି ଅଛି ଓ ମୋତେ ବହୁତ ଭଲ ଲାଗୁଛି।”

ଡାୟାନାଙ୍କ ପତି ବ୍ରୋଟ୍‌ ନେୱି କୁହନ୍ତି, “ମୁଁ ଯେତେବେଳେ ଚାକିରିରୁ ଘରକୁ ଫେରିଲି ଡାୟାନାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ପରେ ମୁଁ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲି। ଡାକ୍ତର ଚେକ୍‌ଅପ୍‌ କରିବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଥିଲେ। ଏହାପରେ ମୁଁ ଚିନ୍ତା କରିବା ଛାଡି ଦେଇଛି।”

Related story