ପ୍ରଭାତ ବିଶ୍ୱାଳଙ୍କୁ ମାରଥନ ଜେରା: ପଚରାଉଚରା କରୁଛନ୍ତି ଏସଆଇଟି ଡିଆଇଜି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିସୋର ଚିଟଫଣ୍ଡ୍ ଲିଙ୍କରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାରଥନ ଜେରା ଚାଲିଛି । ସିବିଆଇ କାର୍ଯ୍ୟାଳୟରେ ଏସଆଇଟିର ଡିଆଇଜି ମନୀଷ କୁମାର ସିହ୍ନା ପ୍ରଭାତଙ୍କୁ ଜେରା କରୁଛନ୍ତି। ପ୍ରଭାତଙ୍କ ଆକାଉଣ୍ଟକୁ ଆସିଥିବା ପ୍ରଚୁର ଟଙ୍କାର ଉତ୍ସ ନେଇ ତାଙ୍କୁ ପଚରାଉଚରା କରାଯାଉଛି। କଟକରେ ସିସୋର କମ୍ପାନୀର କାରବାର ବୃଦ୍ଧି ଲାଗି ପ୍ରଭାତ କମ୍ପାନୀଠାରୁ ବିପୁଳ ଟଙ୍କା ନେଇଥିବା ସିବିଆଇ ଅଭିଯୋଗ କରିଛି। ଏହି ଅଭିଯୋଗ ଉପରେ ପ୍ରଭାତଙ୍କୁ ପଚରାଉଚରା କରୁଛି ସିବିଆଇ। […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 12:42 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିସୋର ଚିଟଫଣ୍ଡ୍ ଲିଙ୍କରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ମାରଥନ ଜେରା ଚାଲିଛି । ସିବିଆଇ କାର୍ଯ୍ୟାଳୟରେ ଏସଆଇଟିର ଡିଆଇଜି ମନୀଷ କୁମାର ସିହ୍ନା ପ୍ରଭାତଙ୍କୁ ଜେରା କରୁଛନ୍ତି। ପ୍ରଭାତଙ୍କ ଆକାଉଣ୍ଟକୁ ଆସିଥିବା ପ୍ରଚୁର ଟଙ୍କାର ଉତ୍ସ ନେଇ ତାଙ୍କୁ ପଚରାଉଚରା କରାଯାଉଛି।

କଟକରେ ସିସୋର କମ୍ପାନୀର କାରବାର ବୃଦ୍ଧି ଲାଗି ପ୍ରଭାତ କମ୍ପାନୀଠାରୁ ବିପୁଳ ଟଙ୍କା ନେଇଥିବା ସିବିଆଇ ଅଭିଯୋଗ କରିଛି। ଏହି ଅଭିଯୋଗ ଉପରେ ପ୍ରଭାତଙ୍କୁ ପଚରାଉଚରା କରୁଛି ସିବିଆଇ। କଟକ ଓ ଆଖପାଖ ଅଞ୍ଚଳରେ ସିସୋର୍ ଗ୍ରୁପ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଥିଲା। ତେଣୁ ଏସବୁ ପ୍ରତିଷ୍ଠାନଗୁଡିକର ବ୍ୟବସାୟ ବଢାଇବା ପାଇଁ ପ୍ରଭାତ ସହଯୋଗ କରିଥିଲେ କି ନାହିଁ ସେ ନେଇ ଜେରା କରୁଛନ୍ତି ସିବିଆଇ ଅଧିକାରୀ।

ସେହିଭଳି ରାଜଲକ୍ଷ୍ମୀ ଜେନା ନାମ୍ନୀ ମହିଳାଙ୍କୁ ଟଙ୍କା ଦେବା ନେଇ ମଧ୍ୟ ତଥ୍ୟ ସଂଗ୍ରହ କରୁଛି ସିବିଆଇ। ଗତକାଲି ରାତିରେ ବିଧାୟକ ପ୍ରଭାତଙ୍କ ବିଶ୍ୱାଳ ଲିଙ୍କରେ ଆଉ ୩ଟି ଜାଗାରେ ଚଢାଉ କରାଯାଇଥିବା ସିବିଆଇ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

ସିସୋର ଚିଟଫଣ୍ଡ୍ ଲିଙ୍କରେ ସୋମବାର ରାତିରେ ଗିରଫ ହେବା ପରେ ଗତକାଲି  ପ୍ରଭାତଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି ସିବିଆଇ।

Related story