ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି କୁଦ୍ଦୁସିଙ୍କ ଘରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଆଇ.ଏମ୍.କୁଦ୍ଦୁସିଙ୍କ ଦିଲ୍ଲୀ ଗ୍ରେଟର କୈଳାଶ ବାସଭବନରେ ଆଜି ସିବିଆଇ ରେଡ୍ କରିଛି। ଉତ୍ତରପ୍ରଦେଶର ପ୍ରସାଦ ଏଜୁକେସନ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ‘ପ୍ରସାଦ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍ ସାଇନ୍‌ସେସ୍‌’ରେ ନାମ ଲେଖା ଅନିୟମିତତା ମାମଲାରେ ଏହି ରେଡ୍ ହୋଇଛି। ଉପଯୁକ୍ତ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଶିକ୍ଷାଦାନ ଅଭିଯୋଗକୁ ନେଇ ପ୍ରସାଦ ଏଜୁକେସନ ଟ୍ରଷ୍ଟରେ ନାମ ଲେଖାକୁ ସରକାର ୨ ବର୍ଷ ଲାଗି ରଦ୍ଦ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 10:47 PM IST

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ପୂର୍ବତନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ଆଇ.ଏମ୍.କୁଦ୍ଦୁସିଙ୍କ ଦିଲ୍ଲୀ ଗ୍ରେଟର କୈଳାଶ ବାସଭବନରେ ଆଜି ସିବିଆଇ ରେଡ୍ କରିଛି। ଉତ୍ତରପ୍ରଦେଶର ପ୍ରସାଦ ଏଜୁକେସନ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ‘ପ୍ରସାଦ ଇନଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍ ସାଇନ୍‌ସେସ୍‌’ରେ ନାମ ଲେଖା ଅନିୟମିତତା ମାମଲାରେ ଏହି ରେଡ୍ ହୋଇଛି। ଉପଯୁକ୍ତ ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ଶିକ୍ଷାଦାନ ଅଭିଯୋଗକୁ ନେଇ ପ୍ରସାଦ ଏଜୁକେସନ ଟ୍ରଷ୍ଟରେ ନାମ ଲେଖାକୁ ସରକାର ୨ ବର୍ଷ ଲାଗି ରଦ୍ଦ କରିଥିଲେ। ସେହିପରି ସୁପ୍ରିମକୋର୍ଟ ମଧ୍ୟ ଟ୍ରଷ୍ଟଠାରୁ ୨ କୋଟି ଟଙ୍କା ଜରିମାନା ଆଦାୟ ଲାଗି ଏମ୍‌ସିଆକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ପରେ ଆହ୍ଲାବାଦ ହାଇକୋର୍ଟରେ ନିରାଶ ହେବା ପରେ ଟ୍ରଷ୍ଟ କର୍ମକର୍ତ୍ତା ଜଷ୍ଟିସ କୁଦ୍ଦୁସିଙ୍କ ସହାୟତାରେ ମାମଲା ରଫାଦଫା କରିବାକୁ ଷଡଯନ୍ତ୍ର କରିଥିବା ସିବିଆଇ ଏତଲାରେ ଦର୍ଶାଇଛି। ଭୁବନେଶ୍ୱର ବାସିନ୍ଦା ବିଶ୍ୱନାଥ ଅଗ୍ରୱାଲ, ଦିଲ୍ଲୀର ଭାବନା ପାଣ୍ଡେ ଓ ପ୍ରସାଦ ଟ୍ରଷ୍ଟର ମାଲିକ ଯାଦବ ବ୍ରଦର୍ସ ଏହି ଷଡଯନ୍ତ୍ରରେ ସାମିଲ ଥିବା ସିବିଆଇ କହିଛି।

ବିଶ୍ୱନାଥ ଅଗ୍ରୱାଲ ସରକାରୀ କର୍ମଚାରୀଙ୍କ ସହ ମଧ୍ୟସ୍ଥି କରିବାକୁ ସ୍ଥିର ହୋଇଥିବା ବେଳେ ଜଷ୍ଟିସ କୁଦ୍ଦୁସି କୋର୍ଟ ବ୍ୟାପାର ଦେଖିଥାନ୍ତି। ଏନେଇ ଦିଲ୍ଲୀରେ ବୈଠକ ହେବାକୁ ଥିବାବେଳେ ସିବିଆଇ ଖବର ପାଇ ରେଡ୍ କରିଥିଲା। ଜଷ୍ଟିସ କୁଦ୍ଦୁସିଙ୍କ ସମେତ ଅନ୍ୟ ସମସ୍ତ  ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି। ଜଷ୍ଟିସ କୁଦ୍ଦୁସି କିଛି ଦିନ ପାଇଁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ରହିଥିଲେ।

Related story