ଭୁବନେଶ୍ୱର ସିଡିପିଓ ଅଫିସ୍ ଘେରିଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ମମତା ଯୋଜନାରେ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇବା ଓ ଛତୁଆର ମାନ ଯାଞ୍ଚ ପ୍ରମୁଖ ୫ ଦଫା ଦାବି ପୂରଣ ପାଇଁ ଆଜି ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମହିଳାମାନେ ବିଶାଳ ଶୋଭାଯାତ୍ରାରେ ଯାଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ବିଜେପି ନେତ୍ରୀ କହିଛନ୍ତି, “ମମତା ଯୋଜନାରେ ଠିକ୍ ସମୟରେ ଅର୍ଥ ମିଳୁନି। ପ୍ରଥମ କିସ୍ତି ପରେ ବକେୟା ପାଇବା ପାଇଁ ହିତାଧିକାରୀଙ୍କୁ ବର୍ଷ ବର୍ଷ ଧରି […]

bbsr

Rakesh Mallick
  • Published: Tuesday, 02 August 2016
  • , Updated: 02 August 2016, 03:52 PM IST

ଭୁବନେଶ୍ୱର: ମମତା ଯୋଜନାରେ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ଯୋଗାଇବା ଓ ଛତୁଆର ମାନ ଯାଞ୍ଚ ପ୍ରମୁଖ ୫ ଦଫା ଦାବି ପୂରଣ ପାଇଁ ଆଜି ବିଜେପି ମହିଳା ମୋର୍ଚ୍ଚା ଭୁବନେଶ୍ୱର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ମହିଳାମାନେ ବିଶାଳ ଶୋଭାଯାତ୍ରାରେ ଯାଇ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ।

ବିଜେପି ନେତ୍ରୀ କହିଛନ୍ତି, “ମମତା ଯୋଜନାରେ ଠିକ୍ ସମୟରେ ଅର୍ଥ ମିଳୁନି। ପ୍ରଥମ କିସ୍ତି ପରେ ବକେୟା ପାଇବା ପାଇଁ ହିତାଧିକାରୀଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଛି। ସେହିପରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଉଥିବା ଛତୁଆ ନିମ୍ନମାନର। ଉକ୍ତ ଛତୁଆକୁ ଯଥାଶୀଘ୍ର ଫେରାଇ ନିଆଯାଉ। ଏହାଛଡ଼ା ଛତୁଆର ମାନ ଯାଞ୍ଚ କରାଯାଉ। କମ୍ ଓଜନ ଶିଶୁଙ୍କୁ ଅଙ୍ଗନୱାଡ଼ିରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉ।”

Related story