ସେଲିବ୍ରିଟି ପିଲାଙ୍କ ସ୍କୁଲ: ଫିସ୍‌ ବାପ୍‌ରେ ବାପ୍‌..           

ନୂଆଦିଲ୍ଲୀ: ଦେଶରେ ଅନେକ ବଡ଼ ବଡ଼ ସ୍କୁଲ ରହିଛି। ସେଗୁଡ଼ିକ ମଧ୍ୟରୁ କେଉଁ ସ୍କୁଲଟି ମୋଟା ଅଙ୍କର ଫିସ୍ ପାଇଁ ଜଣାଶୁଣା ତ କେଉଁ ସ୍କୁଲଟି ଉତ୍ତମ ସୁବିଧା ପାଇଁ ପରିଚିତ। ଦେଶରେ ଏମିତି ଏକ ସ୍କୁଲ ରହିଛି ଯେଉଁ ସ୍କୁଲଟି କୋଟିପତିଙ୍କ ପିଲାମାନଙ୍କ ପାଇଁ ବହୁତ ନାଁ କମେଇଛି। ଏହି ସ୍କୁଲର ଫିସ୍‌ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଏଠାରେ ସେଲିବ୍ରିଟିଙ୍କ ପିଲାମାନେ ପାଠ ପଢ଼ନ୍ତି। ସ୍କୁଲରେ ଶାହାରୁଖ ଖାନ, ଶ୍ରୀଦେବୀ, ଅଭିଷେକ ବଚ୍ଚନ, ସୋନୁ […]

school

Ordigital Desk
  • Published: Wednesday, 27 December 2017
  • , Updated: 27 December 2017, 08:10 PM IST

ନୂଆଦିଲ୍ଲୀ: ଦେଶରେ ଅନେକ ବଡ଼ ବଡ଼ ସ୍କୁଲ ରହିଛି। ସେଗୁଡ଼ିକ ମଧ୍ୟରୁ କେଉଁ ସ୍କୁଲଟି ମୋଟା ଅଙ୍କର ଫିସ୍ ପାଇଁ ଜଣାଶୁଣା ତ କେଉଁ ସ୍କୁଲଟି ଉତ୍ତମ ସୁବିଧା ପାଇଁ ପରିଚିତ। ଦେଶରେ ଏମିତି ଏକ ସ୍କୁଲ ରହିଛି ଯେଉଁ ସ୍କୁଲଟି କୋଟିପତିଙ୍କ ପିଲାମାନଙ୍କ ପାଇଁ ବହୁତ ନାଁ କମେଇଛି। ଏହି ସ୍କୁଲର ଫିସ୍‌ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଏଠାରେ ସେଲିବ୍ରିଟିଙ୍କ ପିଲାମାନେ ପାଠ ପଢ଼ନ୍ତି। ସ୍କୁଲରେ ଶାହାରୁଖ ଖାନ, ଶ୍ରୀଦେବୀ, ଅଭିଷେକ ବଚ୍ଚନ, ସୋନୁ ନିଗମ, ଚଙ୍କି ପାଣ୍ଡେ, ହ୍ରିତିକ ରୋଶନ୍‌, କରୀଶ୍ମା କପୁର ଓ ଲାରା ଦତ୍ତଙ୍କ ସମେତ ଅନେକ ବଲିଉଡ କଳାକାରଙ୍କ ପିଲାମାନେ ପାଠ ପଢନ୍ତି।

ଏହି ସ୍କୁଲଟି ହେଉଛି ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ। ଏହାକୁ ପରିଚାଳନା କରନ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ। ଏହାର ସ୍ଥାପନା ୨୦୦୩ରେ ହୋଇଥିଲା। ୭ ମହଲା ବିଶିଷ୍ଟ ସ୍କୁଲରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିଛି। ସ୍କୁଲର ପ୍ରତ୍ୟେକ କାର୍ଯ୍ୟ ଉପରେ ନୀତା ନଜର ରଖନ୍ତି। ସ୍କୁଲରେ ଭିଆଇପିଙ୍କ ପିଲାମାନେ ପଢ଼ୁଥିବାରୁ ଏଠାରେ ସୁରକ୍ଷ ବ୍ୟବସ୍ଥା ମଧ୍ୟ କଡ଼ା କଡ଼ି ରିହିଥାଏ।

ସ୍କୁଲର ଫିସ୍: ଏହି ସ୍କୁଲର ICSE, IGCSE, IBDP ବୋର୍ଡ ଅନୁସାରେ ପାଠ ପଢ଼ା ଯାଇଥାଏ। ଏଥିପାଇଁ ବାର୍ଷିକ ଫିସ୍ ୧ ଲକ୍ଷ ୭୦ରୁ ଆରମ୍ଭ ହୋଇ ୪ ଲକ୍ଷ ୪୮ ହଜାର ଟଙ୍କା ରହିଛି।

 

Related story