୮୦ ବର୍ଷୀୟ ଏହି ମହିଳାଙ୍କ ହାତ ରନ୍ଧା ଖାଇବାକୁ ଆସନ୍ତି ବିଦେଶୀ

ଭୁବନେଶ୍ୱର: ବଡ ବଡ ରେଷ୍ଟୁରାଣ୍ଟରେ ଅସୁଆଦିଆ ଖାଦ୍ୟ ଖାଇ ମନ ଭରିଯାଇଥିଲେ ଦାଦି ହାତ ରନ୍ଧା ଖାଦ୍ୟ ଉପରେ ନିଶ୍ଚିତ ରୂପେ ଥରେ ଆଖି ବୁଲାନ୍ତୁ। କୁହାଯାଏ ଦାଦି ହାତ ରନ୍ଧା ଖାଦ୍ୟ ଆଙ୍ଗୁଳି ଚାଟିବା ଲାଗି ବାଧ୍ୟ କରିଦିଏ। ଆଉ ଏହାକୁ ଖାଇବାକୁ ବିଦେଶୀ ମାନେ ମଧ୍ୟ ଧାଇଁ ଆସନ୍ତି। ରାଜସ୍ଥାନର ଜେସଲମେରରେ ପ୍ରସିଦ୍ଧ ହୋଇସାରିଥିବା ଦାଦିଙ୍କ ଦେଶୀ ରେଷ୍ଟୁରାଣ୍ଟର ଅଲଗା ନା ରହିଛି।  ଏହି ରେଷ୍ଟୁରାଣ୍ଟକୁ ଚନ୍ଦାଦେବୀ ନାମକ ଏକ ମହିଳା ଚଳାଉଛନ୍ତି। ମହିଳାଙ୍କ […]

chanda devi

Rakesh Mallick
  • Published: Monday, 12 March 2018
  • , Updated: 12 March 2018, 12:31 PM IST

ଭୁବନେଶ୍ୱର: ବଡ ବଡ ରେଷ୍ଟୁରାଣ୍ଟରେ ଅସୁଆଦିଆ ଖାଦ୍ୟ ଖାଇ ମନ ଭରିଯାଇଥିଲେ ଦାଦି ହାତ ରନ୍ଧା ଖାଦ୍ୟ ଉପରେ ନିଶ୍ଚିତ ରୂପେ ଥରେ ଆଖି ବୁଲାନ୍ତୁ। କୁହାଯାଏ ଦାଦି ହାତ ରନ୍ଧା ଖାଦ୍ୟ ଆଙ୍ଗୁଳି ଚାଟିବା ଲାଗି ବାଧ୍ୟ କରିଦିଏ। ଆଉ ଏହାକୁ ଖାଇବାକୁ ବିଦେଶୀ ମାନେ ମଧ୍ୟ ଧାଇଁ ଆସନ୍ତି।

ରାଜସ୍ଥାନର ଜେସଲମେରରେ ପ୍ରସିଦ୍ଧ ହୋଇସାରିଥିବା ଦାଦିଙ୍କ ଦେଶୀ ରେଷ୍ଟୁରାଣ୍ଟର ଅଲଗା ନା ରହିଛି।  ଏହି ରେଷ୍ଟୁରାଣ୍ଟକୁ ଚନ୍ଦାଦେବୀ ନାମକ ଏକ ମହିଳା ଚଳାଉଛନ୍ତି। ମହିଳାଙ୍କ ବୟସ ୮୦ ବର୍ଷ। ଆଶ୍ଚର୍ଯ୍ୟର କଥା ଏତେ ବୟସ ସତ୍ତ୍ୱେ କାମ କରିବାରେ ଥକନ୍ତି ନାହିଁ ଦାଦି। ୪୦ ବର୍ଷ ତଳେ ଏହି ମହିଳା ଜଣଙ୍କ ନିଜ ଘରୁ ରେଷ୍ଟୁରାଣ୍ଟର ଆରମ୍ଭ କରିଥିଲେ। ଦାଦିଙ୍କ ବ୍ୟାସ ମିଲ୍‌ ନାମକ ରେଷ୍ଟୁରାଣ୍ଟ ଇଣ୍ଟରନ୍ୟାସନାଲ ଗାଇଡ୍‌ ବୁକ୍ ଲୋନଲୀ ପ୍ଲାନେଟ୍‌ରେ ମଧ୍ୟ ସ୍ଥାନ ପାଇଛି।

ଚନ୍ଦାଦେବୀ ନିଜ ଘର ପାଇଁ ଯେଉଁ ଖାଦ୍ୟ ବନାଇଥାନ୍ତି ସେହି ଖାଦ୍ୟ ବିଦେଶୀମାନଙ୍କୁ ମଧ୍ୟ ପରଷିଥାନ୍ତି। ଚନ୍ଦା ଦେବୀ ରେଷ୍ଟୁରାଣ୍ଟ ଚଳାଇ ତାଙ୍କ ଦୁଇ ପିଲାଙ୍କ ବିବାହ କରାଇ ସାରିଛନ୍ତି। ଅନ୍ୟମାନଙ୍କ ପାଇଁ ଏହି ମହିଳା ନିଶ୍ଚିତ ରୂପେ ପ୍ରେରଣା ।

Related story