କପାଳରେ ଚନ୍ଦନ ଲଗାନ୍ତୁ, ବହୁ ସମସ୍ୟାରୁ ଉପଶମ ମିଳିବ

ସାଧାରଣତଃ ଅନେକ ଲୋକ ମଥାରେ ଚନ୍ଦନ ଟିପା ଲଗାଇ ଥାଆନ୍ତି। ହେଲେ ଦକ୍ଷିଣ ଭାରତର ଲୋକେ ପୂଜା କରିବା ସମୟରେ ସବୁବେଳେ ଚନ୍ଦନ ଟିପା ଲଗାଇଥାନ୍ତି। ବିଦ୍ୱାନ ଲୋକେ ମଧ୍ୟ କପାଳରେ ବଡ଼ ଆକାରର ଚନ୍ଦନ ଲେପ ଲଗାଇଥାନ୍ତି। କେବଳ ବାସ୍ନା ପାଇଁ ନୁହେଁ ଚନ୍ଦନରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଆସନ୍ତୁ ଜାଣିବା ଚନ୍ଦନ ଲଗାଇବା ଦ୍ୱାରା କେଉଁ ସବୁ ରୋଗରୁ ଉପଶମ ମିଳିଥାଏ। ମୁଣ୍ଡ ବିନ୍ଧାରୁ ରକ୍ଷା କରେ: ଚନ୍ଦନ ମଥାରେ ଲଗାଇବା […]

chandan

Rakesh Mallick
  • Published: Thursday, 18 January 2018
  • , Updated: 18 January 2018, 09:55 AM IST

ସାଧାରଣତଃ ଅନେକ ଲୋକ ମଥାରେ ଚନ୍ଦନ ଟିପା ଲଗାଇ ଥାଆନ୍ତି। ହେଲେ ଦକ୍ଷିଣ ଭାରତର ଲୋକେ ପୂଜା କରିବା ସମୟରେ ସବୁବେଳେ ଚନ୍ଦନ ଟିପା ଲଗାଇଥାନ୍ତି। ବିଦ୍ୱାନ ଲୋକେ ମଧ୍ୟ କପାଳରେ ବଡ଼ ଆକାରର ଚନ୍ଦନ ଲେପ ଲଗାଇଥାନ୍ତି। କେବଳ ବାସ୍ନା ପାଇଁ ନୁହେଁ ଚନ୍ଦନରେ ବହୁ ଔଷଧୀୟ ଗୁଣ ଭରି ରହିଛି। ଆସନ୍ତୁ ଜାଣିବା ଚନ୍ଦନ ଲଗାଇବା ଦ୍ୱାରା କେଉଁ ସବୁ ରୋଗରୁ ଉପଶମ ମିଳିଥାଏ।

ମୁଣ୍ଡ ବିନ୍ଧାରୁ ରକ୍ଷା କରେ: ଚନ୍ଦନ ମଥାରେ ଲଗାଇବା ଦ୍ୱାରା  ମୁଣ୍ଡ ବିନ୍ଧାରୁ ରକ୍ଷା ମିଳିଥାଏ। ମୁଣ୍ଡ ବିନ୍ଧା ହେବା ଦ୍ୱାରା ଶିର ଗୁଡ଼ିକ ଗରମ ହୋଇପଡ଼ିଥାଏ। ଚନ୍ଦନ ଲଗାଇଲେ ଶିରକୁ ଥଣ୍ଡା ରହିଥାଏ। ଖାସ୍‌ କରି ଗରମ ଦିନେ ମୁଣ୍ଡ ବିନ୍ଧା ହେଉଥିଲେ ଚନ୍ଦନ ଲଗାଇବା ଦ୍ୱାରା ଖୁବ୍‌ଶୀଘ୍ର ଆରାମ ମିଳିଥାଏ।

ଏକାଗ୍ରତା ଆଣିଥାଏ: ଯଦି ଆପଣ କାମ କିମ୍ୱା ପଢ଼ିବାରେ ମନ ଲାଗୁନାହିଁ। ତେବେ ମଥାରେ ଚନ୍ଦନ ଲଗାନ୍ତୁ। ଚନ୍ଦନ ଲଗାଇବା ଦ୍ୱାରା ମସ୍ତିଷ୍କ ଥଣ୍ଡା ରହଥାଏ। ଯାହାଦ୍ୱାରା ଏକାଗ୍ରତା ଆସିଥାଏ। ପୂର୍ବ କାଳରେ ଗୁରୁକୁଳ ଆଶ୍ରମରେ ଗୁରୁ ଓ ଶିଷ୍ୟ ଉଭୟ ମଥାରେ ଚନ୍ଦନ ଲଗାଉଥିଲେ।

ଜରରୁ ଉପଶମ ମିଳେ: ଯଦି ଜରରେ ପୀଡ଼ିତ ଅଛନ୍ତି ମଥାରେ ଚନ୍ଦନ ଲଗାଇବା ଦ୍ୱାରା ମୁଣ୍ଡ ସହିତ ଶରୀରର ତାପମାତ୍ରା  ନରମାଲ୍ ହୋଇଥାଏ। ଏହାସହିତ ଜରରୁ ରକ୍ଷା ମଳିଥାଏ।

ଚାପ ଓ ଅନିଦ୍ରାରୁ ରକ୍ଷା କରେ: ଆୟୁର୍ବେଦ ଅନୁସାରେ କପାଳରେ ଚନ୍ଦନ ଲେପ ଲଗାଇବା ଦ୍ୱାରା ଚାପ ଓ ଅନିଦ୍ରା ଦୂର କରିଥାଏ।

 ବ୍ରଣ ସମସ୍ୟା ଦୂର କରେ: ତ୍ୱଚାରେ ଦାଗ ରହିଥିଲେ ଚନ୍ଦନ ପେଷ୍ଟ ଲଗାନ୍ତୁ। ଚନ୍ଦନ ଲଗାଇବା ଦ୍ୱାରା ତେଲିଆ ତ୍ୱଚାରୁ  ରକ୍ଷା ମିଳିବା ସହ ବ୍ରଣ ହୋଇନଥାଏ।

Related story