ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ: ରାଜଭବନ ସମ୍ମୁଖରେ ବିଜେପିର ୧୨ ଘଣ୍ଟିଆ ଅନଶନ

ଭୁବନେଶ୍ୱର: ବିଜେଡିର ସୋହେଲା ସମାବେଶକୁ ଟକ୍କର ଦେବାକୁ ଗୁରୁବାର ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରଠାରେ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ଅନଶନ କରାଯାଇଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଅନଶନ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଅନ୍ୟ ବରିଷ୍ଠ ନେତା ରାଜଭବନ ଆଗରେ ଅନଶନରେ ବସିଥିଲେ। ଏଥିରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର, କ୍ଷତିଗ୍ରସ୍ତ ଚାଷୀ ସାମିଲ ହୋଇଥିଲେ। ଅନଶନ ସ୍ଥଳରେ ପ୍ରଥମେ ବେଦ ପାଠ କରାଯାଇ ମୃତ […]

bjp1

bjp1

Rakesh Mallick
  • Published: Thursday, 19 November 2015
  • Updated: 19 November 2015, 04:58 PM IST

Sports

Latest News

bjpଭୁବନେଶ୍ୱର: ବିଜେଡିର ସୋହେଲା ସମାବେଶକୁ ଟକ୍କର ଦେବାକୁ ଗୁରୁବାର ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରଠାରେ ରାଜଭବନ ସମ୍ମୁଖରେ ୧୨ ଘଣ୍ଟିଆ ଅନଶନ କରାଯାଇଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ଅନଶନ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଅନ୍ୟ ବରିଷ୍ଠ ନେତା ରାଜଭବନ ଆଗରେ ଅନଶନରେ ବସିଥିଲେ। ଏଥିରେ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର, କ୍ଷତିଗ୍ରସ୍ତ ଚାଷୀ ସାମିଲ ହୋଇଥିଲେ।

ଅନଶନ ସ୍ଥଳରେ ପ୍ରଥମେ ବେଦ ପାଠ କରାଯାଇ ମୃତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ୨୦ଟି ଜିଲ୍ଲାର ମୃତ ଚାଷୀଙ୍କ ନାମ ତାଲିକା ଅନଶନ ସ୍ଥଳରେ ରଖାଯାଇ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଅନଶନ ସ୍ଥଳରେ ମରିଯାଇଥିବା ଧାନଗଛ ରଖାଯାଇ ପୂଜାର୍ଚ୍ଚନା କରାଯାଇଥିଲା।

ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଥିଲେ ଯେ ତାଙ୍କ ଦଳ ବ୍ୟୟବହୁଳ ସମାବେଶର ଆୟୋଜନ କରି ନ ଥିଲା। ପ୍ରାଣ ହରାଇଥିବା ଚାଷୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ସେମାନଙ୍କ ପରିବାରଗୁଡ଼ିକୁ ସମବେଦନା ଜଣାଇବା ପାଇଁ ଏହି ସମାବେଶର ଆୟୋଜନ କରାଯାଇଥିଲା। ମୃତ ଚାଷୀଙ୍କ ପରିବାର ଲୋକଙ୍କ ଦୁଃଖ ସମୟରେ ସେମାନଙ୍କ ସହିତ ଛିଡ଼ା ହେବା ପାଇଁ ଏହି ସମାବେଶ କରାଯାଇଥିଲା।

ଦଳର ଅନ୍ୟତମ ନେତା ଭ୍ରୁଗୁ ବକ୍ସିପାତ୍ର କହିଥିଲେ, ସୋହେଲା ସମାବେଶ କରି ବିଜେଡି ସରକାର ଭେଳିକି କରୁଛି। ଏହାଠାରୁ ନିନ୍ଦନୀୟ କଥା ଆଉ କିଛିନାହିଁ। ମୃତ ଚାଷୀଙ୍କ ଶବ ଉପରେ ଏହି ସମାବେଶ କରାଯାଇଛି। ସରକାରଙ୍କ ରାଜସ୍ୱ ବିଭାଗ, କୃଷି ବିଭାଗ, ସରପଞ୍ଚ, ଗ୍ରାମସେବକ କେହି ବି ସର୍ଭେ କରିନାହାନ୍ତି। ବିଜେଡିର ଚାଷୀ ସମାବେଶ ସହ ସମାନ୍ତରାଳ ଭାବେ ବିଜେପି ଅନଶନ କରିବା ଉପରେ ସେ କହିଥିଲେ ଯେ  ଏକାଦିନରେ ଲୋକଙ୍କ ପାଖକୁ ଯିବାର ମୂଲ୍ୟ ଅଛି। ଚାଷୀ ଆତ୍ମହତ୍ୟା କରିଛନ୍ତି, ବିଜେଡି ସରକାର ରାଜନୀତି କରିବା ବନ୍ଦ କରି ଏହାକୁ ମାନି ନିଅନ୍ତୁ। ବିଜେପି ଏକ ସମ୍ବେଦନଶୀଳ ଦଳ। ଏହା କେବେ ରାଜନୀତି କରେ ନାହିଁ।

ସେହିପରି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ ଯେ ସୋହେଲାରେ ବିଜେଡି କରିଥିବା ଚାଷୀ ସମାବେଶ ମୂଲ୍ୟହୀନ। ଯଦି ଚାଷୀଙ୍କ ପାଇଁ ସତରେ ଏ ସରକାରଙ୍କର ଦରଦ ଅଛି ତା’ହେଲେ ସେମାନଙ୍କ ପାଇଁ କାର୍ଯ୍ୟ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story