ନବୀନଙ୍କ ଯୋଗୀ ପଲିସି: ଚାଷୀ ଋଣ ଛାଡ ପାଇଁ କରୁଛନ୍ତି ବିଚାର

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ବିଜେଡି ଓ ବିଜେପି ପରସ୍ପରର ଛାଇକୁ ଦେଖିଲେ ଡେଉଁଛନ୍ତି। ପରସ୍ପରକୁ ଆକ୍ଷେପ କରିବାକୁ କେହି ସାମାନ୍ୟ ତମ ସୁଯୋଗ ହାତଛଡା କରୁନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବାକୁ ପଛାଇ ନାହାନ୍ତି। ହେଲେ ଏତେସବୁ ସତ୍ତ୍ୱେ ବିଜେପିର ତୁଙ୍ଗ ନେତା ତଥା ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଭାବ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି। ଗତକାଲି ଯୋଗୀ ଉତ୍ତରପ୍ରଦେଶର ଚାଷୀଙ୍କୁ […]

naveen

Rakesh Mallick
  • Published: Wednesday, 05 April 2017
  • , Updated: 05 April 2017, 08:08 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପରେ ବିଜେଡି ଓ ବିଜେପି ପରସ୍ପରର ଛାଇକୁ ଦେଖିଲେ ଡେଉଁଛନ୍ତି। ପରସ୍ପରକୁ ଆକ୍ଷେପ କରିବାକୁ କେହି ସାମାନ୍ୟ ତମ ସୁଯୋଗ ହାତଛଡା କରୁନାହାନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିବାକୁ ପଛାଇ ନାହାନ୍ତି। ହେଲେ ଏତେସବୁ ସତ୍ତ୍ୱେ ବିଜେପିର ତୁଙ୍ଗ ନେତା ତଥା ଉତ୍ତରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଭାବ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିଛି। ଗତକାଲି ଯୋଗୀ ଉତ୍ତରପ୍ରଦେଶର ଚାଷୀଙ୍କୁ ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କାର ଋଣ ଛାଡ କରିବାକୁ ଘୋଷଣା କରିବା ପରେ ଓଡ଼ିଶାର ଚାଷୀଙ୍କ ଋଣ ଛାଡ ପାଇଁ ବିଚାର କରାଯାଉଥିବା ନବୀନ କହିଛନ୍ତି।

ଆଜି ବରଗଡ଼ ଓ ପୁରୀ ଜିଲ୍ଲାର ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ନବୀନ ସମୀକ୍ଷା କରୁଥିବା ବେଳେ ନବ ନବନୀର୍ବାଚିତ ପ୍ରତିନିଧିମାନେ ଏହି ପ୍ରସଙ୍ଗ ଉଠାଇଥିଲେ। ଏନେଇ ବିଚାର କରାଯାଉଛି ବୋଲି ଉତ୍ତରରେ ନବୀନ କହିଛନ୍ତି।

ରାଜ୍ୟରେ ଏବେ ୪୩ ଲକ୍ଷ ଚାଷୀ ୧୯,୦୦୦ କୋଟି ଟଙ୍କାର ଋଣ ନେଇଛନ୍ତି। ସମବାୟ ବିଭାଗରୁ ଚାଷୀ ୧୨,୦୦୦ କୋଟି ଟଙ୍କା ଟଙ୍କା ଓ କମର୍ସିଆଲ ବ୍ୟାଙ୍କରୁ ୭୦୦୦ କୋଟି ଟଙ୍କାର ଋଣ ନେଇଛନ୍ତି।

କୃଷୀମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ଆଜି ଚାଷୀ ଋଣ ଛାଡ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାର ବିଚାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।”

ଗୋଟିଏ ପଟେ ରାଜ୍ୟ ସରକାର ଚାଷୀଙ୍କ ଋଣ ଛାଡ କରିବାକୁ ଚିନ୍ତା କରୁଥିବା ବେଳେ ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏହାର ସପକ୍ଷରେ ନାହାନ୍ତି। ଏହାକୁ ନେଇ ସେ ଦେଇଥିବା ମନ୍ତବ୍ୟ ବିବାଦୀୟ ହେବାରେ ଲାଗିଛି। ଦାମ କହିଛନ୍ତି,“ଚାଷୀ ଋଣ ନେଇ ଶୁଝୁନାହାନ୍ତି। ଋଣ ନେଇ ଚାଷ କରିବା ବଦଳରେ ଝିଅ ବାହାଘର କରୁଛନ୍ତି ଓ ମଦ ପିଉଛନ୍ତି। ସେ ଚାଷୀଙ୍କ ଋଣ ଛାଡ କରିବାକୁ କାହିଁକି ବିକଳ ହେଉଛନ୍ତି।”

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତି ଭଲ ନାହିଁ। ସରକାର ଋଣ ବୋଝରେ ବୁଡି ରହିଛନ୍ତି। ଏପରିସ୍ଥିତିରେ ଚାଷୀଙ୍କ ୧୯,୦୦୦ କୋଟି ଟଙ୍କାର ଋଣ ଛାଡ କିପରି କରାଯିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Related story