ଚାଷୀ ସମସ୍ୟାକୁ ନେଇ ଅଚଳାବସ୍ଥା ଜାରି

ଭୁବନେଶ୍ୱର: ବିଧାନସଭାରେ ଆଜି ମଧ୍ୟ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ଆତ୍ମହତ୍ୟା, ଚାଷୀଙ୍କୁ କ୍ଷତିପୂରଣ ଦାବି ଓ ପନିପରିବା ଅଭାବୀ ବିକ୍ରୀ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ।  କଂଗ୍ରେସ ସଦସ୍ୟ ମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଓ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦିଆଯାଇଥିଲା। ପ୍ରଶ୍ନକାଳ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକମାନେ […]

assemble

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 06:53 PM IST

ଭୁବନେଶ୍ୱର: ବିଧାନସଭାରେ ଆଜି ମଧ୍ୟ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଚାଷୀ ଆତ୍ମହତ୍ୟା, ଚାଷୀଙ୍କୁ କ୍ଷତିପୂରଣ ଦାବି ଓ ପନିପରିବା ଅଭାବୀ ବିକ୍ରୀ ନେଇ ବିରୋଧୀ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ।  କଂଗ୍ରେସ ସଦସ୍ୟ ମାନେ ଗୃହ ମଧ୍ୟ ଭାଗକୁ ଆସି ନାରାବାଜି କରିଥିଲେ। ଫଳରେ ବାଚସ୍ପତି ଗୃହକୁ ୧୧ଟା ୩୦ ଓ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦିଆଯାଇଥିଲା।

ପ୍ରଶ୍ନକାଳ ଆରମ୍ଭ ହେବା ପରେ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ନିଜ ଆସନରେ ଛିଡ଼ା ହୋଇ ସରକାରଙ୍କ ଚାଷୀମାରଣ ନୀତି ଚଳିବ ନାହିଁ ବୋଲି କହିଥିଲେ। କଂଗ୍ରେସର ଅନ୍ୟ ସଦସ୍ୟମାନେ ସମାନ ନାରା ଦେଇ ଗୃହରେ ହୋହାଲ୍ଲା କରିଥିଲେ। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉତ୍ତର ଦିଅନ୍ତୁ ବୋଲି ବିରୋଧୀ ଦାବି କରିଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଚାଷୀ ଆତ୍ମହତ୍ୟାର କାରଣ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ। ସରକାରଙ୍କ ଅହଙ୍କାର ପାଇଁ ଚାଷୀ ଆତ୍ମହତ୍ୟା କରୁଛନ୍ତି।”

ସେ ଆହୁରି କହିଛନ୍ତି,“ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉଭୟ ବରଗଡ଼ ଯାଇ ସେଠାରେ ବହୁତ କଥା କହିଥିଲେ। ସେମାନେ ଚାଷୀଙ୍କ ପାଇଁ କ’ଣ କରିଛନ୍ତି ଉତ୍ତର ଦିଅନ୍ତୁ।”

ବିରୋଧୀ ଦଳ ମୁଖ୍ୟ ସଚେତକ ବାହିନୀପତି କହିଛନ୍ତି,“ଋଣଭାର ଓ ପନିପରିବା ଅଭାବି ବିକ୍ରୀ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ସରକାର ଚାଷୀଙ୍କ ଋଣ ଶୀଘ୍ର ଛାଡ଼ କରନ୍ତୁ। ଯେଉଁ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି ସେମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଉ।”

ତେବେ ବିରୋଧୀଙ୍କ ଅଭିଯୋଗ ଉପରେ ବିଜେଡି ଉତ୍ତର ରଖିଛି। ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି,“ଚାଷୀ ସେମାନଙ୍କ ଅମଳ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ପାଉ ନ ଥିବା ନେଉ ହେଉଥିବା ଅଭିଯୋଗ ସତ। ଚଳିତବର୍ଷ ଅଧିକ ପରିମାଣରେ ପରିବା ଅମଳ ହୋଇଛି। ହେଲେ ଖାଉଟି ସେହି ଅନୁପାତରେ ପରିବା କିଣୁ ନାହାନ୍ତି। ଚଳିତବର୍ଷ ଟମାଟୋ ଅଧିକ ଅମଳ ହୋଇଛି। କେବଳ ଆମ ରାଜ୍ୟ ନୁହେଁ, ସାରା ଦେଶରେ ଏଭଳି ସମସ୍ୟା ଦେଖା ଦେଇଛି। ଯିଏ ବି ଆତ୍ମହତ୍ୟା କରୁଛନ୍ତି ସେମାନଙ୍କୁ ଚାଷୀଙ୍କ ସହ ଯୋଡ଼ା ଯାଉଛି। ସମସ୍ତଙ୍କୁ ଚାଷୀ ଆତ୍ମହତ୍ୟା ସହ ଯୋଡ଼ା ଯିବା ଠିକ୍‌ ନୁହେଁ।”

 

Related story