ଏମିତି ଦେଶ, ଯେଉଁଠି ପାଦ ରଖିଲେ ଆପଣ ହୋଇଯିବେ କୋଟିପତି

ନୂଆଦିଲ୍ଲୀ: ଦରଦାମ ଯେମିତି ବଢ଼ି ଚାଲିଛି ଚଳିବା ମୁସ୍କିଲ ହୋଇଯାଉଛି। ଏପରି ସ୍ଥିତିରେ ଭାବିଚିନ୍ତି ଖର୍ଚ୍ଚ କରିବାକୁ ପଡ଼ୁଛି। ହେଲେ ଆମେ ଏମିତି କିଛି ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଗଲେ ଆପଣ କୋଟିପତି ହୋଇଯିବେ ଓ ହାତଖୋଲା ଖର୍ଚ୍ଚ କରିପାରିବେ। କାରଣ ଏହି ଦେଶ ଗୁଡିକର ମୁଦ୍ରା ଭାରତୀୟ ମୁଦ୍ରା ତୁଳନାରେ ବହୁତ କମ। ଏଠାକୁ ଗଲେ ଆପଣ ହଠାତ କୋଟିପତି ହୋଇଯିବା ପରି ମନେ କରିବେ। ମୂଦ୍ରାର ମୂଲ୍ୟ କମ ଥିବାରୁ ଏହି […]

india

india

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 07:27 PM IST

Sports

Latest News

ନୂଆଦିଲ୍ଲୀ: ଦରଦାମ ଯେମିତି ବଢ଼ି ଚାଲିଛି ଚଳିବା ମୁସ୍କିଲ ହୋଇଯାଉଛି। ଏପରି ସ୍ଥିତିରେ ଭାବିଚିନ୍ତି ଖର୍ଚ୍ଚ କରିବାକୁ ପଡ଼ୁଛି। ହେଲେ ଆମେ ଏମିତି କିଛି ଦେଶ ବିଷୟରେ କହିବାକୁ ଯାଉଛୁ, ଯେଉଁଠିକୁ ଗଲେ ଆପଣ କୋଟିପତି ହୋଇଯିବେ ଓ ହାତଖୋଲା ଖର୍ଚ୍ଚ କରିପାରିବେ। କାରଣ ଏହି ଦେଶ ଗୁଡିକର ମୁଦ୍ରା ଭାରତୀୟ ମୁଦ୍ରା ତୁଳନାରେ ବହୁତ କମ। ଏଠାକୁ ଗଲେ ଆପଣ ହଠାତ କୋଟିପତି ହୋଇଯିବା ପରି ମନେ କରିବେ।

ମୂଦ୍ରାର ମୂଲ୍ୟ କମ ଥିବାରୁ ଏହି ଦେଶଗୁଡିକ ଖରାପ ହୋଇଥିବ ବୋଲି ଯଦି ଭାବୁଛନ୍ତି ତାହା ହେଲେ ଏପରି ଭାବନା ସମ୍ପୂର୍ଣ୍ଣ ଭୁଲ। ଏହି ଦେଶଗୁଡିକ କୌଣସି ଗୁଣରେ ଧନୀ ରାଷ୍ଟ୍ରଙ୍କ ଠାରୁ କମ ନୁହେଁ। ଏସବୁ ଦେଶରେ ଏମିତି ସ୍ଥାନ ରହିଛି ଯେଉଁଠି ଆପଣ ବୁଲି ବୁଲି ଥକି ଯିବେ, ହେଲେ ଲାଗିବ ଯେମିତି ଆହୁରି ବହୁତ କିଛି ଦେଖିବାକୁ ବାକି ରହିଗଲା। ଆସନ୍ତୁ ଜାଣିବା ଏପରି କିଛି ଦେଶ ବିଷୟରେ।

sri-lankaଶ୍ରୀଲଙ୍କା: ଭାରତର ଏକ ଟଙ୍କା ଶ୍ରୀଲଙ୍କାର ଦୁଇ ଟଙ୍କା ସହ ସମାନ। ଅର୍ଥାତ ଆପଣ ଶ୍ରୀଲଙ୍କା ଯେତେ ଟଙ୍କା ନେଇ ଯାଇଥିବେ ସେଠାରେ ପହଞ୍ଚିବା ପରେ ତାହା ଦୁଇଗୁଣା ହୋଇଯିବ।

hunryହଙ୍ଗେରୀ: ଭାରତର ଏକ ଟଙ୍କା ଏହି ଦେଶରେ ୪ ହଙ୍ଗେରିଆନ ଫ୍ରାରେଣ୍ଟ ସହ ସମାନ। ଅର୍ଥାତ ହଙ୍ଗେରୀରେ ଆପଣଙ୍କ ଟଙ୍କା ୪ ଗୁଣା ହୋଇଯିବ।

zimbaveଜିମ୍ବାୱେ: ଜିମ୍ବାୱେରେ ଭାରତୀୟ ମୁଦ୍ରାର ମୂଲ୍ୟ ୬ ଜିମ୍ବାୱେୟନ ଡଲାର। ଅର୍ଥାତ ଜିମ୍ବାୱେ ବୁଲିବାକୁ ଆପଣ ସେ ଦେଶରେ ପାଦ ଦେବା ମାତ୍ରେ ଆପଣଙ୍କ ଟଙ୍କାର ମୂଲ୍ୟ ୬ ଗୁଣା ବଢ଼ିଯିବ।

costa-ricaକୋସ୍ତାରିକା: ଏଠାରେ ଏକ ଟଙ୍କାର ମୂଲ୍ୟ ୮ କାଲୋନ୍ସ ସହ ସମାନ। ଅର୍ଥାତ ଏଠାରେ ଆପଣଙ୍କ ଟଙ୍କାର ମୂଲ୍ୟ ୮ ଗୁଣା ଅଧିକ।

mongolianମଙ୍ଗୋଲିୟା: ମଙ୍ଗୋଲିୟାରେ ଭାରତୀୟ ମୁଦ୍ରାର ମୂଲ୍ୟ ୩୦ ଟ୍ଟଗରିକା ସହ ସମାନ। ଏଠାକୁ ଆପଣ ଯେତେ ଟଙ୍କା ନେଇ ଯାଇଥିବେ ତାହାର ମୂଲ୍ୟ ୩୦ ଗୁଣା ବଢ଼ିଯିବ।

combodiaକମ୍ବୋଡିୟା: କମ୍ବୋଡିୟାରେ ଏକ ଟଙ୍କାର ମୂଲ୍ୟ ୬୩ କମ୍ବୋଡିୟଲ ରେୟଲ ସହ ସମାନ। ଏକ ଟଙ୍କା ଏଠାରେ ୬୩ ଗୁଣା ଅଧିକ।

paragueପାରାଗୁଏ: ଏଠାରେ ଏକ ଟଙ୍କା ୮୮ ପାରାଗୁଏନ ଗୁଏରାନୀ ସହ ସମାନ। ଏଠାକୁ ଗଲେ ଆପଣଙ୍କ ଟଙ୍କାର ମୂଲ୍ୟ ୮୮ ଗୁଣ ବଢ଼ିଯିବ।

indoneshiaଇଣ୍ଡୋନେସିଆ: ଏଠାରେ ଭାରତର ଏକ ଟଙ୍କା ୨୦୬ ଇଣ୍ଡୋନେସିଆନ ଟଙ୍କା ସହ ସମାନ। ଏଠାରେ ଆପଣଙ୍କ ଟଙ୍କାର ମୂଲ୍ୟ ୨୦୬ ଗୁଣା ବଢ଼ିଯିବ।

belarusବେଲାରୁଷ: ବେଲାରୁଷରେ ଭାରତର ଏକ ଟଙ୍କା ୨୧୬ ରୂବେଲ। ଅର୍ଥାତ ଏଠାକୁ ଯାଇ ଆପଣଙ୍କ ଟଙ୍କା ୨୧୬ ଗୁଣା ଅଧିକ ହୋଇଯିବ।

veitnamଭିଏତନାମ: ଭିଏତନାମରେ ଭାରତୀୟ ମୁଦ୍ରାର ମୂଲ୍ୟ ୩୫୦ ଭିଏତନାମେସ ଡୋଙ୍ଗ ସହ ସମାନ। ଏଠାକୁ ଗଲେ ଆପଣଙ୍କ ଟଙ୍କା ୩୫୦ ଗୁଣା ଅଧିକ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos