ଛତିଶଗଡ଼ ଯାଉଥିବା ମାଲବାହୀ ଟ୍ରେନ୍‌କୁ ଅଧ ଘଣ୍ଟାଏ ଅଟକାଇଲା ବିଜେଡି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ ନେଇ ଆଜି ଛତିଶଗଡ଼କୁ ଯାଉଥିବା ସମସ୍ତ ମାଲବାହୀ ଟ୍ରେନ୍‌କୁ  ଅବରୋଧ କରିଛନ୍ତି ବିଜେଡି କର୍ମୀ। ଅଧ ଘଣ୍ଟାଏ ପାଇଁ ବିଜେଡି କର୍ମୀମାନେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବ୍ରହ୍ମପୁର ଓ ରାଜା ଆଠଗଡ଼ ଷ୍ଟେସନ୍‌ରେ ଟ୍ରେନ ଅବରୋଧ କରିଥିଲେ। ଫଳରେ ଛତିଶଗଡ଼କୁ ଏହି ଷ୍ଟେସନ ଦେଇ ଯାଉଥିବା ସମସ୍ତ ମାଲବାହୀ ଟ୍ରେନ ଅଟକି ରହିଥିଲା। ବ୍ରହ୍ମପୁର ଷ୍ଟେସନରେ ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ଓ କଟକ ଜିଲ୍ଲା ଆଠଗଡ଼ରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର […]

bjd-train

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 03:08 PM IST

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗ ନେଇ ଆଜି ଛତିଶଗଡ଼କୁ ଯାଉଥିବା ସମସ୍ତ ମାଲବାହୀ ଟ୍ରେନ୍‌କୁ  ଅବରୋଧ କରିଛନ୍ତି ବିଜେଡି କର୍ମୀ। ଅଧ ଘଣ୍ଟାଏ ପାଇଁ ବିଜେଡି କର୍ମୀମାନେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବ୍ରହ୍ମପୁର ଓ ରାଜା ଆଠଗଡ଼ ଷ୍ଟେସନ୍‌ରେ ଟ୍ରେନ ଅବରୋଧ କରିଥିଲେ। ଫଳରେ ଛତିଶଗଡ଼କୁ ଏହି ଷ୍ଟେସନ ଦେଇ ଯାଉଥିବା ସମସ୍ତ ମାଲବାହୀ ଟ୍ରେନ ଅଟକି ରହିଥିଲା।

ବ୍ରହ୍ମପୁର ଷ୍ଟେସନରେ ବିଧାୟକ ରମେଶ ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ଓ କଟକ ଜିଲ୍ଲା ଆଠଗଡ଼ରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନେତୃତ୍ୱରେ ବିଜେଡି କର୍ମୀ ଟ୍ରେନ ଅବରୋଧ କରିଥିଲେ।

ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ସୋର, ଜଳେଶ୍ୱର ଓ ସିମୁଳିଆରେ ମଧ୍ୟ ଟ୍ରେନ୍‌ ଅବରୋଧ କରାଯାଇଥିଲା। ଜିଲ୍ଲା ବିଜେଡି ସଭାପତି ଅନନ୍ତ ଦାସଙ୍କ ନେତୃତ୍ୱରେ ବହୁ ବରିଷ୍ଠ ନେତା ଏଥିରେ ସାମିଲ ହୋଇଥିଲେ।

ଝାରସୁଗୁଡା ବେଲପାହାଡ଼ ଷ୍ଟେସନରେ ବିଜେଡି ପକ୍ଷରୁ ଟ୍ରେନ ଅବରୋଧ କରାଯାଇଥିଲା। ବିଜେଡି ନେତା ଅନୁପ ସାଏଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଛତିଶଗଡ଼ ଯାଉଥିବା ଟ୍ରେନ୍‌କୁ ଅଟକାଇଥିଲେ। ସୁରକ୍ଷା ଦୃଷ୍ଟିରୁ ଷ୍ଟେସନରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା।

ଟିଟିଲାଗଡ଼ରେ ବିଧାୟକ ଟୁକୁନି ସାହୁଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ରେଳରୋକ କରିଥିଲେ।

Related story