“ଓଡ଼ିଶାବାସୀ ଏବେ ବିଜେଡିକୁ ଚେତାବନୀ ଦେବେ, ୨୦୧୯ରେ ଫୋପାଡ଼ି ଦେବେ”

ବାରିପଦା: ଓଡ଼ିଶାର ଗ୍ରାମାଞ୍ଚଳର ଚିତ୍ର ଏଯାଏଁ ବଦଳିପାରିନି। ବିକାଶଠୁ ବହୁ ଦୂରରେ ଅଧିକାଂଶ ଗାଁ। ତେଣୁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ସରକାରକୁ ଚେତାବାନୀ ଦେବା ସହ ୨୦୧୯ ବିଧାନସଭା ନିର୍ବାଚନରେ ଫୋପାଡ଼ ଦେବେ ବୋଲି କହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ମୟୂରଭଞ୍ଜ ଜିଲ୍ଲା ଉଦଳାର କୁଶଳ୍‌ଦାରେ ଏକ ନିର୍ବାଚନୀ ସଭାରେ ସେ ଏକଥା କହିଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପାଇଁ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଦୁଇ ଦିନ ଧରି ପ୍ରଚାର କରି […]

raghubardas

Rakesh Mallick
  • Published: Sunday, 12 February 2017
  • , Updated: 12 February 2017, 01:55 PM IST

ବାରିପଦା: ଓଡ଼ିଶାର ଗ୍ରାମାଞ୍ଚଳର ଚିତ୍ର ଏଯାଏଁ ବଦଳିପାରିନି। ବିକାଶଠୁ ବହୁ ଦୂରରେ ଅଧିକାଂଶ ଗାଁ। ତେଣୁ ଚଳିତ ନିର୍ବାଚନରେ ଓଡ଼ିଶାବାସୀ ବିଜେଡି ସରକାରକୁ ଚେତାବାନୀ ଦେବା ସହ ୨୦୧୯ ବିଧାନସଭା ନିର୍ବାଚନରେ ଫୋପାଡ଼ ଦେବେ ବୋଲି କହିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ। ମୟୂରଭଞ୍ଜ ଜିଲ୍ଲା ଉଦଳାର କୁଶଳ୍‌ଦାରେ ଏକ ନିର୍ବାଚନୀ ସଭାରେ ସେ ଏକଥା କହିଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପାଇଁ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଦୁଇ ଦିନ ଧରି ପ୍ରଚାର କରି ଫେରିବା ପରେ ଆଜି ଆସିଛନ୍ତି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ।

ଉଦଳା ପରେ ସେ ରାଇରଙ୍ଗପୁରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି। ସେଠାରେ ତାଙ୍କ ଉପସ୍ଥିତିରେ ୪୩ ଜଣ ବିଜେଡି କର୍ମୀ ଓ ୫ ଜଣ କଂଗ୍ରେସ କର୍ମୀ ବିଜେପିରେ ସାମିଲ ହୋଇଥିଲେ।

ଏଠାରୁ ରଘୁବର ଦାସ ସୁନ୍ଦରଗଡ଼ ଜିଲ୍ଲାକୁ ଯାଇ ପ୍ରଚାର କରିବେ। ତଳସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବ୍ଲକ୍‌ର ଇତ୍‌ମା ଠାରେ ଏକ ସଭାରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।

Related story