ନୂଆଦିଲ୍ଲୀ: ପୁସ୍ତକ ମନସ୍କ ମଣିଷ ସବୁବେଳେ ନୂଆ ନୂଆ ବହି ପଢ଼ିବା ପାଇଁ ପ୍ରବଳ ଆଗ୍ରହ ଦେଖାଇଥାଏ। ଏହାସହିତ ବହି ପଢ଼ିବା ପାଇଁ ନିରୋଳା ସ୍ଥାନଟିଏ ମଧ୍ୟ ଖୋଜୁଥାଏ। ଏଭଳି ଲୋକମାନଙ୍କ ପାଇଁ ଲାଇବ୍ରେରି ବା ପୁସ୍ତକାଳୟ ହିଁ ଉପଯୁକ୍ତ ସ୍ଥାନ ଓ ମାଧ୍ୟମ ଅଟେ। ଦୁର୍ଭାଗ୍ୟର କଥା ଯେ, ଆଜିକାଲି ଲାଇବ୍ରେରି ପଢ଼ିବା ଉପଯୋଗୀ ହୋଇ ପାରୁନାହିଁ, କି ସେଠାରେ ସେତେ ପରିମାଣରେ ବହି ଉପଲବ୍ଧ ହେଉ ନାହିଁ। ଏହି ବହି ପ୍ରେମୀ ମଣିଷମାନଙ୍କ ପାଇଁ ଚାଇନାରେ ତିଆରି ଏକ ହୋଇଛି ବିଶାଳ ଲାଇବ୍ରେରୀ। ଯାହା ଦେଖିବାକୁ ଠିକ୍ ମଣିଷ ଆଖି ପରି। ଚାଇନାର ତିଆଞ୍ଜିନ ସହରର ସଂସ୍କୃତିର ଏକ ଅଂଶ ଭାବେ ଏହି ବିଶାଳ ପାଠାଗାରର ନିର୍ମାଣ କରାଯାଇଛି। ଆସନ୍ତୁ ଜାଣିବାଏହି ଲାଇବ୍ରେରୀରେ କ'ଣ ସବୁ ସୁବିଧା ରହିଛି।
୧-MVRDV ନାମକ ନେଦରଲ୍ୟାଣ୍ଡର ସହରୀକରଣ ଡିଜାଇନର ଓ ଆର୍କିଟେକ୍ଚର ଏହି ବିଶାଳ ପାଠାଗାରକୁ ନିର୍ମାଣ କରିଛନ୍ତି। ଟିଆଞ୍ଜିନ୍ ଅର୍ବାନ୍ ପ୍ଲାନିଂ ଏଣ୍ଡ ଡିଜାଇନ୍ ଇନ୍ଷ୍ଟିଟ୍ୟୁଟ୍ ସହଯୋଗରେ ଏହାର ନିର୍ମାଣ କରାଯାଇଛି।
୨- ଏହି ଦୁଇ ସଂସ୍ଥା ଖୁବ୍ ସୁନ୍ଦର ଭାବରେ ୩୪,୦୦୦ ସ୍କୋୟାର ମିଟର୍ ଅଞ୍ଚଳରେ ଏହି ପାଠାଗାର ନିର୍ମାଣ କରିଛନ୍ତି। ଏଥିରେ ୧୨ ଲକ୍ଷରୁ ଅଧିକ ବହି ରହିବାର ସୁବିଧା ରହିଛି।