ଇଣ୍ଡିଆନ ମିଲିଟାରୀ ରିଭ୍ୟୁ ପତ୍ରିକାର ପୂର୍ବାନୁମାନ: ୨୦୧୮ରେ ଭାରତ-ଚୀନ୍‌ ଯୁଦ୍ଧ ନିଶ୍ଚିତ, ଜାଣନ୍ତୁ କ’ଣ ହେବ ପରିଣାମ

୨୦୧୮ରେ ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ନିଶ୍ଚିତ। ଏଥିପାଇଁ ଦୁଇ ଦେଶ ପ୍ରସ୍ତୁତ ହୋଇ ସାରିଛନ୍ତି। କେବଳ ବିଧିବଧ ଯୁଦ୍ଧ ଘୋଷଣା ବାକି ଅଛି। ତେବେ ଏହି ଯୁଦ୍ଧ ଚୀନ୍‌ର ଅହଂକାରକୁ ଭାଙ୍ଗି ଚୂରମାର କରିଦେବ। ଭାରତଠାରୁ ଧୂଳି ଚାଟିବ ଚୀନ୍‌। ଏପରି ଭବିଷ୍ୟବାଣୀ କରିଛି ଭାରତୀୟ ସୀମା ଓ ସେନା ଉପରେ ନଜର ରଖୁଥିବା ପତ୍ରିକା ‘ଇଣ୍ଡିଆନ ମିଲିଟାରୀ ରିଭ୍ୟୁ’। ଏଥିରେ ଆହୁରି କୁହାଯାଇଛି ଯେ, କୌଣସି ବିବାଦର ସମାଧାନ ଯୁଦ୍ଧ ନୁହେଁ। ଯଥା ସମ୍ଭବ ଯୁଦ୍ଧଠାରୁ […]

india-china

Rakesh Mallick
  • Published: Thursday, 10 August 2017
  • , Updated: 10 August 2017, 09:18 PM IST

୨୦୧୮ରେ ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ନିଶ୍ଚିତ। ଏଥିପାଇଁ ଦୁଇ ଦେଶ ପ୍ରସ୍ତୁତ ହୋଇ ସାରିଛନ୍ତି। କେବଳ ବିଧିବଧ ଯୁଦ୍ଧ ଘୋଷଣା ବାକି ଅଛି। ତେବେ ଏହି ଯୁଦ୍ଧ ଚୀନ୍‌ର ଅହଂକାରକୁ ଭାଙ୍ଗି ଚୂରମାର କରିଦେବ। ଭାରତଠାରୁ ଧୂଳି ଚାଟିବ ଚୀନ୍‌। ଏପରି ଭବିଷ୍ୟବାଣୀ କରିଛି ଭାରତୀୟ ସୀମା ଓ ସେନା ଉପରେ ନଜର ରଖୁଥିବା ପତ୍ରିକା ‘ଇଣ୍ଡିଆନ ମିଲିଟାରୀ ରିଭ୍ୟୁ’। ଏଥିରେ ଆହୁରି କୁହାଯାଇଛି ଯେ, କୌଣସି ବିବାଦର ସମାଧାନ ଯୁଦ୍ଧ ନୁହେଁ। ଯଥା ସମ୍ଭବ ଯୁଦ୍ଧଠାରୁ ଦୂରେଇ ରହିବା ଆବଶ୍ୟକ। ହେଲେ ଯଦି ଏପରି ସ୍ଥିତି ଉପୁଜେ ତେବେ ଯୁଦ୍ଧକୁ ମଜାକ ଭାବୁଥିବା ଚୀନ୍‌ ସାରା ବିଶ୍ୱରେ ମଜାକ ହୋଇ ରହିଯିବ।

ପତ୍ରିକାରେ କୁହାଯାଇଛି ୧୯୬୨ ଯୁଦ୍ଧକୁ ଚୀନ୍‌ ଏପର୍ଯ୍ୟନ୍ତ ଭୁଲି ପାରିନାହିଁ। ଭାରତକୁ ଏବେ ବି ଚୀନ୍‌ ଦୁର୍ବଳ ଭାବୁଛି। ହେଲେ ସମୟ ବଦଳି ସାରିଛି। ଚୀନ୍‌ ଏହାକୁ ବୁଝିପାରୁନାହିଁ କି ୧୯୬୨ ଆଗକୁ ଚିନ୍ତା କରିପାରୁନାହିଁ। ଭାରତ ସହ ଯୁଦ୍ଧ ପାଇଁ ଚୀନ୍‌ର ପ୍ରସ୍ତୁତି ଅତ୍ୟନ୍ତ ଦୃର୍ବଳ ରହିଛି। ଏପରିକି ଚୀନ୍‌ ପାଖରେ ଯୁଦ୍ଧରେ ମାହିର ଜେନେରାଲ ମଧ୍ୟ ନାହାନ୍ତି।

ପତ୍ରିକା ରିପୋର୍ଟ ଅନୁସାରେ ୨୦୧୬ରୁ ଚୀନ୍‌ ଭାରତ ବିରୋଧରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୭ଟି ସୈନିକ କ୍ଷେତ୍ରକୁ ଯୋଡି ୫ଟି କ୍ଷେତ୍ରରେ ପରିବର୍ତ୍ତନ କରିଛି। ଏହାର କମାଣ୍ଡର ଜେନେରାଲ ଝୁ ଜାଙ୍ଗକିଙ୍କୁ କରିଥିଲା। ଜାଙ୍ଗକିଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ତିବ୍ଦତରେ କମାଣ୍ଡର ଭାବେ ମୁତୟନ କରାଯାଇଥିଲା। କେବଳ ଜାଙ୍ଗକିଙ୍କୁ ଜଣାଅଛି ଭୁଟାନ, ସିକିମ ଓ ଅରୁଣାଚଳ ଅଞ୍ଚଳରେ ଯୁଦ୍ଧ କରିବା କେତେ କଷ୍ଟ। ଜାଙ୍ଗକିଙ୍କ ଛଡା ପୁରା ଚୀନ୍‌ ସେନା ଏହି ଅଞ୍ଚଳକୁ ନେଇ ଭ୍ରମରେ ଅଛି।

ଚୀନ୍‌ ଡୋକଲାମ ଅଞ୍ଚଳରେ ଗୋଟେ ଗୋଟେ ପାଦ ଆଗକୁ ଆସୁଛି, ହେଲେ ଭିତରେ ଭିତରେ ଦୁଇ ପାଦ ପଛକୁ ଯାଉଛି। କାରଣ ଥରେ ଯୁଦ୍ଧ ଘୋଷଣା ହୋଇଗଲେ ଭାରତ କେତେ ମୋର୍ଚ୍ଚା ଖୋଲି ଦେବ ଏହାର ସଠିକ ଖବର କାହା ପାଖରେ ନାହିଁ।

ଯୁଦ୍ଧରେ କେଉଁଠି କେଉଁଠି ମୁହାଁମୁହିଁ ହେବେ ଦୁଇ ସେନା

୨୦୧୮ରେ ଯୁଦ୍ଧ ହେଲେ ଭଉୟ ଦେଶର ସେନା କେଉଁଠି କେଉଁଠି ପରସ୍ପର ସହ ମୁହାଁମୁହିଁ ହେବେ ସେ ନେଇ ପତ୍ରିକା ପକ୍ଷରୁ ଏକ ରିପୋର୍ଟ ଦିଆଯାଇଛି। ଚୀନ୍‌ ଲଦାଖ ଦେଇ ଭାରତ ଉପରେ ପ୍ରଥମେ ଆକ୍ରମଣ କରିବ। ଏହାକୁ ସମର୍ଥନ କରି ପାକିସ୍ତାନ କାଶ୍ମୀରରେ ବଡ ଧରଣର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନାର ନଜର ହଟାଇବାକୁ ଚେଷ୍ଟା କରିବ। ଏଥିପାଇଁ ଚୀନ୍‌ ତିବ୍ଦତ ଓ ସୀମା ଅଞ୍ଚଳରେ ବିପୁଳ ପରିମାଣରେ ବିସ୍ଫୋରକ ଜମା କରିବା ଆରମ୍ଭ କରିଛି। ଚୀନ୍‌ର ଦ୍ୱିତୀୟ ମୋର୍ଚ୍ଚା ଚୁମ୍ବି ଘାଟିରେ ପ୍ରବେଶ କରିବେ। ଏହି ଅଞ୍ଚଳରେ ଚୀନ୍‌ ସେନା ଭାରି ମେସିନଗନ୍‌ ବ୍ୟବହାର କରି ଆଗକୁ ବଢିବେ।

ଏହାପରେ ଚୀନ୍‌ର ବିଶାଳ ସେନା ବ୍ରହ୍ମପୁତ୍ର ନଦୀ ପାର ହେବାକୁ ଉଦ୍ୟମ କରିବେ। ଏହି ସମୟରେ ଭାରତୀୟ ବାୟୁସେନା ତା’ର ଅପରେସନ ଆରମ୍ଭ କରିବ। ବ୍ରହ୍ମପୁତ୍ର ନଦୀ ପାର ହୋଇ ଆଗକୁ ବଢୁଥିବା ଚୀନ୍‌ ସେନା ଉପରେ ଜୋରଦାର ଆକ୍ରମଣ କରିବ ଭାରତ। ଚୀନ୍‌ ଏହାର ମୁକାବିଲା କରିପାରିବ ନାହିଁ ଓ ଯୁଦ୍ଧର ଦିଗ ବଦଳିଯିବ। ଏଠାରୁ ଚୀନ୍‌ ପ୍ରତିରୋଧ କରିବାର ଶକ୍ତି ହରାଇବ ଓ  କଡା ମୁକାବିଲାର ସମ୍ମୁଖୀନ ହେବ। ସ୍ଥିତି ଏପରି ହେବ ଯେ, ତିବ୍ଦତ ଦେଇ ବଢୁଥିବା ଚୀନ ସେନାକୁ ମୃତ ସୈନିକଙ୍କୁ ପଛରେ ମୁହଁ ଲୁଚାଇବାକୁ ପଡିବ।

Related story