ଭାରତକୁ ଚୀନର ଚେତାବନୀ: କହିଲା ଯୁଦ୍ଧ ପାଇଁ ଉଚ୍ଛନ୍ନ ହୁଅନି, ୬୨ ଇତିହାସକୁ ମନେ ପକାଅ

ନୂଆଦିଲ୍ଲୀ:କିଛିଦିନ ଧରି ସିକିମ ସୀମାରେ ଦାଦାଗିରି  ଜାରି ରଖିଥବା ଚୀନ ଏବେ ଭାରତକୁ ଧମକ ଦେଇଛି।  ତାଚ୍ଛଲ୍ୟ କରି କହିଛି  ୬୨ ଇତିହାସକୁ ମନେପକାଅ। ଯୁଦ୍ଧ ପାଇଁ  ଉଚ୍ଛନ୍ନ ହେଉଥିବା ଭାରତ ୬୨ ଯୁଦ୍ଧର ପରାଜୟରୁ କିଛି ଶିଖିବା ଉଚିତ୍ ବୋଲି ଚୀନ କହିଛି। ଚୀନ ସେନା ପିପୁଲ ଲିବେରେଶନ ଆର୍ମି (ପିଏଲଏ) ପକ୍ଷରୁ କୁହାଯାଇଛି ଯେ, ଚୀନ ତା’ର ନିଜ ଇଲାକାରେ ରାସ୍ତା ନିର୍ମାଣ କରୁଛି। ସେ ଅନ୍ୟ କାହା ଜାଗା ଉପରେ ରାସ୍ତା ନିର୍ମାଣ […]

china

Rakesh Mallick
  • Published: Thursday, 29 June 2017
  • , Updated: 29 June 2017, 07:39 PM IST

ନୂଆଦିଲ୍ଲୀ:କିଛିଦିନ ଧରି ସିକିମ ସୀମାରେ ଦାଦାଗିରି  ଜାରି ରଖିଥବା ଚୀନ ଏବେ ଭାରତକୁ ଧମକ ଦେଇଛି।  ତାଚ୍ଛଲ୍ୟ କରି କହିଛି  ୬୨ ଇତିହାସକୁ ମନେପକାଅ। ଯୁଦ୍ଧ ପାଇଁ  ଉଚ୍ଛନ୍ନ ହେଉଥିବା ଭାରତ ୬୨ ଯୁଦ୍ଧର ପରାଜୟରୁ କିଛି ଶିଖିବା ଉଚିତ୍ ବୋଲି ଚୀନ କହିଛି। ଚୀନ ସେନା ପିପୁଲ ଲିବେରେଶନ ଆର୍ମି (ପିଏଲଏ) ପକ୍ଷରୁ କୁହାଯାଇଛି ଯେ, ଚୀନ ତା’ର ନିଜ ଇଲାକାରେ ରାସ୍ତା ନିର୍ମାଣ କରୁଛି। ସେ ଅନ୍ୟ କାହା ଜାଗା ଉପରେ ରାସ୍ତା ନିର୍ମାଣ କରୁ ନାହିଁ ବୋଲି ଚୀନ କହିଛି। କେବଳ ସେତିକି ନୁହଁ ସିକିମ ସୀମାରୁ ଭାରତ ସେନା ପ୍ରତ୍ୟାହାର କରୁ ବୋଲି ଧମକ ଦେଇଛି। ସେହିପରି ପିଏଲଏର ମୁଖପାତ୍ର ଭାରତୀୟ ସେନା ମୁଖ୍ୟ ଜେ.ବିପିନ୍‌ ରାଓତଙ୍କ ମତ ଉପରେ ପ୍ରତିକ୍ରିୟା ରଖିଛନ୍ତି। କିଛି ଦିନ ତଳେ ବିପିନ୍‌ ରାଓତ କହିଥିଲେ ଯେ, ଅମେ ଟୁ ଆଣ୍ଡ ଏ ହାଫ ୱାର ପାଇଁ ପ୍ରସ୍ତୁତ।

ଅର୍ଥାତ ପାକିସ୍ତାନ, ଚୀନ ସହ ଦେଶର ଆଭ୍ୟନ୍ତରୀଣ ଆତଙ୍କ ସୃଷ୍ଟିକାରୀଙ୍କ ବିରୋଧରେ ଲଢେଇ ପାଇଁ ଆମେ ସମର୍ଥ ବୋଲି ସେ କହିଥିଲେ । ଏହା  ଉପରେ ପିଏଲଏର ମୁଖପାତ୍ର ୟୁ.କୁଇୱାନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଭାରତ ତାର ପୂର୍ବ ଇତିହାସକୁ ମନେ ପକାଇବା ଦରକାର। ୩୫-ଟନ୍‌ ଯୁଦ୍ଧ ଟ୍ୟାଙ୍କର ପରୀକ୍ଷା ଅବସରରେ ଚୀନ ଏହି ପ୍ରତିକ୍ରିୟା  ରଖିଛି। ସୂଚନା ଅନୁଯାୟୀ ସିକିମର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲକୁ(ଏଲଏସି) ଅତିକ୍ରମ କରି ଚୀନ ସେନା ଭାରତକୁ ଅନୁପ୍ରବେଶ କରିଥିଲା। ଜୋରଜବଦସ୍ତ ସିକିମ ସୀମାକୁ ପ୍ରବେଶ କରି ଚୀନ ଭାରତର ଦୁଇଟି ବଙ୍କରକୁ ଉଡ଼ାଇଦେଇଥିଲା।  ଏହାକୁ ନେଇ ସୀମାରେ ଉତ୍ତେଜନା ଜାରି ରହିଛି।

Related story