ସିଭିଲ୍‌ ସର୍ଭିସ୍‌ରେ କେ.ଆର. ନନ୍ଦିନୀ ଟପ୍ପର; ୯ମରେ ଓଡ଼ିଆ ପୁଅ ସୌରଭ, ୯୧ରେ ଅଭିଶ୍ୟାନ୍ତ ପଣ୍ଡା

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ୨୦୧୬ ବର୍ଷର ସିଭିଲ ସର୍ଭିସ୍ ପରୀକ୍ଷା ଫଳ। କର୍ଣ୍ଣାଟକ ଝିଅ କେ.ଆର. ନନ୍ଦିନୀ ଟପ୍ପର ହୋଇଛନ୍ତି। ଦ୍ୱିତୀୟରେ ଅନମୋଲ ସେରସିଂ ବେଦି ଓ ତୃତୀୟ ସ୍ଥାନରେ ଅଛନ୍ତି ଗୋପାଳକୃଷ୍ଣ ରୋନାଙ୍କି। ସେହିଭଳି ନବମ ସ୍ଥାନରେ ଅଛନ୍ତି ସୁମନ ସୌରଭ ମହାନ୍ତି। ୯୧ତମ ସ୍ଥାନରେ ଅଛନ୍ତି ଅଭିଶ୍ୟାନ୍ତ ପଣ୍ଡା। ସେ ଆଇଏଏସ୍ ଅରୁଣ ପଣ୍ଡାଙ୍କ ପୁଅ। ୨୫୫ ତମ ସ୍ଥାନରେ ଶୁଭଙ୍କର ମହାପାତ୍ର ଥିବାବେଳେ ୨୬୧ତମ ସ୍ଥାନରେ ଅଛନ୍ତି ସୁଚିସ୍ମିତା କାନୁନଗୋ। ଚଳିତଥର […]

BeFunky Collage

Rakesh Mallick
  • Published: Wednesday, 31 May 2017
  • , Updated: 31 May 2017, 09:53 PM IST

ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଛି ୨୦୧୬ ବର୍ଷର ସିଭିଲ ସର୍ଭିସ୍ ପରୀକ୍ଷା ଫଳ। କର୍ଣ୍ଣାଟକ ଝିଅ କେ.ଆର. ନନ୍ଦିନୀ ଟପ୍ପର ହୋଇଛନ୍ତି। ଦ୍ୱିତୀୟରେ ଅନମୋଲ ସେରସିଂ ବେଦି ଓ ତୃତୀୟ ସ୍ଥାନରେ ଅଛନ୍ତି ଗୋପାଳକୃଷ୍ଣ ରୋନାଙ୍କି। ସେହିଭଳି ନବମ ସ୍ଥାନରେ ଅଛନ୍ତି ସୁମନ ସୌରଭ ମହାନ୍ତି। ୯୧ତମ ସ୍ଥାନରେ ଅଛନ୍ତି ଅଭିଶ୍ୟାନ୍ତ ପଣ୍ଡା। ସେ ଆଇଏଏସ୍ ଅରୁଣ ପଣ୍ଡାଙ୍କ ପୁଅ। ୨୫୫ ତମ ସ୍ଥାନରେ ଶୁଭଙ୍କର ମହାପାତ୍ର ଥିବାବେଳେ ୨୬୧ତମ ସ୍ଥାନରେ ଅଛନ୍ତି ସୁଚିସ୍ମିତା କାନୁନଗୋ। ଚଳିତଥର ମୋଟ୍ ୧୦୯୯ ଜଣ ପରିକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।

କିଟ୍‌ରୁ ମେକାନିକାଲ ଇଞ୍ଜିନିୟରିଂ ପାସ୍‌ କଲା ପରେ ଓଏଏସ୍‌ ପାଇଥିଲେ। ଏବେ ରେଭିନ୍ୟୁ ଡିପାର୍ଟ ମେଣ୍ଟରେ ଚାକିରି କରୁଛନ୍ତି। ତାଲିମ ନେବା ପାଇଁ ହାଇଦ୍ରାବାଦ ଯାଇଛନ୍ତି।

ସୁମନ ସୌରଭ ମହାନ୍ତି କୁହନ୍ତି,“ଆଜିର ଏହି ସଫଳତାକୁ ପ୍ରଭୁ ଜଗନ୍ନାଥ ଓ ୪ କୋଟି ଓଡ଼ିଆଙ୍କ ନିକଟରେ ସମର୍ପଣ କରୁଛି। ଏଥିରେ ମୋ’ ବାପା, ମା’ ଓ ଭାଇଙ୍କର ବହୁ ଅବଦାନ ରହିଛି। ସିଭିଲ ସର୍ଭିସ୍‌ ପରୀକ୍ଷା ପାଇଁ କୌଣସି କୋଚିଂ ନେଇନାହିଁ। ନିଜ ପରିଶ୍ରମରେ ସଫଳତା ପାଇଛି। ଏଥିପାଇଁ ଦିନ ରାତି ପାଠ ପଢ଼ିଛି।”

ଅଭିଶାନ୍ତ ପଣ୍ଡା କହିଛନ୍ତି,“ଏଥିପାଇଁ ବହୁ ପରିଶ୍ରମ କରିଥିଲି। ଶୁଣି ଭାରି ଖୁଶି ଲାଗୁଛି। ଦେଖିବା ଭବିଷ୍ୟତରେ କଣ ହେଉଛି। ଯେଉଁଠି ଭଲ କାମ କରିବାର ସୁଯୋଗ ମିଳିବ ସେଠାକୁ ଯିବି। ଓଡ଼ିଶାରେ କାମ କରିବାକୁ ସୁଯୋଗ ମିଳିଲେ କାମ କରିବି।”

Related story