ବିଜୁ ଯୁବ ଜନତା ଦଳ କର୍ମୀଙ୍କୁ କାନରେ କି ମନ୍ତ୍ର ଫୁଙ୍କିଲେ ନବୀନ?

ଭୁବନେଶ୍ୱର: ୩ ବର୍ଷରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ମଧ୍ୟରୁ ୫୦ହଜାର ଯୁବକଯୁବତୀ ସରକାରୀ ଚାକିରିରେ ନିଯୁକ୍ତି ମିଳିଛି। ୨୦୨୫ ସୁଦ୍ଧା ୩୦ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏଥିସହ ବିଜୁ ଯୁବ ଜନତା ଦଳ କର୍ମୀଙ୍କୁ ଟେକ୍ ସାଭି ରହିବା ପାଇଁ ସେ ପରାମର୍ଶ […]

cm

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 02:15 PM IST

ଭୁବନେଶ୍ୱର: ୩ ବର୍ଷରେ ୫ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ମଧ୍ୟରୁ ୫୦ହଜାର ଯୁବକଯୁବତୀ ସରକାରୀ ଚାକିରିରେ ନିଯୁକ୍ତି ମିଳିଛି। ୨୦୨୫ ସୁଦ୍ଧା ୩୦ ଲକ୍ଷ ଯୁବକଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଏଥିସହ ବିଜୁ ଯୁବ ଜନତା ଦଳ କର୍ମୀଙ୍କୁ ଟେକ୍ ସାଭି ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି। କିଛି ଦଳ ବିଭିନ୍ନ ସ୍ତରରେ ଭୁଲ ତଥ୍ୟ ପରିବେଷଣ କରୁଛନ୍ତି। ପ୍ରତିସ୍ତରରେ ଏହାକୁ ପ୍ରତିହତ କରିବା ପାଇଁ ନବୀନ ଆହ୍ୱାନ ଦେଇଛନ୍ତି। ରାଜ୍ୟର ୬ଟି ଜୋନ୍‌ରେ ୟୁଥ୍ କନ୍‌ଭେନ୍‌ସନ୍‌ ଆୟୋଜନ ହେବ।

ବୈଠକରେ ବିଜୁ ଯୁବ ଜନତା ଦଳର ସଭାପତି, ଜିଲ୍ଲା ସଭାପତି, ଉପଦେଷ୍ଟା ମଣ୍ଡଳୀ, ରାଜ୍ୟ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଛନ୍ତି।

Related story