ପଦ୍ମ ଗଡ଼ରେ ନବୀନଙ୍କ ଶଙ୍ଖନାଦ: ସଂଖ୍ୟାଲଘୁ ଭୋଟରଙ୍କୁ ନିଜ ଆଡକୁ ନେବାକୁ ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମ ଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଶଙ୍ଖଦାନ। ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛନ୍ତି। ସଂଖ୍ୟାଲଘୁ ଭୋଟରଙ୍କ ଆସ୍ଥା ଭାଜନ ପାଇଁ ସୁନ୍ଦରଗଡରେ ମାଇନରିଟି କାର୍ଡ ଖେଳିଛନ୍ତି ନବୀନ। ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇ ନବୀନ ୪ଟି ସଂଖ୍ୟାଲଘୁ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜୁଏଲଙ୍କ ଭୋଟ୍ ବ୍ୟାଙ୍କକୁ ଭାଙ୍ଗିବାକୁ ଗୋଟି ଚଲାଇଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଯାଇଥିଲେ ବି ନବୀନ […]

Rakesh Mallick
  • Published: Sunday, 22 October 2017
  • , Updated: 22 October 2017, 08:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଦ୍ମ ଗଡ଼ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ଶଙ୍ଖଦାନ। ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇ ନବୀନ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛନ୍ତି। ସଂଖ୍ୟାଲଘୁ ଭୋଟରଙ୍କ ଆସ୍ଥା ଭାଜନ ପାଇଁ ସୁନ୍ଦରଗଡରେ ମାଇନରିଟି କାର୍ଡ ଖେଳିଛନ୍ତି ନବୀନ।

ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇ ନବୀନ ୪ଟି ସଂଖ୍ୟାଲଘୁ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ଜୁଏଲଙ୍କ ଭୋଟ୍ ବ୍ୟାଙ୍କକୁ ଭାଙ୍ଗିବାକୁ ଗୋଟି ଚଲାଇଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଯାଇଥିଲେ ବି ନବୀନ ୪ଟି ସମ୍ପ୍ରଦାୟର ଲୋକଙ୍କ ପାଇଁ ହଜ୍ ହାଉସ, କବରସ୍ଥାନ, ଗୁରୁଦ୍ୱାର କମ୍ୟୁନିଟି ସେଣ୍ଟର ଆଦି ପ୍ରତିଷ୍ଠାର ଘୋଷଣା କରିଛନ୍ତି।

ଶ୍ରେଷ୍ଠ ପ୍ରଶାସକଙ୍କ ସ୍ୱାଗତ ପାଇଁ ସୁନ୍ଦରଗଡ଼ରେ ଭବ୍ୟ ଆୟୋଜନ କରାଯାଇଥିଲା। କୁତ୍ରାରେ କ୍ୟାଥୋଲିକ ବୋର୍ଡ ଅଫ ଏଜୁକେସନ ପକ୍ଷରୁ ଆୟୋଜିତ ସମାବେଶରେ ଯୋଗ ଦେଇଥିଲେ ନବୀନ। ମଞ୍ଚରେ ନବୀନଙ୍କ ଦୁଇପଟରେ ବସିଥିଲେ ରାଜଗାଙ୍ଗପୁର, ରାଉରକେଲା ଓ ସମ୍ବଲପୁର କ୍ୟାଥୋଲିକ ଚର୍ଚ୍ଚର ବିଶପ। କ୍ୟାଥୋଲିକ ବୋର୍ଡକୁ ସରକାର ସ୍ୱତନ୍ତ୍ର ମାନ୍ୟତା ଦେଇଥିବାରୁ ନବୀନଙ୍କୁ ସମ୍ବର୍ଦ୍ଧନା ଦେବାକୁ ଏକାଠି ହୋଇଥିଲେ ଖ୍ରୀଷ୍ଟ୍ରିୟାନ ସମ୍ପ୍ରଦାୟର ଲୋକ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ସମାବେଶରେ ରାଜନୀତିର ବାଣ ମାରିଥିଲେ ବିଜେଡି ମାଇନରିଟି ସେଲ୍‌ର ସଭାପତି ମୁନା ଖାଁ।

ଏହି ଗସ୍ତ ଅବସରେ ରାଉରକେଲାରେ ମୁସଲିମ୍, ଶିଖ୍ ଓ ଜୈନ ସମାଜର ପୃଥକ ପୃଥକ ସମାବେଶରେ ଯୋଗ ଦେଇଥିଲେ ନବୀନ। ଏମାନଙ୍କ ପାଇଁ ହଜ ହାଉସ୍, କବରସ୍ଥାନ ଓ ଗୁରୁଦ୍ୱାର କମ୍ୟୁନିଟି ସେଣ୍ଟର ନିର୍ମାଣର ଘୋଷଣା ବି କରିଥିଲେ ନବୀନ।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ରେ ଜୁଏଲଙ୍କ ଦବଦବା ରହିଛି। ମାଇନରଟି ଭୋଟ୍‌ର ସିଂହ ଭାଗକୁ ନିଜ କବଜାରେ ରଖିଛନ୍ତି ଜୁଏଲ। ଜିଲ୍ଲାରେ ୧୮. ୩୯ ପ୍ରତିଶତ ଲୋକ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇଥିବା ବେଳେ ୩.୪୧ ପ୍ରତିଶତ ମୁସିଲମ ସମ୍ପ୍ରଦାୟର ଓ ଅନ୍ୟ ସମ୍ପ୍ରଦାୟର ଅଛନ୍ତି ୪. ୩୦ ପ୍ରତିଶତ। ଜୁଏଲଙ୍କ ଭୋଟ୍ ବ୍ୟାଙ୍କକୁ ଭାଙ୍ଗିବା ପାଇଁ ନବୀନ ତାଙ୍କ ଗଡରେ ଗୋଟି ଚଳାଇଥିବା ଚର୍ଚ୍ଚା ହେଉଛି। ତେଣୁ ନବୀନଙ୍କ ଉପସ୍ଥିତିରେ ହିଁ ଆଜି ବିଜେପିକୁ ସାଂପ୍ରଦିୟକ ଦଳ ବୋଲି କହି ଜୁଏଲଙ୍କୁ ଟାର୍ଗେଟ କରିଥିଲେ ମୁନା ଖାଁ।

ନବୀନଙ୍କ ସରକାରୀ କାର୍ଯ୍ୟକ୍ରମରେ ଜୁଏଲ ଓ ବିଜେପି ବିଧାୟକ ଦିଲୀପ ରାୟଙ୍କୁ ନିମନ୍ତ୍ରଣ ଥିଲେ ମଧ୍ୟ ଦୁହେଁ ଆସି ନଥିଲେ। ଏପଟେ ନିଜ ଗଡ଼ରେ ନବୀନଙ୍କ ଗସ୍ତକୁ ନେଇ କଟାକ୍ଷ କରିଛନ୍ତି ଜୁଏଲ।

ଗସ୍ତ ବେଳେ ନବୀନ କୁତ୍ରାରେ ଦୁଇଟି ସରକାରୀ ଆଇଟିଆଇ ଶିଳନ୍ୟାସ, ଷ୍ଟାଡିୟମ ଶିଳାନ୍ୟାସ, ରାଉରକେଲରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ, ଇ-ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ରର ଉଦଘାଟନ କରିଥିଲେ।

Related story