ରାଜ୍ୟରେ ଉପକୂଳ ସୁରକ୍ଷାକୁ ନଜରଅନ୍ଦାଜ କରାଯାଇଛି: ସିଏଜି ରିପୋର୍ଟ  

ଭୁବନେଶ୍ୱର: ରାଜ୍ୟରେ ଉପକୂଳ ସୁରକ୍ଷାକୁ ନଜର ଅନ୍ଦାଜ କରାଯାଇଛି। ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ  ବିଧାନସଭାରେ ଉପସ୍ଥାପନ କରିଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି। ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ସମୁଦ୍ରର ପାଞ୍ଚ ନଟିକାଲ ମାଇଲ ପର୍ଯ୍ୟନ୍ତ ପହରା ଦେବା ସାମୁଦ୍ରିକ ପୋଲିସ୍‌ର ଦାୟିତ୍ୱ। ଭାରତ ସରକାରଙ୍କ ୨୦୧୦ ଅକ୍ଟୋବର ଗାଇଡ୍‌ଲାଇନ୍ ଅନୁଯାୟୀ ପ୍ରତ୍ୟେକ ନୌକା ଅତିକମ୍‌ରେ ମାସକୁ ୧୫୦ ଘଣ୍ଟା ଏବଂ ବର୍ଷକୁ ୧,୮୦୦ ଘଣ୍ଟା ପହରା ଦେବା କଥା। କିନ୍ତୁ ନମୁନା […]

coastal

coastal

Rakesh Mallick
  • Published: Monday, 26 September 2016
  • Updated: 26 September 2016, 10:35 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଉପକୂଳ ସୁରକ୍ଷାକୁ ନଜର ଅନ୍ଦାଜ କରାଯାଇଛି। ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ  ବିଧାନସଭାରେ ଉପସ୍ଥାପନ କରିଥିବା ସିଏଜି ରିପୋର୍ଟରୁ ଏହା ଜଣାପଡ଼ିଛି।

ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ସମୁଦ୍ରର ପାଞ୍ଚ ନଟିକାଲ ମାଇଲ ପର୍ଯ୍ୟନ୍ତ ପହରା ଦେବା ସାମୁଦ୍ରିକ ପୋଲିସ୍‌ର ଦାୟିତ୍ୱ। ଭାରତ ସରକାରଙ୍କ ୨୦୧୦ ଅକ୍ଟୋବର ଗାଇଡ୍‌ଲାଇନ୍ ଅନୁଯାୟୀ ପ୍ରତ୍ୟେକ ନୌକା ଅତିକମ୍‌ରେ ମାସକୁ ୧୫୦ ଘଣ୍ଟା ଏବଂ ବର୍ଷକୁ ୧,୮୦୦ ଘଣ୍ଟା ପହରା ଦେବା କଥା। କିନ୍ତୁ ନମୁନା ସଂଗ୍ରହ କରାଯାଇଥିବା ୫ଟି ସାମୁଦ୍ରିକ ଥାନା- ଆର୍ଯ୍ୟପଲ୍ଲୀ, ବଳରାମଗଡ଼ି, ଧାମରା, ଜମ୍ବୁ ଓ ପରାଦୀପ ୨୦୧୨ରୁ ୨୦୧୫ ମଧ୍ୟରେ ଅନ୍ତତଃ ୮୧,୦୦୦ ଘଣ୍ଟା ପହରା ଦେବା କଥା। କିନ୍ତୁ ଏହି ସମୟ ମଧ୍ୟରେ ପ୍ରକୃତରେ ପହରା ଦିଆଯାଇଛି ୨,୮୦୫ ଘଣ୍ଟା (୩.୪୬ ପ୍ରତିଶତ) ଥିଲା। ୨୦୧୨-୧୩ରେ ଏହି ୫ଟି ଥାନା ୯୨୪ ଘଣ୍ଟା ପହରା ଦେଇଥିଲେ। ୨୦୧୩-୧୪ରେ ଏହି ଥାନାଗୁଡ଼ିକ ମୋଟ ୮୮୧ ଘଣ୍ଟା ପହରା ଦେଇଥିବା ବେଳେ ୨୦୧୪-୧୫ରେ ୧୦୦୦ ଘଣ୍ଟା ପହରା ଦେଇଥିଲେ।

ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ନୌକାଗୁଡ଼ିକ ଅଚଳ ହୋଇଯିବା ହେତୁ ୨୦୧୪-୧୫ ମଧ୍ୟରେ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅଧୀନରେ ଆଦୌ ପହରା ଦିଆଯାଇନଥିଲା।

ସେହିପରି ଉପକୂଳ ସୁରକ୍ଷା ପାଇଁ ୨୦୧୫ ମାର୍ଚ୍ଚ ସୁଦ୍ଧା ଭାରତ ସରକାର ଦ୍ୱିତୀୟ ପର୍ଯ୍ୟାୟରେ ୧୨.୩୬ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ ୩.୮୪ କୋଟି ଟଙ୍କା ବିନିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story