ଅକ୍ଟୋବର ୧୪ରେ କଲେଜ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର: ଅକ୍ଟୋବର ୧୪ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଶନିବାର ଏହି ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ସେ କହିଛନ୍ତି, କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ୬ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ୧୩ ତାରିଖରେ ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର୍ ମିଟିଂ ହେବା। ୧୪ ତାରିଖରେ ଭୋଟ୍ ଗ୍ରହଣ କରାଯିବା ପରେ ଅପରାହ୍ନ ୨ଟା […]

pradeep-panigrahee

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 09:52 AM IST

ଭୁବନେଶ୍ୱର: ଅକ୍ଟୋବର ୧୪ରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଶନିବାର ଏହି ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ।

ସେ କହିଛନ୍ତି, କଲେଜ ଛାତ୍ର ସଂସଦ ନିର୍ବାଚନ ପାଇଁ ଅକ୍ଟୋବର ୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୫ ତାରିଖରେ ପ୍ରାର୍ଥିପତ୍ର ଦାଖଲ କରାଯିବ। ୬ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ। ୧୩ ତାରିଖରେ ହ୍ୱାଟ୍ ଆଇ ଷ୍ଟାଣ୍ଡ ଫର୍ ମିଟିଂ ହେବା।

୧୪ ତାରିଖରେ ଭୋଟ୍ ଗ୍ରହଣ କରାଯିବା ପରେ ଅପରାହ୍ନ ୨ଟା ଗଣତି କରାଯିବ ଓ ଫଳାଫଳ ଘୋଷଣା କରାଯିବ। ୧୫ତାରିଖରେ ଛାତ୍ର ସଂସଦକୁ ନିର୍ବାଚିତ ଛାତ୍ରଛାତ୍ରୀମାନେ ଶପଥ ନେବେ।

Related story