ବେଆଇନ ଚିଙ୍ଗୁଡ଼ି ଚାଷ: ଚିଙ୍ଗୁଡି ପୋଖରୀରୁ କେମିତି ବାହାରୁଛି ବିଷାକ୍ତ କେମିକାଲ ଯୁକ୍ତ କଳାପାଣି, ଦେଖନ୍ତୁ ଭିଡିଓ

ଭଦ୍ରକ(ଓଡ଼ିଶା ରିପୋର୍ଟର):ଭଦ୍ରକ ଚାନ୍ଦବାଲି ତହସିଲ ଅଞ୍ଚଳରେ ବେଆଇନ୍ ଚିଙ୍ଗୁଡି ଚାଷ କରି ମାଲାମାଲ ହେଉଛନ୍ତି ଚାଷୀ।  ହେଲେ ଚିଙ୍ଗୁଡି ମାଫିଆଙ୍କ କାର୍ଯ୍ୟରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ।  ପ୍ରଶାସନ ବି ସବୁ ଦେଖି ସବୁ ଜାଣି ସତେ ଯେମିତି ହାତ ଟେକି ଦେଇଛି । କେଉଁଠି ନଦୀକୁ ସୁଡଙ୍ଗ କରି ପାଣି ନେଉଛନ୍ତି ତ’ କେଉଁଠି ଚିଙ୍ଗୁଡି ପୋଖରୀରୁ ନିର୍ଗତ ବିଷାକ୍ତ ପାଣିକୁ ନଦୀକୁ ଛାଡୁଛନ୍ତି।  ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ ଏମିତି ଘଟଣା ସ୍ଥାନୀୟ ଲୋକଙ୍କୁ ସମସ୍ୟାରେ ପକାଇଛି।

ଚାନ୍ଦବାଲି ଅଞ୍ଚଳରେ ଥିବା ଚିଙ୍ଗୁଡି ପୋଖରୀରୁ  ବାହାରୁଥିବା ବିଷାକ୍ତ କେମିକାଲ ଯୁକ୍ତ କଳା ପାଣିକୁ କେମିତି ନଦୀ ବନ୍ଧରେ ସୁଡଙ୍ଗ କରି ମନ୍ତେଇ ନଦୀକୁ ସିଧାସଳଖ ଛଡାଯାଉଛି ତାହା ଆପଣ ଖାଲି ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ।  ନଦୀ ବନ୍ଧରେ ମୋଟା ପାଇପ୍ ପକାଇ ସୁଡଙ୍ଗ କରି ନଦୀରୁ ପାଣି ନିଆଯାଉଛି । ଭଦ୍ରକ ଜିଲ୍ଲା ଚରଦିଆ ପଞ୍ଚାୟତର ମନ୍ତେଇ ନଦୀକୂଳ ଅଞ୍ଚଳରେ ଏମିତି ବେଆଇନ୍ କାର୍ଯ୍ୟ ପ୍ରତିଦିନ ଚାଲିଛି । ହୁ ହୁ ହୋଇ ବଢିଚାଲିଛି ବେଆଇନ୍ ଚିଙ୍ଗୁଡି ଚାଷ।  ମାଲାମାଲ ହେଉଛନ୍ତି ଚିଙ୍ଗୁଡ଼ି ଚାଷୀ। ହେଲେ ଏମିତି ବେଆଇନ୍ କାର୍ଯ୍ୟକରି ବିପଦକୁ ଡାକୁଛନ୍ତି ସାଧାରଣ ଜନତା।  ଚିଙ୍ଗୁଡି ଚାଷ ଆରମ୍ଭରେ ନଦୀରେ ସୁଡଙ୍ଗ କରି ପାଣି ନେଉଛନ୍ତି। ହେଲେ ବର୍ଷା ଦିନ ଆସିଲେ ନଦୀ କୂଳ ଧସିଯାଉଛି।  ଆଉ ମନ୍ତେଇ ନଦୀକୂଳିଆ ୭୫ରୁ ଅଧିକ ଗାଁ ପାଇଁବିପଦ ଘନେଇ ଆସୁଛି।

ପ୍ରତିଦିନ ପ୍ରଶାସନ ଆଖିରେ ଆଙ୍ଗୁଠି ଗେଞ୍ଜି ଚିଙ୍ଗୁଡି ମାଫିଆମାନେ ଏଭଳି ବେଆଇନ କାର୍ଯ୍ୟ ଚଳାଉଥିବା ବେଳେ ଜଳସମ୍ପଦ ବିଭାଗ ସତେ ଯେମିତି ହାତ ଟେକି ଦେଇଛି । ତହସିଲଠାରୁ ଜିଲ୍ଲା ପ୍ରଶାସନ ପାଖରେ ଅନେକଥର ଅଭିଯୋଗ ହୋଇଥିଲେ ବି କିଛି ସୁଫଳ ମିଳୁନି । ଏହାକୁ ନେଇ ପରିବେଶବିତ୍ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଅନ୍ୟପଟେ ଜିଲ୍ଲାପାଳ କେବଳ ଧମର୍କକୁ ଆଖିଠାର ଭଳି କହିଛନ୍ତି, ବେଆଇନ୍ କାର୍ଯ୍ୟ ଯିଏ କରୁଥିବ, ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯିବ। ବେଳ ଥାଉ ଥାଉ ପଦକ୍ଷେପ ନିଆ ନ ଗଲେ, ଏ ଅଞ୍ଚଳରେ ନଦୀ ପ୍ରଦୂଷିତ ହେବା ସହିତ ଭବିଷ୍ୟତରେ ଏକ ଭୟଙ୍କର ବିପତ୍ତିକୁ ଏଡାଇ ଦିଆଯାଇ ନପାରେ।

Ordigital Desk
• Published: Monday, 19 March 2018
• Updated: 19 March 2018, 01:26 PM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos