କଂଗ୍ରେସ ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: କଂଗ୍ରେସ ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏ ନେଇ ପୂର୍ବରୁ ମୁଁ ଯାହା କହିଥିଲି ତାହା ଭବିଷ୍ୟବାଣୀ ନ ଥିଲା। ଏହା ତଥ୍ୟ ଆଧାରିତ ଥିଲା, ଯାହା ଏବେ ସତ୍ୟରେ ପରିଣତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି,“ବିଜେପି ବିରୋଧରେ ବିଜେଡି-କଂଗ୍ରେସ ମେଣ୍ଟ ନେଇ ଆଜି ଯେଉଁ ଖବର ପ୍ରକାଶ ପାଇଛି ତାହା ଯଦି ସତ୍ୟ ହୋଇଥାଏ, ତେବେ ଏହା ସାଂଘାତିକ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୋହରା ଚରିତ୍ରକୁ […]

congress-bjd-alliance-dharmendrara

Rakesh Mallick
  • Published: Tuesday, 15 November 2016
  • , Updated: 15 November 2016, 06:35 PM IST

ଭୁବନେଶ୍ୱର: କଂଗ୍ରେସ ଓ ବିଜେଡି ମଧ୍ୟରେ ମଧୁଚନ୍ଦ୍ରିକା ରହିଛି। ଏ ନେଇ ପୂର୍ବରୁ ମୁଁ ଯାହା କହିଥିଲି ତାହା ଭବିଷ୍ୟବାଣୀ ନ ଥିଲା। ଏହା ତଥ୍ୟ ଆଧାରିତ ଥିଲା, ଯାହା ଏବେ ସତ୍ୟରେ ପରିଣତ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି,“ବିଜେପି ବିରୋଧରେ ବିଜେଡି-କଂଗ୍ରେସ ମେଣ୍ଟ ନେଇ ଆଜି ଯେଉଁ ଖବର ପ୍ରକାଶ ପାଇଛି ତାହା ଯଦି ସତ୍ୟ ହୋଇଥାଏ, ତେବେ ଏହା ସାଂଘାତିକ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୋହରା ଚରିତ୍ରକୁ ଉଜାଗର କରୁଛି। ଭର୍ତ୍ତୃହରି ମହତାବଙ୍କ ଅସଲି ଚେହେରା ପଦାରେ ପକାଇଛି। ବିଜେଡିର ଏହା ସୁବିଧାବାଦୀ ଓ ଦୋ-ମୁହାଁ ରାଜନୀତି।”

କେନ୍ଦ୍ରରେ କଂଗ୍ରେସ ସହ ମେଣ୍ଟ କଥା ଉଠାଇ ବିବାଦରେ ଛନ୍ଦି ହୋଇପଡ଼ିଥିବା ବିଜେଡି ସାଂସଦ ଭର୍ତ୍ତୃହରିଙ୍କ ସମମ୍ୟା ବଢ଼ିବାରେ ଲାଗିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସେ ମେଣ୍ଟ କଥା କହିଥିଲେ ବୋଲି ଆଜି ଏକ ଖବରକାଗଜରେ ପ୍ରକାଶ ପାଇଥିଲା। ମହତାବଙ୍କ ଏପରି ମତ ପରେ ପ୍ରଧାନ କହିଥିଲେ,“ଆଧାରକାର୍ଡ଼ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ଏହାକୁ କଂଗ୍ରେସ ସହିତ ମିଶି ବିଜେଡି ଲୋକସଭା ଓ ରାଜ୍ୟସଭାରେ ବିରୋଧ କରିଥିଲା। ଓଡ଼ିଶା ସରକାରଙ୍କ ଅସଲ ଚେହେରା ଧୀରେଧୀରେ ସାମ୍ନାକୁ ଆସୁଛି।”

ଆଜି ପ୍ରକାଶ ପାଇଥିବା ଖବର ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି,“ଏହା ଅସତ୍ୟ। ସେ ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି। ତ୍ରିମୁଖୀ ଲଢ଼େଇରେ ବିଜେଡି ଫାଇଦାରେ ଅଛି ଓ ଆଗକୁ ବି ରହିବ। କଂଗ୍ରେସ ଓ ବିଜେପିଠାରୁ ଆମେ ସମ ଦୂରତା ଅବଲମ୍ବନ କରୁଛୁ। କେନ୍ଦ୍ର ବିରୋଧରେ ସ୍ୱରକୁ ଆହୁରି ଶାଣିତ କରିବାକୁ ପଡ଼ିବ।”

ସରକାରୀ ଦଳର ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି,“ଭର୍ତ୍ତୃହରି ମହତାବ ଜଣେ ବରିଷ୍ଠ ନେତା। ସେ କ’ଣ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ତାହା ମୁଁ ଜାଣିନି। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ ସମୟରେ ସିମୁଳିଆ ସଭାରେ କହିଥିଲେ କଂଗ୍ରେସ ଓ ବିଜେପିଠାରୁ ସମଦୂରତା ରକ୍ଷା କରିବୁ। ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ମୁଁ ତାହା କହିଛି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଆଜି ଯେଉଁ ଖବର ପ୍ରକାଶ ପାଇଛି ତାହା ଭର୍ତ୍ତୃହରି ମହତାବଙ୍କ ବ୍ୟକ୍ତିଗତ ମତ। ଯାହା ପ୍ରକାଶ ପାଇଛି ତାହା ମିଥ୍ୟା।”

Related story