‘କଂଗ୍ରେସ ଓ ବିଜେଡିର ଅଘୋଷିତ ମେଣ୍ଟ ହୋଇଛି’

ଭୁବନେଶ୍ୱର:  ବିଜେଡି  ଓ କଂଗ୍ରେସର  ରାଜନୈତିକ ମଧୁଚନ୍ଦ୍ରିକା ଯୋଗୁଁ  ସାଧାରଣ ଲୋକ  ନିଜ ହକ୍‌ରୁ ବଞ୍ଚିତ ହେଉଛନ୍ତି।୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ସମର୍ଥନରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ  ଉପ ସଭାପତି ସମୀର ମହାନ୍ତି କହିଛନ୍ତି। ସେ କହିଛନ୍ତି, “ନବୀନ ବାବୁଙ୍କ ଇଙ୍ଗିତରେ କଂଗ୍ରେସର ସଭାପତି  ବାରମ୍ବାର ବଦଳୁଛନ୍ତି। ଓଡ଼ିଶାର ବିକାଶକୁ ବାଧା ଦେଉଥିବା ଲୋକଙ୍କୁ ମୋଦି ଛାଡିବେ ନାହିଁ। ବିରୋଧୀ ଦଳ ଭାବେ କଂଗ୍ରେସ ସମ୍ପୂର୍ଣ୍ଣ […]

bjp poster

Rakesh Mallick
  • Published: Saturday, 14 January 2017
  • , Updated: 14 January 2017, 10:53 PM IST

ଭୁବନେଶ୍ୱର:  ବିଜେଡି  ଓ କଂଗ୍ରେସର  ରାଜନୈତିକ ମଧୁଚନ୍ଦ୍ରିକା ଯୋଗୁଁ  ସାଧାରଣ ଲୋକ  ନିଜ ହକ୍‌ରୁ ବଞ୍ଚିତ ହେଉଛନ୍ତି।୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ସମର୍ଥନରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ରାଜ୍ୟ  ଉପ ସଭାପତି ସମୀର ମହାନ୍ତି କହିଛନ୍ତି।

ସେ କହିଛନ୍ତି, “ନବୀନ ବାବୁଙ୍କ ଇଙ୍ଗିତରେ କଂଗ୍ରେସର ସଭାପତି  ବାରମ୍ବାର ବଦଳୁଛନ୍ତି। ଓଡ଼ିଶାର ବିକାଶକୁ ବାଧା ଦେଉଥିବା ଲୋକଙ୍କୁ ମୋଦି ଛାଡିବେ ନାହିଁ। ବିରୋଧୀ ଦଳ ଭାବେ କଂଗ୍ରେସ ସମ୍ପୂର୍ଣ୍ଣ ଭାବେ ‍ବିଫଳ ହୋଇଛି। ପଞ୍ଚାୟତ ନିର୍ବାଚନରେ ବିକାଶ ଓ ଆଗାମୀ ଦିନରେ ବଡ଼ ପରିବର୍ତ୍ତନର  ମୂଳଦୁଆ ପକାଇବା ପାଇଁ ବିଜେପି ଆହ୍ୱାନ କରୁଛି। ରାଜ୍ୟରେ ବିରୋଧୀ ଦଳ ଭାବେ  କଂଗ୍ରେସ  ନବୀନ ବାବୁଙ୍କ ଦ୍ୱାରା ପରିଚାଳିତ ହେଉଛି।”

ସମୀର କହିଛନ୍ତି, “କଂଗ୍ରେସର ତଳସ୍ତରର  କର୍ମୀମାନଙ୍କ  ଭୋଟ ବିଜେଡି ଆଡକୁ ଯାଉଛି। ଅନେକ ଯାଗାରେ ଦେଖାଯାଉଛି କଂଗ୍ରେସ ଓ ବିଜେଡିର ଅଘୋଷିତ ମେଣ୍ଟ ହୋଇଛି।  ତାହାର ଉଦାହରଣ  ଅନେକ ଉପନିର୍ବାଚନରେ ଦେଖାଯାଇଛି। ୧୦ ତାରିଖରେ ବାଲେଶ୍ୱର ହୋଇଥିବା  ଉପ ନିର୍ବାଚନ ମଧ୍ୟ ପ୍ରତିଫଳିତ ହୋଇଛି।  ବିଜେଡି ୧୨୨୯ ପାଇଥିବା ବେଳେ ବିଜେପି ୬୬୬ କଂଗ୍ରେସ ୮୩ ଭୋଟ୍‌ ପାଇଛି।”

ସେ ଆହୁରି କହିଛନ୍ତି, “୨୦୧୪ରେ ବିରୋଧୀଦଳର ନେତା ଭୁପିନ୍ଦର ସିଂଙ୍କ ବିଜେଡିରେ ଯୋଗ ଦେଇଥିଲେ। ଏହାର ଓଡ଼ିଶାର ରାଜନୀତିକ ଇତିହାସର  ପ୍ରଥମ ଘଟଣା। ଆଜି ବିଜେପି ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ପୋଷ୍ଟର ଓ ଅଡିଓ ଉନ୍ମୋଚନ କରାଯାଇଛି।”

ବିଜେପିର ରାଜ୍ୟ ପ୍ରଭାରୀ ଅରୁଣ ସିଂ କହିଛନ୍ତି, “ନବୀନ ସରକାର ୧୭ ବର୍ଷ ହେଲା ଶାସନ କରୁଛି। ଶିଶୁ ମୃତ୍ୟୁ,ପିଇବା ପାଇଁ ପାଣି ନ ମିଳିବା ଓ ନିର୍ଦ୍ଦୋଷରେ ଆଦିବାସୀଙ୍କୁ ହତ୍ୟା ପ୍ରସଙ୍ଗରେ ନବୀନ ସରକାର ଏହାର ଜବାବ  ଦେବା ଦରକାର।  ନବୀନ ବାବୁଙ୍କ ସରକାର ଚାଲବାଜ ସରକାର। କିନ୍ତୁ କେନ୍ଦ୍ରରେ ମୋଦି ସରକାର  ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି।”

ସେ କହିଛନ୍ତି,“ନବୀନ ସରକାର ସାଧାରଣ ଲୋକଙ୍କ ପାଇଁ କାମ କରୁନାହିଁ। ସବୁବେଳେ ଶୋଇକି ରହୁଛି। ସବୁବେଳେ ନବୀନ ସରକାର କେନ୍ଦ୍ର ସରକାରଙ୍କ ଦୋଷାରୋପ କରୁଛି।  ଏହି ସରକାର ବିଷୟରେ ଓଡ଼ିଶା ଲୋକ ଜାଣି ସାରିଲେଣି। ଭାରତୀୟ ଜନତା ପାର୍ଟି ସପକ୍ଷରେ ଓଡ଼ିଶାର ଜନ  ସାଧାରଣ ଠିଆ ହୋଇଛନ୍ତି।  ବିଜେପିକୁ   ଜନ ସାଧାରଣଙ୍କ ସମର୍ଥନ ନେଇ ବିଜେଡି ସରକାର ଡରିଲେଣି। ଏଥିପାଇଁ କେନ୍ଦ୍ରକୁ ସବୁବେଳେ ଦୋଷ ଦେଉଛନ୍ତି।  ନବୀନ ସରକାରଙ୍କ ମନ୍ତ୍ରୀ ଓ ବିଧାୟକ ଚିଟଫଣ୍ଡ ସହ ଜଡ଼ିତ। ସେଥିପାଇଁ ସବିଆଇ ଚଢ଼ାଉ କରୁଛି।”

 

Related story