ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ହେମାନନ୍ଦ ବିଶ୍ୱାଳ, କାହିଁକି ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ। ବୟସାଧିକ କାରଣରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି-“ଗତ ନିର୍ବାଚନରେ ଦଳ କହିଥିବାରୁ ୭୪ ବର୍ଷରେ ଲଢ଼ିଥିଲି। ଏବେ ଯଦି ଦଳ କୁହେ ଲଢ଼ିବାକୁ ମୋର ଇଚ୍ଛା ନାହିଁ। ୭୦ ବର୍ଷ ଟପିଗଲେ ଜଣେ ଲୋକ ପ୍ରତିନିଧି ନିର୍ବାଚନରେ ଲଢ଼ିବା କଥା ନୁହେଁ। ଏକଥା ମୁଁ ପୂର୍ବରୁ କହିଥିଲି।” ଗତକାଲି ବିରୋଧୀ […]

Hemanand-Biswal-Telegraph-India

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 03:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ହେମାନନ୍ଦ ବିଶ୍ୱାଳ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ। ବୟସାଧିକ କାରଣରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି-“ଗତ ନିର୍ବାଚନରେ ଦଳ କହିଥିବାରୁ ୭୪ ବର୍ଷରେ ଲଢ଼ିଥିଲି। ଏବେ ଯଦି ଦଳ କୁହେ ଲଢ଼ିବାକୁ ମୋର ଇଚ୍ଛା ନାହିଁ। ୭୦ ବର୍ଷ ଟପିଗଲେ ଜଣେ ଲୋକ ପ୍ରତିନିଧି ନିର୍ବାଚନରେ ଲଢ଼ିବା କଥା ନୁହେଁ। ଏକଥା ମୁଁ ପୂର୍ବରୁ କହିଥିଲି।”

ଗତକାଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। ସେ କହିଥିଲେ-“ଆଗାମୀ ନିର୍ବାଚନକୁ ମୋର ବୟସ  ୭୯ ହୋଇଯାଇଥିବ। ସେହି ବୟସରେ ଲୋକଙ୍କ ପାଖରେ ପହଞ୍ଚିବା ଓ ସେମାନଙ୍କ ପାଇଁ କାମ କରିବା ସମ୍ଭବ ନୁହେଁ।”

ନରସିଂହ କହିଥିଲେ-“ଜଣେ ଲୋକ ପ୍ରତିନିଧି ହେଲେ ଲୋକଙ୍କ ପାଖକୁ ଯିବାକୁ ପଡିବ ଓ ସେମାନଙ୍କ କଥା ଶୁଣିବାକୁ ପଡ଼ିବ। ଯଦି ସେ ଲୋକ ପାଖକୁ ଯାଇପାରିବେ ନାହିଁ, ତାହାହେଲେ ସମସ୍ୟାର ସମାଧାନ କେମିତି କରିବେ? ୭୦ ବର୍ଷ ପରେ ନିର୍ବାଚନ ଲଢ଼ିବା ଅନୁଚିତ ବୋଲି ପୂର୍ବରୁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଇ-ମେଲ୍‌ କରି ଜଣାଇଥିଲେ।”

ପୂର୍ବରୁ ବିଜେଡିର ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। ବୟାସାଧିକ କାରଣୁ ବୟସ ଲଢ଼ିବେ ନାହିଁ ବୋଲି ସେ କହିଥିଲେ।

Related story