ପୁଣି ଉଠିଲା ପିସିସି ପରିବର୍ତ୍ତନ ଚର୍ଚ୍ଚା: ନରସିଂହଙ୍କ ଘରେ ବରିଷ୍ଠ ନେତାଙ୍କ ମେଳି

ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଆଜି ଏକାଠି ହୋଇଥିଲେ ଦଳର କିଛି ବିଧାୟକ ଓ ନେତା। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ନବଦାସ, ପ୍ରଫୁଲ୍ଲ ମାଝି, ଅଂଶୁମାନ ମହାନ୍ତି ଓ ଦେବ ଶର୍ମାଙ୍କୁ ଆଜି ଦେଖିବାକୁ ମିଳିଥିବା ନରସିଂହଙ୍କ ସରକାରୀ ବାସଭବନରେ। ବେଶ କେଇ ଘଣ୍ଟା ଧରି ଚାଲିଥିଲା ଆଲୋଚନା। ଏହି ନେତାମାନଙ୍କ ଏପରି ମେଳିକୁ ନେଇ ପୁଣି ଉଠିଛି ପିସିସି ପରିବର୍ତ୍ତନର ଚର୍ଚ୍ଚା।

[vc_video link="" align="center"]

ମାତ୍ର ବିଧାୟକ ନବ ଦାସ ଏପରି ଚର୍ଚ୍ଚାକୁ ଖଣ୍ଡନ କରିବା ସହ କହିଛନ୍ତି,“ଏହା ଏକ ରୁଟିନ୍ ଆଲୋଚନା ଥିଲା।”

ପିସିସି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା କି ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି,“ଏ ନେଇ ମିଡିଆ ଆଗରେ ସେ ଏବେ କିଛି କହିପାରିବେ ନାହିଁ।”

ଅନ୍ୟପକ୍ଷରେ ତାରା, ନିରଞ୍ଜନ ଓ ନରସିଂହ ବୈଠକ ସଂପର୍କରେ କିଛି କହିବାକୁ ମନା କରିଦେଇଥିଲେ।

ପିସିସି ପରିବର୍ତ୍ତନ ସସପେନ୍ସ ଲାଗି ରହିଥିବା ବେଳେ ବିରୋଧୀ ଦଳ ନେତାଙ୍କ ଘରେ ଏହି ମେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ କିଭଳି ଦଳର ସଂଗଠନକୁ ମଜଭୁତ କରାଯିବ ଓ ଲୋକଙ୍କ ପାଖରେ କି ବିକଳ୍ପ ପହଞ୍ଚା ଯିବ ସେ ନେଇ ଦଳରେ ଆଲୋଚନା ହୋଇଥିବା କୁହାଯାଉଛି।

Ordigital Desk
• Published: Sunday, 11 June 2017
• Updated: 11 June 2017, 10:22 PM IST

Sports

Latest News

ଭୁବନେଶ୍ୱର: ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଆଜି ଏକାଠି ହୋଇଥିଲେ ଦଳର କିଛି ବିଧାୟକ ଓ ନେତା। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି, ବିଧାୟକ ନବଦାସ, ପ୍ରଫୁଲ୍ଲ ମାଝି, ଅଂଶୁମାନ ମହାନ୍ତି ଓ ଦେବ ଶର୍ମାଙ୍କୁ ଆଜି ଦେଖିବାକୁ ମିଳିଥିବା ନରସିଂହଙ୍କ ସରକାରୀ ବାସଭବନରେ। ବେଶ କେଇ ଘଣ୍ଟା ଧରି ଚାଲିଥିଲା ଆଲୋଚନା। ଏହି ନେତାମାନଙ୍କ ଏପରି ମେଳିକୁ ନେଇ ପୁଣି ଉଠିଛି ପିସିସି ପରିବର୍ତ୍ତନର ଚର୍ଚ୍ଚା।

[vc_video link="" align="center"]

ମାତ୍ର ବିଧାୟକ ନବ ଦାସ ଏପରି ଚର୍ଚ୍ଚାକୁ ଖଣ୍ଡନ କରିବା ସହ କହିଛନ୍ତି,“ଏହା ଏକ ରୁଟିନ୍ ଆଲୋଚନା ଥିଲା।”

ପିସିସି ପରିବର୍ତ୍ତନ ନେଇ ଆଲୋଚନା ହୋଇଥିଲା କି ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ବିଧାୟକ ଅଂଶୁମାନ ମହାନ୍ତି କହିଛନ୍ତି,“ଏ ନେଇ ମିଡିଆ ଆଗରେ ସେ ଏବେ କିଛି କହିପାରିବେ ନାହିଁ।”

ଅନ୍ୟପକ୍ଷରେ ତାରା, ନିରଞ୍ଜନ ଓ ନରସିଂହ ବୈଠକ ସଂପର୍କରେ କିଛି କହିବାକୁ ମନା କରିଦେଇଥିଲେ।

ପିସିସି ପରିବର୍ତ୍ତନ ସସପେନ୍ସ ଲାଗି ରହିଥିବା ବେଳେ ବିରୋଧୀ ଦଳ ନେତାଙ୍କ ଘରେ ଏହି ମେଳିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଗାମୀ ଦିନରେ କିଭଳି ଦଳର ସଂଗଠନକୁ ମଜଭୁତ କରାଯିବ ଓ ଲୋକଙ୍କ ପାଖରେ କି ବିକଳ୍ପ ପହଞ୍ଚା ଯିବ ସେ ନେଇ ଦଳରେ ଆଲୋଚନା ହୋଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos