ସୋନିଆ ଗାନ୍ଧୀଙ୍କ ଲଞ୍ଚ ପଲିଟିକ୍ସ: ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଏନଡିଏ ଘୋଷଣା ପରେ ନିଷ୍ପତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋନିଆ ଗାନ୍ଧୀଙ୍କ ଲଞ୍ଚ ପଲିଟିକ୍ସ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଦେଇଥିବା ମଧ୍ୟାହ୍ନ ଭୋଜନରେ ଏକାଠି ହୋଇଥିଲେ ଅଧିକାଂଶ ବିରୋଧୀ ଦଳର ହେଭିୱେଟ୍ ନେତା।  ମିଳିତ ପ୍ରାର୍ଥୀ ଦେବା ପାଇଁ ୧୭ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବିଚାର ବିମର୍ଶ ହୋଇଥିଲା। ତେବେ ଶାସକ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ଶକ୍ତି […]

president

Rakesh Mallick
  • Published: Friday, 26 May 2017
  • , Updated: 26 May 2017, 06:48 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋନିଆ ଗାନ୍ଧୀଙ୍କ ଲଞ୍ଚ ପଲିଟିକ୍ସ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଦେଇଥିବା ମଧ୍ୟାହ୍ନ ଭୋଜନରେ ଏକାଠି ହୋଇଥିଲେ ଅଧିକାଂଶ ବିରୋଧୀ ଦଳର ହେଭିୱେଟ୍ ନେତା।  ମିଳିତ ପ୍ରାର୍ଥୀ ଦେବା ପାଇଁ ୧୭ ରାଜନୈତିକ ଦଳର ନେତାଙ୍କ ମଧ୍ୟରେ ବିଚାର ବିମର୍ଶ ହୋଇଥିଲା। ତେବେ ଶାସକ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡିଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ। ସଂସଦ ଭବନ ପରିସରରେ ଆଜି ଏକାଠି ହୋଇଥିଲେ ଦେଶର ପ୍ରମୁଖ ଦଳର ତୁଙ୍ଗ ନେତା। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଦେଇଥିବା ମଧ୍ୟାହ୍ନ ଭୋଜନାରେ ଗୋଟିଏ ଛତା ତଳେ ଏକାଠି ହୋଇଥିଲେ ଟିଏମ୍‌ସି ନେତ୍ରୀ ମମତା ବାନାର୍ଜୀ, ବିଏସ୍‌ପି ମୁଖ୍ୟ ମାୟାବତୀ, ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦାବ, ସିପିଏମ୍‌ ମହାସଚିବ ସିତାରମ ୟେଚୁରୀ, ଜେଡିୟୁ ନେତା ଶରତ ଯାଦବ, ଏନ୍‌ସିପି ନେତା ଶରତ ପାଓ୍ୱାର୍, ଡିଏମ୍‌କେ, ସମାଜବାଦୀ ପାର୍ଟି, ସିପିଆଇ ଓ ଅନ୍ୟ ଦଳର ନେତା। ରାଷ୍ଟ୍ରପତି ପଦ ପାଇଁ ମିଳିତ ପ୍ରାର୍ଥୀ ଦେବା ସମ୍ଭାବନା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ତେବେ କାହାକୁ ପ୍ରାର୍ଥୀ କରାଯିବ ତାହା ଉପରେ କିଛି ସ୍ଥିର ହୋଇନି। ଶାସକ ଏନଡିଏ ପ୍ରାର୍ଥୀ ଘୋଷଣା କରିବା ଯାଏ ଅପେକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଏନ୍‌ଡିଏ ଯଦି ଜଣେ ଧର୍ମ ନିରପେକ୍ଷ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରେ ତେବେ ସହମତି ସୃଷ୍ଟି ଲାଗି ଉଦ୍ୟମ କରାଯିବ ବୋଲି କହିଛନ୍ତି ଟିଏମ୍‌ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁକ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଆଜିର ବୈଠକକୁ ଅଧିକାଂଶ ବିରୋଧୀ ଦଳଙ୍କୁ ଡକାଯାଇଥିଲେ ମଧ୍ୟ ବିଜେଡିକୁ ଡାକି ନଥିଲେ ସୋନିଆ। କିନ୍ତୁ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ସିପିଆଇମ୍ ମହାସଚିବ ସୀତାରମ ୟେଚୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଥିଲେ। ଏପଟେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେଡି ଏହାର ଆଭିମୁଖ୍ୟ ସ୍ପଷ୍ଟ କରି ନାହିଁ।  ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି ଓ ଠିକ୍ ସମୟରେ ନିଷ୍ପତ୍ତି ନେବେ ବୋଲି ଦଳ କହିଛି।

ରାଷ୍ଟ୍ରପତି ନିର୍ବାଚନ ପାଇଁ ବରୋଧୀ ପ୍ରାର୍ଥୀ ଭାବେ ଗୋପାଳ କୃଷ୍ଣ ଗାନ୍ଧୀ, ଶରତ ପାଓ୍ୱର, ଶରତ ଯାଦବ, ପୂର୍ବତନ ବାଚସ୍ପତି ମୀରା କୁମାରଙ୍କ ନା ଚର୍ଚ୍ଚାରେ ଥିବା ବେଳେ ଏନଡିଏ ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ, ସୁମିତ୍ରା ମହାଜନ, ସୁଷମା ସ୍ୱରାଜ, ଭେଙ୍କୟା ନାଇଡୁ ଓ ମୂରଲୀ ମୋନହର ଯୋଶୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

Related story