କଂଗ୍ରେସରେ ସମସ୍ତେ ମଙ୍ଗୁଆଳ, ଏହାର ପ୍ରଭାବ ନିର୍ବାଚନ ଉପରେ ପଡିଛି: ନିରଞ୍ଜନ

ଭୁବନେଶ୍ୱର: ୨ଟି ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକ ପ୍ରକାର ମାଟି କାମୁଡି ପଡିଛି। ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏବେଠାରୁ ଦଳ ନିଜର ପରାଜୟ ସ୍ୱୀକାର କରିସାରିଛି। ଏପରିସ୍ଥିତିରେ ବିପର୍ଯ୍ୟୟକୁ ସ୍ୱୀକାର କରି ଜନମତକୁ ସମ୍ମାନ ଜଣାଉଛି ବୋଲି କହି ଦଳ ମଧ୍ୟରେ ଆଲୋଡନ ସୃଷ୍ଟି କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସରେ ସମସ୍ତେ ନିଜକୁ ମଙ୍ଗୁଆଳ ଭାବୁଛନ୍ତି, ଏହାର ପ୍ରଭାବ ନିର୍ବାଚନ ଉପରେ ପଡିଛି ବୋଲି ନିରଞ୍ଜନ କହିଛନ୍ତି। […]

congress

congress

Rakesh Mallick
  • Published: Thursday, 16 February 2017
  • Updated: 16 February 2017, 05:08 PM IST

Sports

Latest News

ଭୁବନେଶ୍ୱର: ୨ଟି ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଏକ ପ୍ରକାର ମାଟି କାମୁଡି ପଡିଛି। ଆହୁରି ୩ଟି ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏବେଠାରୁ ଦଳ ନିଜର ପରାଜୟ ସ୍ୱୀକାର କରିସାରିଛି। ଏପରିସ୍ଥିତିରେ ବିପର୍ଯ୍ୟୟକୁ ସ୍ୱୀକାର କରି ଜନମତକୁ ସମ୍ମାନ ଜଣାଉଛି ବୋଲି କହି ଦଳ ମଧ୍ୟରେ ଆଲୋଡନ ସୃଷ୍ଟି କରିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସରେ ସମସ୍ତେ ନିଜକୁ ମଙ୍ଗୁଆଳ ଭାବୁଛନ୍ତି, ଏହାର ପ୍ରଭାବ ନିର୍ବାଚନ ଉପରେ ପଡିଛି ବୋଲି ନିରଞ୍ଜନ କହିଛନ୍ତି।

ସେ କହିଛନ୍ତି,“ଜନମତକୁ ମୁଁ ସମ୍ମାନ ଜଣାଉଛି। ଏଥିପାଇଁ କାହାକୁ ଦୋଷ ଦିଆଯିବା ଉଚିତ ନୁହେଁ। କଂଗ୍ରେସର ଏପରି ବିପର୍ଯ୍ୟୟ ପାଇଁ କେବଳ ଆମେ ହିଁ ଦାୟୀ। ସତ ଲୁଚେଇଲେ କିଛି ଲାଭ ହେବନାହିଁ। ଆମର ଅପାରଗତା, ଦଳ ମଧ୍ୟରେ ଦେଖା ଦେଇଥିବା ବିଶୃଙ୍ଖଳା ଏଥିପାଇଁ ମୁଖ୍ୟତଃ ଦାୟୀ। ଏହାସହ ଲୋକମାନଙ୍କ ପାଖରେ ପହଞ୍ଚିବାକୁ ଆମେ ଠିକ ଭାବେ ଉଦ୍ୟମ କରିପାରିଲୁ ନାହିଁ। ଯାହାର ଫଳ ସମସ୍ତଙ୍କ ଆଗରେ ରହିଛି। ଏମିତି ଦୁରବସ୍ଥା ହେବ ବୋଲି କେବେ ଭାବି ନ ଥିଲି।”

ସେ ଆହୁରି କହିଛନ୍ତି,“କ୍ରମାଗତ ଭାବେ ଦଳ ତଳକୁ ତଳକୁ ଯାଉଛି। ଏଥିରେ ଉନ୍ନତି ଆଣିବାକୁ ଆମେ ଯେଉଁ ଉଦ୍ୟମ କରିଥିଲୁ ତାହା ଯଥେଷ୍ଟ ହେଲାନାହିଁ। ଏପରି ବିପର୍ଯ୍ୟୟର କାରଣ କ’ଣ ଆମକୁ ତର୍ଜମା କରିବାକୁ ପଡିବ। ବିପର୍ଯ୍ୟୟ ପାଇଁ ବହୁ କାରଣ ରହିଛି। ଏହାକୁ ତର୍ଜମା କରି ଭବିଷ୍ୟତରେ କିପରି ଦଳକୁ ସଫଳତା ମିଳିବ ସେ ନେଇ  କାର୍ଯ୍ୟ କରିବାକୁ ପଡିବ।”

ମୟୂରଭଞ୍ଜରେ ୪ରୁ ୫ଟି ଜିଲ୍ଲା ପରିଷଦରେ ଜିତିବୁ ବୋଲି ମୋର ଆଶା ଥିଲା ବୋଲି ନିରଞ୍ଜନ କହିଛନ୍ତି। ସେ କହିଛନ୍ତି,“ଯାହା ଆଶା ରଖିଥିଲି ସେପରି କିଛି ସଫଳତା ମିଳିନାହିଁ। ମୁଁ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଚାର କରିନାହିଁ। ଯିଏ ଡାକିଥିଲେ ତାଙ୍କ ଅଞ୍ଚଳକୁ ଯାଇ ଲୋକଙ୍କୁ ଭୋଟ୍‌ ମାଗିଥିଲି। କିଛି ବର୍ଷ ହେଲା ରାଜ୍ୟରେ ସଂଗଠନ ବୋଲି କିଛି ନାହିଁ। ବାହା ଘର ବେଳେ ବାଇଗଣ ରୋଇଲେ କ’ଣ ହେବ? ମୋଟାମୋଟି ଭାବେ କହିବାକୁ ଗଲେ କଂଗ୍ରେସର ଏପରି ବିପର୍ଯ୍ୟୟ ପାଇଁ ଆମେ ନେତୃମଣ୍ଡଳୀ ଦାୟୀ। କେବଳ ଆମେ ନୁହେଁ ଦିଲ୍ଲୀ ମଧ୍ୟ ବିପର୍ଯ୍ୟୟ ପାଇଁ ଦାୟୀ।”’

ସେ ଆହୁରି କହିଛନ୍ତି,“ବିଜେପିକୁ ସଫଳତା ମିଳିଥିବାକୁ ମୁଁ ଗ୍ରହଣ କରୁନାହିଁ। ବିଜେଡି ପାଖରୁ ଲୋକେ ମୁହଁ ଫେରାଇ ନେଇଥିବା ବେଳେ କଂଗ୍ରେସକୁ ଗ୍ରହଣ କରିପାରି ନାହାନ୍ତି। ଏହାର ଫାଇଦା ବିଜେପିକୁ ମିଳିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos