ଏପରି ଦମ୍ପତି: ପିଲା ସୁଖ ନ ପାଇବି ୪୬ ଶିଶୁଙ୍କ ପାଇଁ ବନି ଯାଇଛନ୍ତି ଭଗବାନ

ବେଳେ ବେଳେ କିଛି ଲୋକଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା ସେମାନଙ୍କ ଗତିପଥକୁ ପରିବର୍ତ୍ତନ କରି ଦେଇଥାଏ। ଏପରି ହିଁ କିଛି ଘଟଣା ଘଟିଛି ମୁଜାଫରନଗରରେ ରହୁଥିବା ଦମ୍ପତିଙ୍କ ଜୀବନରେ। ନିଜେ କେବେ ମଆ-ବାପା ହୋଇପାରିନଥିବା ଏହି ଦମ୍ପତି ଏବେ ୪୬ ଜଣ ଶିଶୁଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି। ଆସନ୍ତୁ ଜାଣିବା ଏହି ଦମ୍ପତିକ ସମ୍ପର୍କରେ। କୁଦାନା ଗାଁର ମୀନା ରଣା ୧୯୮୧ ମସିହାରେ ବୀରେନ୍ଦ୍ର ରାଣାଙ୍କୁ ବିବାହ କରିଥିଲେ। ବିବାହର କିଛି […]

member

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 12:09 PM IST

ବେଳେ ବେଳେ କିଛି ଲୋକଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥାଏ ଯାହା ସେମାନଙ୍କ ଗତିପଥକୁ ପରିବର୍ତ୍ତନ କରି ଦେଇଥାଏ। ଏପରି ହିଁ କିଛି ଘଟଣା ଘଟିଛି ମୁଜାଫରନଗରରେ ରହୁଥିବା ଦମ୍ପତିଙ୍କ ଜୀବନରେ। ନିଜେ କେବେ ମଆ-ବାପା ହୋଇପାରିନଥିବା ଏହି ଦମ୍ପତି ଏବେ ୪୬ ଜଣ ଶିଶୁଙ୍କ ପାଇଁ ଭଗବାନ ପାଲଟି ଯାଇଛନ୍ତି। ଆସନ୍ତୁ ଜାଣିବା ଏହି ଦମ୍ପତିକ ସମ୍ପର୍କରେ।

କୁଦାନା ଗାଁର ମୀନା ରଣା ୧୯୮୧ ମସିହାରେ ବୀରେନ୍ଦ୍ର ରାଣାଙ୍କୁ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଜଣାପଡ଼ିଥିଲା ମୀନା କେବେ ମାଆ ହୋଇପାରିବେ ନାହିଁ। ଏହା ଜାଣିବା ପରେ ଦମ୍ପତି ଦୁଃଖରେ ଭାଙ୍ଗି ପଡ଼ିଥିଲେ ମଧ୍ୟ ନିଜକୁ ଦୃଢ଼ କରିଥିଲେ। ଆଉ ଏକ ପୋଷ୍ୟ ସନ୍ତାନ ଗ୍ରହଣ କାରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ସେମାନେ ୧୯୯୦ ମସିହାରେ ଶୁକ୍ରତାଳରେ ଆସି ରହିଥିଲେ। ଏଠାରେ ସେମାନେ ଏକ ଶିଶୁ ପୁତ୍ର(୧)କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ତା ନାଁ ରଖିଲେ ମାଗେରାମ। ସବୁ ଦୁଃଖ କଷ୍ଟକୁ ଭୁଲି ଉଭୟ ସ୍ୱାମୀ ଓ ସ୍ତ୍ରୀ ନିଜ ଛୋଟିଆ ସଂସାରରେ ନିଜକୁ ହଜେଇ ଦେଇଥିଲେ। ହେଲେ ତାଙ୍କ ସଂସାର ଭିତରକୁ ଆଉ ଏକ ଝଡ଼ ଆସି ତାଙ୍କ ଜୀବନକୁ ଦୋହଲେଇ ଦେଇଥିଲା। ୫ ବର୍ଷ ବୟସରେ ମାଗେରାମର ମୃତ୍ୟୁ ଘଟଥିଲା। ଏହି ଘଟଣା ସେମାନଙ୍କୁ ସଂପୂର୍ଣ୍ଣ ଭାଙ୍ଗି ଦେଇଥିଲା। ଏବେ  ଉଭୟ ସ୍ୱାମୀ ଓ ସ୍ତ୍ରୀ କୌଣସି ଆଶା ନ ହରାଇ ଅସହାୟ ଶିଶୁଙ୍କୁ ନିଜ ପାଖରେ ରଖିବା ଆରମ୍ଭ କରିଥିଲେ। ପରେ ଦମ୍ପତିଙ୍କୁ ଡୋନେସନ୍‌ରେ ୮ ଡ଼େସିମିଲ୍‌ ଜାଗା ମିଳିଥିଲା। ଆଉ ସେହି ଜାଗାରେ ସେମାନେ ଏକ ଅନାଥଶ୍ରମ ପ୍ରତିଷ୍ଠା କରିଥିଲେ। ଏବେ ଏହି ଏହି ଅନାଥଶ୍ରମର କଳେବର ବୃଦ୍ଧି ପାଇଛି।  ୪୬ ଜଣ ପିଲା ଏଠାରେ ରହି ନିଜ ଭବିଷ୍ୟତ ଗଢ଼ୁଛନ୍ତି। ପିଲାମାନଙ୍କ ପାଠପଢ଼ା ପାଇଁ  ଅନାଥଶ୍ରମ ଭିତରେ ଏକ ସ୍କୁଲ ମଧ୍ୟ ରହିଛି। ଏହି ଅନାଥଶ୍ରମରୁ ବାହାରି କିଛି ପିଲା ଚାକିରି କରିଥିବା ବେଳେ ଆଉ କିଛି ବାହା ହୋଇ ନିଜ ସଂସାରରେ ବ୍ୟସ୍ତ ରହିଛନ୍ତି।

ମୀନା କହିଛନ୍ତି,“ ମୁଁ ସମସ୍ତ ପିଲାଙ୍କୁ ସମାନ ଦେଖିଥାଏ। ମୁଁ କେବଳ ଏତିକି ଜାଣିଥାଏ ସମସ୍ତେ ମୋ ପିଲା। ପିଲାମାନେ କିପରି ପାଠ ପଢିବେ ଏନେଇ ଆମେ ବେଶୀ ଗୁରୁତ୍ୱ ଦେଇ ଥାଉ। ଏବେ ଏଠାରେ ୧୯ ଜଣ ଝିଅ ଓ ୨୭ ଜଣ ପୁଅ ଅଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଦିବ୍ୟାଙ୍ଗ ପିଲା ମଧ୍ୟ ଅଛନ୍ତି।”

ଏହି ଅନାଶ୍ରମରେ ରହୁଥିବା ଜଣେ ଝିଅ(ମମତା) ଏବେ ପୋଷ୍ଟ ଗ୍ରାଜୁଏଟ୍‌ ପଢୁଛନ୍ତି। ସେ କହିଛନ୍ତି ,“ବାପା-ମାଆ ରୂପରେ ଯଦି ମୀନା ଓ ବୀରେନ୍ଦ୍ର ମୋର ଯତ୍ନ ନେଇନଥାନ୍ତେ ତା’ହେଲେ ମୋ ଭବିଷ୍ୟ କ’ଣ ହୋଇଥାଆନ୍ତା ମୁଁ ଜାଣିନି।”

Related story