କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ଆରମ୍ଭ କଲା ୩ ଜଣିଆ କମିଟି

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ଗଠିତ ଏକ ୩ ଜଣିଆ କମିଟି ଘଟଣାର ତଦନ୍ତ କରୁଛି। ହସପିଟାଲରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏକ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇଛି। ଏହି କମିଟିରେ ହସପିଟାଲର ଅଧୀକ୍ଷକଙ୍କ ସମେତ ୩ଜଣଙ୍କୁ ସଦସ୍ୟ ରଖାଯାଇଛି। ଗତକାଲି ଏହି ଅଗ୍ନିକାଣ୍ଡ ସମୟରେ ରୋଗୀ ସ୍ଥାନାନ୍ତର ବେଳେ ଜଣେ ୧୨ ବର୍ଷ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି। […]

cuttack-2

Rakesh Mallick
  • Published: Saturday, 17 October 2015
  • , Updated: 17 October 2015, 08:32 AM IST

କଟକ: କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଅଗ୍ନିକାଣ୍ଡର ତଦନ୍ତ ଆରମ୍ଭ ହୋଇଛି। ଏଥିପାଇଁ ଗଠିତ ଏକ ୩ ଜଣିଆ କମିଟି ଘଟଣାର ତଦନ୍ତ କରୁଛି। ହସପିଟାଲରେ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶରେ ଏକ ଆଭ୍ୟନ୍ତରୀଣ କମିଟି ଗଠିତ ହୋଇଛି। ଏହି କମିଟିରେ ହସପିଟାଲର ଅଧୀକ୍ଷକଙ୍କ ସମେତ ୩ଜଣଙ୍କୁ ସଦସ୍ୟ ରଖାଯାଇଛି। ଗତକାଲି ଏହି ଅଗ୍ନିକାଣ୍ଡ ସମୟରେ ରୋଗୀ ସ୍ଥାନାନ୍ତର ବେଳେ ଜଣେ ୧୨ ବର୍ଷ ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନି।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ କ୍ୟାନସର ହସପିଟାଲର ନୂଆ ବିଲଡିଂର ତୃତୀୟ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଓଟି ରୁମ୍ ଓ ରୋଗୀ ରହିଥିବା ୱାର୍ଡକୁ ନିଆଁ ବ୍ୟାପିଯାଇଥିଲା। ଫଳରେ ୱାର୍ଡରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁଶ ହୋଇଯାଇଥିଲା। ତେବେ ନିଆଁ ଲାଗିବା ମାତ୍ରେ ହସପିଟାଲ କର୍ତ୍ତୃପକ୍ଷ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ସେପଟେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

Related story