ରଙ୍ଗାରଙ୍ଗ ପରିବେଶରେ ଆରମ୍ଭ ହେଲା ଐତିହାସିକ ବାଲିଯାତ୍ରା

କଟକ (ଓଡ଼ିଶା ରିପୋର୍ଟର): ରଙ୍ଗାରଙ୍ଗ ପରିବେଶରେ ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଅନ୍ୟତମ ଅତିଥିଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ଆଜି ପାଗ ଭଲ ଥିବାରୁ ପ୍ରଥମ ଦିନରୁ ଲୋକଙ୍କ ଭିଡ଼ ଜମିଛି। ବାଲିଯାତ୍ରା ୭ଦିନ ଧରି ଚାଲିବାକୁ ଥିବା ବେଳେ, ଚଳିତ ବର୍ଷ ୧୪ ଶହରୁ ଅଧିକ ଷ୍ଟଲ […]

Bali jatra

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 09:03 PM IST

କଟକ (ଓଡ଼ିଶା ରିପୋର୍ଟର): ରଙ୍ଗାରଙ୍ଗ ପରିବେଶରେ ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା। ଏଥିରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଅନ୍ୟତମ ଅତିଥିଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ପ୍ରମୁଖ ଯୋଗଦେଇଥିଲେ। ଆଜି ପାଗ ଭଲ ଥିବାରୁ ପ୍ରଥମ ଦିନରୁ ଲୋକଙ୍କ ଭିଡ଼ ଜମିଛି।

ବାଲିଯାତ୍ରା ୭ଦିନ ଧରି ଚାଲିବାକୁ ଥିବା ବେଳେ, ଚଳିତ ବର୍ଷ ୧୪ ଶହରୁ ଅଧିକ ଷ୍ଟଲ ଖୋଲାଯାଇଛି। ତେବେ ଅଧିକ ଆକର୍ଷଣ ରହିଛି ଘରକରଣା ସାମଗ୍ରୀ ସାଙ୍ଗକୁ ଫୁଡ୍ ଷ୍ଟଲ୍। ଯାତ୍ରାରେ ମଧ୍ୟ ଭଳିକି ଭଳି ଦୋଳି ମଧ୍ୟ ଲାଗିଛି। ସେହିପରି ପ୍ରତି ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ଯାତ୍ରାରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହେବାକୁ ଥିବାରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଯାତ୍ରାରେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Related story