ଡେଙ୍ଗୁ ନେଲା ଆଉ ଏକ ଜୀବନ, ମୃତ୍ୟୁ ସଂଖ୍ୟା ଦୁଇ ଛୁଇଁଲା

କଟକ:  ଡେଙ୍ଗୁ ଓ  ସ୍ୱାଇନ ଫ୍ଲୁ  ଜ୍ୱର  ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି କଟକ ବଡ଼ ଡାକ୍ତରଖାନାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁରର ହରିହର ମଲ୍ଲିକ। ଗତ ୮ତାରିଖରେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ସେ ଏସସିବିରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ୯ ତାରିଖରୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। […]

EVI_Dengue_

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 11:08 PM IST

କଟକ:  ଡେଙ୍ଗୁ ଓ  ସ୍ୱାଇନ ଫ୍ଲୁ  ଜ୍ୱର  ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଡେଙ୍ଗୁରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୬୭ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି କଟକ ବଡ଼ ଡାକ୍ତରଖାନାରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁରର ହରିହର ମଲ୍ଲିକ। ଗତ ୮ତାରିଖରେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହୋଇ ସେ ଏସସିବିରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ୯ ତାରିଖରୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସକାଳେ ସେ ଆଖି ବୁଜି ଦେଇଥିଲେ। ଏସସିବିର ଡେଙ୍ଗୁ ନୋଡାଲ ଅଫିସର ଏହି ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଗତ ୯ ତାରିଖରେ ମଧ୍ୟ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ  ବିହାରର ସୋମ ପ୍ରକାଶ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା।

ଡେଙ୍ଗୁରେ ଭଦ୍ରକ ଜିଲ୍ଲାରେ ୫୯ ଜଣ, କଟକରେ ୫୭, ବାଲେଶ୍ୱରରେ ୫୩, ଖୋର୍ଦ୍ଧାରେ ୩୫, ଯାଜପୁରରେ ୩୦, ପୁରୀରେ ୨୩, ଜଗତସିଂହପୁରରେ ୧୬, କେନ୍ଦ୍ରାପଡ଼ାରେ ୧୮, କଞ୍ଜାମରେ ୧୩, କେନ୍ଦୁଝରରେ ୧୦, ଢେଙ୍କାନାଳରୁ ୮ ଜଣ, ବାଲାଙ୍ଗିରରୁ ୬ ଜଣ, ମୟୂରଭଞ୍ଜରୁ ୪ ଜଣ, ନୟାଗଡ଼ରୁ ୩ ଜଣ, ସୋନପୁରରୁ ୩ଜଣ, କଳାହାଣ୍ଡିରୁ ୩ ଜଣ, ବରଗଡ଼ରୁ ୩ ଜଣ, ନୂଆପଡ଼ାରୁ ୨ ଜଣ, ଅନୁଗୋଳରୁ ୨ ଜଣ, କନ୍ଧମାଳରୁ ୨ ଜଣ, ବୌଦ୍ଧ, ରାୟଗଡ଼ା, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାରେ ଜଣେ ଲେଖାଏଁ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି।

କଟକ ବଡ଼ ଡାକ୍ତରଖାନାରେ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇଛି। ଏହା ସହିତ ଡେଙ୍ଗୁ ରୋଗୀମାନଙ୍କର ମାଗଣାରେ ରକ୍ତ ପରୀକ୍ଷା କରାଯାଉଛି। ଡେଙ୍ଗୁ ରୋଗୀଙ୍କ ପାଇଁ ସେଣ୍ଟ୍ରାଲ ଆଇସିୟୁରେ ଦୁଇଟି ବେଡ୍‌ର ସୁବିଧା କରାଯାଇଛି।  ବିଶେଷ କରି ଭଦ୍ରକ ଓ ବାଲେଶ୍ୱରରୁ ଅଧିକ ଡେଙ୍ଗୁ ରୋଗୀ କଟକ  ଏସ୍‌ସିବିରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି।

ଅଧିକ ଖବର- ଆପଣଙ୍କ ବାଡ଼ିରେ ଅଛି ଡେଙ୍ଗୁ ପାଇଁ ଏକ ମହୌଷଧୀ

Related story