ଆଇନଜୀବୀ ହତ୍ୟା ଘଟଣାକୁ ନେଇ ପୁରୀ ବନ୍ଦ: ଜନଜୀବନ ଅସ୍ତବ୍ୟସ୍ତ

<p>ପୁରୀ: ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟା ଘଟଣାକୁ ନେଇ ଆଜି ପୁରୀରେ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ପୁରୀ ଓକିଲ ସଂଘ।&nbsp; ସଂଘ ପକ୍ଷରୁ ଡାକ୍ତରଖାନା ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୁରୀର ପ୍ରବେଶପଥ କୁହାଯାଉଥିବା ଅଠରନଳାଠାରେ ରାସ୍ତା ଅବରୋଧ କରାଯାଇଛି।&nbsp; କୌଣସି ଗାଡ଼ିକୁ ସେଠାରୁ ଯାତାୟତ ପାଇଁ ଛଡ଼ାଯାଉ ନ ଥିବାରୁ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ପୁରୀରୁ ବାହାରକୁ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି।&nbsp; ବିକ୍ଷୋଭକାରୀମାନେ ପୁରୀ ଷ୍ଟେସନରେ ପୁରୀ-କଟକ ପାସେଞ୍ଜରକୁ ଅଟକାଇଛନ୍ତି।</p> <p>ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦ ଓ ପ୍ରଶାସନିକ ସ୍ତରରେ ଅଧିକାରୀ ଅଦଳବଦଳ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।&nbsp; ବିଜେପି ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରୁଥିବା ସୂଚନା ମିଳିଛି। ଏହି ବନ୍ଦ ପାଳନକୁ ସମର୍ଥନ କରି ସ୍କୁଲ କଲେଜ ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ପୁରୀ ବାସିନ୍ଦାକୁ ନିବେଦନ କରିଛି ସ୍ଥାନୀୟ ଓକିଲ ସଂଘ।</p>

Ordigital Desk
  • Published: Tuesday, 24 October 2017
  • Updated: 24 October 2017, 09:27 AM IST

Sports

Latest News

<p>ପୁରୀ: ଆଇନଜୀବୀ ଲକ୍ଷ୍ମୀଧର ମହାପାତ୍ର ହତ୍ୟା ଘଟଣାକୁ ନେଇ ଆଜି ପୁରୀରେ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ପୁରୀ ଓକିଲ ସଂଘ।&nbsp; ସଂଘ ପକ୍ଷରୁ ଡାକ୍ତରଖାନା ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପୁରୀର ପ୍ରବେଶପଥ କୁହାଯାଉଥିବା ଅଠରନଳାଠାରେ ରାସ୍ତା ଅବରୋଧ କରାଯାଇଛି।&nbsp; କୌଣସି ଗାଡ଼ିକୁ ସେଠାରୁ ଯାତାୟତ ପାଇଁ ଛଡ଼ାଯାଉ ନ ଥିବାରୁ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଛି। ପୁରୀରୁ ବାହାରକୁ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି।&nbsp; ବିକ୍ଷୋଭକାରୀମାନେ ପୁରୀ ଷ୍ଟେସନରେ ପୁରୀ-କଟକ ପାସେଞ୍ଜରକୁ ଅଟକାଇଛନ୍ତି।</p><p>ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦ ଓ ପ୍ରଶାସନିକ ସ୍ତରରେ ଅଧିକାରୀ ଅଦଳବଦଳ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।&nbsp; ବିଜେପି ଏହି ବନ୍ଦ ଡାକରାକୁ ସମର୍ଥନ କରିଥିବା ବେଳେ କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ କରୁଥିବା ସୂଚନା ମିଳିଛି। ଏହି ବନ୍ଦ ପାଳନକୁ ସମର୍ଥନ କରି ସ୍କୁଲ କଲେଜ ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସ, ଏବଂ ଦୋକାନ ବଜାର ବନ୍ଦ ରଖିବାକୁ ପୁରୀ ବାସିନ୍ଦାକୁ ନିବେଦନ କରିଛି ସ୍ଥାନୀୟ ଓକିଲ ସଂଘ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos