ଟ୍ରାକ୍ଟର ଧକ୍କାରେ ବାଳକର ମୃତ୍ୟୁକୁ ନେଇ କଟକରେ ଉତ୍ତେଜନା

କଟକ: ଟ୍ରାକ୍ଟର ଧକ୍କାରେ ଜଣେ ବାଳକର ମୃତ୍ୟୁକୁ ନେଇ ଆଜି ସକାଳେ କଟକ ସୂତାହାଟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ। ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦରଘା ବଜାର ଥାନା ଘେରାଉ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଢେଲା ପଥର ମାଡ଼ କରିବା ସହିତ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ପୋଲିସ୍‌ ଲାଠି ଚାର୍ଜ କରିଥିଲା। ଘଟଣାସ୍ଥଳରେ ଏବେ ୩ […]

tractor

Rakesh Mallick
  • Published: Sunday, 12 February 2017
  • , Updated: 12 February 2017, 09:19 PM IST

କଟକ: ଟ୍ରାକ୍ଟର ଧକ୍କାରେ ଜଣେ ବାଳକର ମୃତ୍ୟୁକୁ ନେଇ ଆଜି ସକାଳେ କଟକ ସୂତାହାଟରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରରେ ନିଆଁ ଲଗାଇ ଦେଇଥିଲେ। ପରେ କାର୍ଯ୍ୟାନୁଷ୍ଠାନ ଦାବିରେ ଦରଘା ବଜାର ଥାନା ଘେରାଉ କରିଥିଲେ। ଏପରିକି ଉତ୍ତ୍ୟକ୍ତ ଲୋକେ ଥାନା ଉପରକୁ ଢେଲା ପଥର ମାଡ଼ କରିବା ସହିତ ପୋଲିସ ଗାଡ଼ି ଭଙ୍ଗାରୁଜା କରିଥିଲେ। ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହେବାରୁ ପୋଲିସ୍‌ ଲାଠି ଚାର୍ଜ କରିଥିଲା। ଘଟଣାସ୍ଥଳରେ ଏବେ ୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛି।

ପୋଲିସ୍‌ ଟ୍ରାକ୍ଟର ଚାଳକକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story