କଟକ ଶିଶୁଭବନରେ ପୁଣି ୫ ଶିଶୁ ମୃତ, ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

sishuକଟକ: ଶିଶୁ ମୃତ୍ୟୁ ଘଟଣା ଶିଶୁଭବନର ପିଛା ଛାଡୁନାହିଁ। ଗତକାଲି ରାତିରେ ଶିଶୁ ଭବନରେ ପୁଣି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଚିକିତ୍ସା ଅବହେଳାରୁ ଏହି ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଶିଶୁମାନେ ବଡ଼ମ୍ୱା, ସାଲେପୁର, ଚଣ୍ଡିଖୋଲ,ରାଜକନିକା ଓ ତିନିମୁହାଣି ବୋଲି ଜଣାପଡ଼ିଛି। ସବୁ ନବଜାତକ ନ୍ୟୁ-ବର୍ଣ୍ଣ ୱାର୍ଡର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଏହି ୫ ଶିଶୁଙ୍କ ମୃତ୍ୟୁ ପରେ ଗତ ସପ୍ତାହକ ମଧ୍ୟରେ ଶିଶୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୩୫ରେ ପହଞ୍ଚିଛି।
ଶିଶୁ ଭବନରେ ଘଟିଚାଲିଥିବା ଶିଶୁ ମୃତ୍ୟୁ ଚିକିତ୍ସା ଅବହେଳାରୁ ହେଉଥିବା ଅଭିଭାବକମାନେ ଅଭିଯୋଗ କରୁଥିବା ବେଳେ ଏଯାଏଁ ଏହାର ସଠିକ୍ କାରଣ ଜଣାପଡ଼ିନାହିଁ। ଏ ନେଇ ତଦନ୍ତ ଚାଲିଥିବା ବେଳେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଶିଶୁ ଭବନ ଆସି ସ୍ଥିତିର ସମୀକ୍ଷା କରିଛନ୍ତି। ଏହାସହ ମନ୍ତ୍ରୀ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ସ୍ଥିତି ଅନୁଧ୍ୟାନ ପରେ ମେଡିକାଲର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି,  ଡାକ୍ତରଖାନାର ଭିତ୍ତିଭୂମି ବିକାଶ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାସହ ଏସ୍ଏନସିୟୁ ସଂଖ୍ୟା ୩୬ରୁ ୩୮କୁ ବୃଦ୍ଧି କରାଯାଇଛି। ଆଗକୁ ୧୫ଜଣ ନୂଆ ଟିଚିଂ ଷ୍ଟାଫ୍ ନିଯୁକ୍ତ କରାଯିବ। ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଡିଏମ୍ଇଟି ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଛି। ଚିକିତ୍ସାରେ ଅବହେଳା ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେପଟେ ଡିଏମ୍ଇଟିଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଗତକାଲି ଘଟଣାର ତଦନ୍ତ କରିଛି।