କଟକ ଶିଶୁ ଭବନରେ ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

କଟକ: ୫ଦିନରେ ଶିଶୁଭବନରେ ୨୮ଜଣ ଶିଶୁଙ୍କ ମୃତ୍ୟୁ ପରେ ସରକାରଙ୍କ ଚେତା ପଶିଛି । ସ୍ୱାସ୍ଥ୍ୟସେବାରେ ଅବହେଳା ହେଉ ଅବା ଭିତ୍ତିଭୁମିର ଅଭାବ ଗୋଟିଏ ପରେ ଗୋଟିଏ ଶିଶୁ ଆଖିବୁଜୁଛନ୍ତି ଏଠାରେ । ସରକାରଙ୍କ ପକ୍ଷରୁ ଶିଶୁ ମୃତ୍ୟୁ ଘଟଣାର ତନାଘନା ଆରମ୍ଭ ହୋଇଛି । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମେଡ଼ିକାଲ୍ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ଯାଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଶିଶୁ ମୃତ୍ୟୁ […]

scb

scb

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 06:56 AM IST

Sports

Latest News

କଟକ: ୫ଦିନରେ ଶିଶୁଭବନରେ ୨୮ଜଣ ଶିଶୁଙ୍କ ମୃତ୍ୟୁ ପରେ ସରକାରଙ୍କ ଚେତା ପଶିଛି । ସ୍ୱାସ୍ଥ୍ୟସେବାରେ ଅବହେଳା ହେଉ ଅବା ଭିତ୍ତିଭୁମିର ଅଭାବ ଗୋଟିଏ ପରେ ଗୋଟିଏ ଶିଶୁ ଆଖିବୁଜୁଛନ୍ତି ଏଠାରେ । ସରକାରଙ୍କ ପକ୍ଷରୁ ଶିଶୁ ମୃତ୍ୟୁ ଘଟଣାର ତନାଘନା ଆରମ୍ଭ ହୋଇଛି । ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମେଡ଼ିକାଲ୍ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ତାଙ୍କ ସହ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ଯାଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଶିଶୁ ମୃତ୍ୟୁ ନେଇ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ସ୍ଥିତି ଅନୁଧ୍ୟାନ ପରେ ମେଡିକାଲର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଏଥିପାଇଁ ୧୦ କୋଟି ଟଙ୍କ। ମଞ୍ଜୁର କରାଯାଇଛି। ଏହାସହ ଏସ୍ଏନସିୟୁ ୩୬ରୁ ୩୮କୁ ବୃଦ୍ଧି କରାଯାଇଛି। ଆଗକୁ ୧୫ଜଣ ନୂଆ ଟିଚିଂ ଷ୍ଟାଫ୍ ନିଯୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶିଶୁମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଡିଏମ୍ଇଟି ଅଧ୍ୟକ୍ଷତାରେ ଗଠିତ କମିଟି ଶିଶୁଭବନ ଯାଇ ତଦନ୍ତ କରିବ । ଚିକିତ୍ସାରେ ଅବହେଳା ଅଭିଯୋଗ ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଗତକାଲି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଇଥିଲା । ଆୟୋଗର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ରୋଗୀଙ୍କ ସମ୍ପର୍କୀୟଙ୍କୁ ଭେଟିବା ସହ ସୁପରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରିଥିଲେ। ସେମାନେ କରିଥିବା ତଦନ୍ତ ରିପୋର୍ଟ ଶୀଘ୍ର ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି । ସେହିପରି ସିଡ଼ିଏମଙ୍କ ନେତୃତ୍ୱରେ ୩ଜଣ ଏଡ଼ିଏମ୍ଓଙ୍କୁ ନେଇ ଗଠିତ ଟିମ୍ ଆଜି ତାହାର ରିପୋର୍ଟ ପ୍ରଦାନ କରିବ। ଗତକାଲି କେନ୍ଦ୍ରାପଡ଼ା ଡେରାବିଶ ଅଞ୍ଚଳର ଆଉ ଜଣେ ଶିଶୁର ମୃତ୍ୟୁ ପରେ କଟକ ଶିଶୁ ଭବନରେ ଗତ ୫ଦିନ ଭିତରେ ମୃତ୍ୟୁସଂଖ୍ୟା ୨୮ରେ ପହଞ୍ଚିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos