କଟକ: ଡକାୟତି ଉଦ୍ୟମ ବେଳେ ମହିଳାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

କଟକ: କଟକ ସହରର ପୁରୀଘାଟ ଭଗତପୁରରେ ଘରେ ପଶି ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିବା ସହ ମହିଳାଙ୍କୁ ହତ୍ୟା କରିଛନ୍ତି। ମୃତା ମହିଳା ଜଣଙ୍କ ହେଲେ ହାରାମଣି ସାହୁ। ଗତରାତିରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ହାରାମଣିଙ୍କ ଘରେ ପଶି ଲୁଟ୍‌ପାଟ୍‌ କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ପ୍ରତିବାଦ କରିବାରୁ ହାରାମଣିଙ୍କ ହାତ ଗୋଡ଼ ବାନ୍ଧି ହତ୍ୟା କରିଥିବା ଆଶଙ୍କା କରାଯାଉଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହାତଗୋଡ଼ ବନ୍ଧାଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତା ହାରାମଣିଙ୍କ ପୁଅ ଦେବେଶ […]

loot

Rakesh Mallick
  • Published: Sunday, 12 June 2016
  • , Updated: 12 June 2016, 10:49 PM IST

କଟକ: କଟକ ସହରର ପୁରୀଘାଟ ଭଗତପୁରରେ ଘରେ ପଶି ଦୁର୍ବୃତ୍ତମାନେ ଲୁଟ୍‌ପାଟ୍‌ କରିବା ସହ ମହିଳାଙ୍କୁ ହତ୍ୟା କରିଛନ୍ତି। ମୃତା ମହିଳା ଜଣଙ୍କ ହେଲେ ହାରାମଣି ସାହୁ। ଗତରାତିରେ ସଂଘବଦ୍ଧ ଭାବେ ଦୁର୍ବୃତ୍ତମାନେ ହାରାମଣିଙ୍କ ଘରେ ପଶି ଲୁଟ୍‌ପାଟ୍‌ କରିବାକୁ ଉଦ୍ୟମ କରୁଥିଲେ। ଏହାକୁ ପ୍ରତିବାଦ କରିବାରୁ ହାରାମଣିଙ୍କ ହାତ ଗୋଡ଼ ବାନ୍ଧି ହତ୍ୟା କରିଥିବା ଆଶଙ୍କା କରାଯାଉଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ହାତଗୋଡ଼ ବନ୍ଧାଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି।

ମୃତା ହାରାମଣିଙ୍କ ପୁଅ ଦେବେଶ ହତ୍ୟାକାଣ୍ଡ ପଛରେ ତାଙ୍କ ଭଉଣୀ ଓ ଭିଣୋଇ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, “ମାଆ ବଞ୍ଚିଥିବା ଯାଏ ସମ୍ପତ୍ତି ବଣ୍ଟା ହୋଇପାରୁ ନ ଥିଲା। ସମ୍ପତ୍ତି ପାଇଁ ମଝିଆ ଭଉଣୀ ଓ ଭିଣୋଇ ଯୋଜନାବଦ୍ଧ ଭାବେ ମାଆଙ୍କୁ ହତ୍ୟା କରିଛନ୍ତି।”

ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

କଟକ ଅତିରିକ୍ତ ଡିସିପିସୁଦର୍ଶନ ସେଠୀ କହିଛନ୍ତି, “ଘଟଣାର ଯାଞ୍ଚ ଚାଲିଛି। ତଦନ୍ତରୁ ପ୍ରକୃତ କାରଣ ପଦାକୁ ଆସିବ।”

Related story