ଡକାୟତ ଗ୍ୟାଙ୍ଗ ସହ ରମେଶଙ୍କ ଲିଙ୍କ!

ଭୁବନେଶ୍ୱର: ପୂର୍ବତନ ବିଧାୟକ ରମେଶ ଜେନାଙ୍କ ଅପରାଧ ଲିଙ୍କର ଆଉ ଏକ ବଡ଼ ପ୍ରମାଣ ପୋଲିସ ହାତରେ ଲାଗିଛି। ଭୁବନେଶ୍ୱର ନହରକଣ୍ଟା ଅଞ୍ଚଳରୁ ଗିରଫ ଏକ ୪ ଜଣିଆ ଡକାୟତି ଗ୍ୟାଙ୍ଗର ଜଣେ ସଦସ୍ୟ ସହ ରମେଶଙ୍କ ସମ୍ପର୍କ ଥିବା ଜଣାପଡିଛି। ଗିରଫ ଡକାୟତ ଜଣଙ୍କ ହେଲେ ସନ୍ତୋଷ ବେହେରା। ସନ୍ତୋଷ ମାଧ୍ୟମରେ ରମେଶ ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ କରୁଥିଲେ। ପଚରାଉଚରା ବେଳେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଛି। ଅଧିକ ପଚରାଉଚରା ଲାଗି ତାକୁ […]

ramesh-link

Rakesh Mallick
  • Published: Monday, 14 March 2016
  • , Updated: 14 March 2016, 04:24 PM IST

ଭୁବନେଶ୍ୱର: ପୂର୍ବତନ ବିଧାୟକ ରମେଶ ଜେନାଙ୍କ ଅପରାଧ ଲିଙ୍କର ଆଉ ଏକ ବଡ଼ ପ୍ରମାଣ ପୋଲିସ ହାତରେ ଲାଗିଛି। ଭୁବନେଶ୍ୱର ନହରକଣ୍ଟା ଅଞ୍ଚଳରୁ ଗିରଫ ଏକ ୪ ଜଣିଆ ଡକାୟତି ଗ୍ୟାଙ୍ଗର ଜଣେ ସଦସ୍ୟ ସହ ରମେଶଙ୍କ ସମ୍ପର୍କ ଥିବା ଜଣାପଡିଛି। ଗିରଫ ଡକାୟତ ଜଣଙ୍କ ହେଲେ ସନ୍ତୋଷ ବେହେରା। ସନ୍ତୋଷ ମାଧ୍ୟମରେ ରମେଶ ଭୁବନେଶ୍ୱରରେ ଟେଣ୍ଡର ଫିକ୍ସିଂ କରୁଥିଲେ। ପଚରାଉଚରା ବେଳେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସକୁ ଦେଇଛି। ଅଧିକ ପଚରାଉଚରା ଲାଗି ତାକୁ ୭ ଦିନ ରିମାଣ୍ଡରେ ନେବାକୁ ପୋଲିସ କୋର୍ଟରେ ଆବେଦନ କରିଛି। ଏହାସହ ରମେଶଙ୍କ ଆନ୍ତଃରାଜ୍ୟ ବିଜନେସ୍‌ ଲିଙ୍କର ଖୋଳତାଡ଼ ପାଇଁ ବ୍ରହ୍ମପୁର ପୋଲିସ ଭାଇଜାଗ, କୋଲକାତା ଓ ଝାଡ଼ଖଣ୍ଡ ଯିବ ବୋଲି ଜଣାପଡିଛି।

ରମେଶ ଜେନାଙ୍କ HR12L0001 ନମ୍ବର ବିଶିଷ୍ଟ ଦେଢ କୋଟି ଟଙ୍କାର ଏକ ବୁଲେଟ୍‌ ପ୍ରୁଫ ଗାଡି ପୋଲିସ ଜବତ କରିଥିଲା। ଉକ୍ତ ଗାଡି ନିକଟରେ ସନ୍ତୋଷ ଫଟୋ ଉଠାଇଛି। ଏହାସହ ଜବତ ସ୍କର୍ପିଓ ପାଖରେ ମଧ୍ୟ ସନ୍ତୋଷର ଫଟୋ ରହିଛି। ଦୁଇଟି ଯାକ ଫଟୋ ରମେଶ ବିଧାୟକ ଥିବା ବେଳେ ତାଙ୍କ ସରକାରୀ କ୍ୱାର୍ଟର୍ସ ପରିସରରେ ଉଠା ଯାଇଥିବା କୁହାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଉତ୍କଳ କରାଟେ ସ୍କୁଲରୁ ସନ୍ତୋଷ ନାଁରେ ଯେଉଁ ପରିଚୟପତ୍ର ଜାରି ହୋଇଛି ସେଥିରେ ରମେଶ ଜେନାଙ୍କ ସରକାରୀ କ୍ୱାର୍ଟର୍ସର ଠିକଣା ରହିଛି। ଖାଲି ସେତିକି ନୁହେଁ, ସନ୍ତୋଷର ମୋବାଇଲ ସ୍କ୍ରିନ କଭରରେ ରମେଶଙ୍କ ଫଟୋ ରହିଛି।

ସନ୍ତୋଷଙ୍କ ଘର ଗଞ୍ଜାମ ପୁରୁଷୋତ୍ତମପୁରରେ। ଭୁବନେଶ୍ୱର ନହରକଣ୍ଟା ଅଞ୍ଚଳରୁ ଆଜି ସନ୍ତୋଷ ସହ ୪ ଜଣିଆ ଡକାୟତି ଗ୍ୟାଙ୍ଗ ଧରାପଡିବା ପରେ ଏହି କଥା ପଦାକୁ ଆସିଛି। ଏବେ ପ୍ରଶ୍ନ ଉଠୁଛି ଭୁବନେଶ୍ୱରରେ ରମେଶଙ୍କର ଯେଉଁ ଗ୍ୟାଙ୍ଗ ଥିଲା ସେଥିରେ ସନ୍ତୋଷ ସାମିଲ ଥିଲା କି। ସନ୍ତୋଷ ମାଧ୍ୟମରେ ରମେଶ କିଛି ଅପରାଧ ଘଟାଇଛନ୍ତି କି। ସେ ଗିରଫ ହେବା ପରେ ବ୍ରହ୍ମପୁର ପୋଲିସର ଏକ ସ୍ପେଶାଲ ଟିମ ଭୁବନେଶ୍ୱର ଆସି ସନ୍ତୋଷକୁ ଜେରା କରିଛି।

ପୋଲିସ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି, “ଗିରଫ ୪ ଅଭିଯୁକ୍ତଙ୍କଠାରୁ ଗୋଟିଏ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ୪ଜଣଙ୍କ ମଧ୍ୟରେ ଥିବା ସନ୍ତୋଷର ରମେଶ ଜେନାଙ୍କ ସହ ସମ୍ପର୍କ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପୂର୍ବରୁ ତା ନାଁରେ କି କି ଅପରାଧ ରହିଛି ତାହା ତଦନ୍ତ କରିବାକୁ ଗଞ୍ଜାମ ପୋଲିସକୁ କୁହାଯାଇଛି।”

Related story