ପୁଣି ବୋଲ ମାନିଲାନି ଦାମଙ୍କ ତୁଣ୍ଡ: କହିଲେ, ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି, ଇଂରେଜଙ୍କ ସହ ସାଲିସ୍ କରିଥିଲେ

Ordigital Desk
  • Published: Friday, 24 November 2017
  • , Updated: 24 November 2017, 02:12 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଣି ବିବାଦରେ ଫସିଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ। ଏଥର ଇତିହାସ ସହ ସେ ଖେଳ ଖେଳିଛନ୍ତି। କହିଛନ୍ତି &lsquo;ଜୟୀ ରାଜଗୁରୁ&rsquo; ଜଣେ ସ୍ୱାଧୀନତା ସଂଗ୍ରାମୀ ନଥିଲେ। ସେ ଇଂରେଜ ମାନଙ୍କ ସହ ନିଜ ସ୍ୱାର୍ଥ ପାଇଁ ସାଲିସ୍ କରିଥିଲେ। ତେଣୁ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ କହିବା ଠିକ୍ ହେବନି। ଗତକାଲି ଖୋର୍ଦ୍ଧା ଜିଲ୍ଲା ଲୋକ-ମହୋତ୍ସବରେ ଯୋଗଦେବା ଅବସରରେ ମନ୍ତ୍ରୀ ଦାମୋଦର ରାଉତ ଟିଭି କ୍ୟାମେରା ଆଗରେ ଏହିପରି ମନ୍ତବ୍ୟ ଦେଇଛନ୍ତି।</p> <p>ଦାମୋଦର କହିଛନ୍ତି- &ldquo;୧୮୦୪ ନୁହେଁ, ୧୮୧୭ ମସିହାରେ ଓଡ଼ିଶାରେ ହୋଇଥିଲା ବ୍ରିଟିଶ ବିରୋଧରେ ପ୍ରଥମ ପାଇକ ବିଦ୍ରୋହ। ଆଉ ଜୟୀ ରାଜଗୁରୁ ନୁହଁନ୍ତି ବକ୍ସି ଜଗବନ୍ଧୁ ଥିଲେ ଏହି ବିଦ୍ରୋହର ପ୍ରମୁଖ କର୍ଣ୍ଣଧାର। ଜୟୀ ରାଜଗୁରୁ ୨ଟି ପ୍ରଗଣାକୁ ଶାସନମୁକ୍ତ ରଖିବାକୁ ଚାହୁଁଥିଲେ। ମରହଟ୍ଟା ଶାସକ ଏଥିରେ ରାଜି ନ ହେବାରୁ ସେମାନଙ୍କ ସହ ଜୟୀ ରାଜଗୁରୁଙ୍କ ସଂଘର୍ଷ ହୋଇଥିଲା। ଓଡ଼ିଶାକୁ ଦଖଲ କରିବାକୁ ଚାହୁଁଥିବା ବ୍ରିଟିଶ ସରକାର, ପ୍ରଗଣା ଦେବାକୁ ପ୍ରତିଶ୍ରୁତି ଦେଇ, ଜୟୀ ରାଜଗୁରୁଙ୍କ ସହ ବୁଝାମଣା କରିଥିଲେ। କିନ୍ତୁ ବ୍ରିଟିଶ ସରକାର, ଓଡ଼ିଶା ଦଖଲ କରିବା ପରେ ସେ ଦୁଇ ପ୍ରଗଣା ନ ଦେବାରୁ ୧୮୦୪ରେ ଜୟୀ ରାଜଗୁରୁ ବିଦ୍ରୋହ କରିଥିଲେ। ଏହାକୁ ଦମନ କରିଥିଲେ ବ୍ରିଟିଶ ସରକାର।&rdquo;</p> <p>ଡକ୍ଟର ରାଉତ ଆହୁରି କହିଛନ୍ତି- &ldquo;୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ଯେଉଁ ବିଦ୍ରୋହ କରିଥିଲେ, ତାହା ଥିଲା ବ୍ରିଟିଶ ବିରୋଧରେ ପ୍ରକୃତ ସଂଗ୍ରାମ।&nbsp; ମୁଁ ସଂସ୍କୃତି ମନ୍ତ୍ରୀ ଥିବାବେଳେ &lsquo;ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ଇତିହାସ&rsquo; ଲେଖିବା ପାଇଁ ବିଶିଷ୍ଟ ଐତିହାସିକ ବି.ସି. ରାୟଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲି। ଏହି କମିଟି ହିଁ ନିଜ ରିପୋର୍ଟରେ ଏହା ଲେଖିଛନ୍ତି।&rdquo;</p> <p>ସୂଚନାଯୋଗ୍ୟ ଯେ, ଗତ ଦୁଇଦିନ ତଳେ ପୁରୀ ଗଜପତି ମହାରାଜ ଏହି ଖୋର୍ଦ୍ଧା ମହୋତ୍ସବରେ ଯୋଗଦେଇ ୧୮୧୭ ନୁହେଁ ୧୮୦୪ରେ ପାଇକ ବିଦ୍ରୋହ ହୋଇଥିଲା ବୋଲି କହିଥିଲେ। ଏହା ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା। ପରେ ବକ୍ସି ଜଗବନ୍ଧୁ ଏହାକୁ ଆଗେଇ ନେଇଥିଲେ। ଏହାକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ କାର୍ଯ୍ୟ କରୁଥିବା ସଂସ୍ଥା ଓ ରାଜ୍ୟ ସରକାର, ଏନେଇ ଉପଯୁକ୍ତ ଗବେଷଣା ସହିତ ବାସ୍ତବ ତଥ୍ୟ ଭାରତ ସରକାରଙ୍କ ନିକଟରେ ରଖିବା ଆବଶ୍ୟକ ବୋଲି ଗଜପତି କହିଥିଲେ।</p>

Related story