କୋରାପୁଟ ଅମଲା ବିବାଦ ଯୋଗୁଁ ପ୍ରଶାସନିକ ଅଚଳାବସ୍ଥା

ଭୁବନେଶ୍ୱର: କୋରାପୁଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ଘଟଣାକୁ ନେଇ ଜିଲ୍ଲାପାଳ ୧୧ ଜଣ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିବାଦରେ ବିରୋଧ ତେଜିବାରେ ଲାଗିଛି। ବିଜେପି ଏହି ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ ରାଜସ୍ୱ ଅମଲା ସଂଘ ଆଜି ରାଜ୍ୟବ୍ୟାପୀ କାମ ବନ୍ଦ ଆନ୍ଦୋଳନ କରିଛି। ଫଳରେ ଏକପ୍ରକାର ପ୍ରଶାସନିକ ଅଚଳାବସ୍ଥା ଦେଖା ଦେଇଛି। କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେବାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ […]

amala

Rakesh Mallick
  • Published: Thursday, 02 March 2017
  • , Updated: 02 March 2017, 10:52 PM IST

ଭୁବନେଶ୍ୱର: କୋରାପୁଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଅବତରଣ ଘଟଣାକୁ ନେଇ ଜିଲ୍ଲାପାଳ ୧୧ ଜଣ କିରାଣିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିବାଦରେ ବିରୋଧ ତେଜିବାରେ ଲାଗିଛି। ବିଜେପି ଏହି ପ୍ରସଙ୍ଗକୁ ନେଇ ଅଚଳାବସ୍ଥା ସୃଷ୍ଟି କରିଥିବା ବେଳେ ରାଜସ୍ୱ ଅମଲା ସଂଘ ଆଜି ରାଜ୍ୟବ୍ୟାପୀ କାମ ବନ୍ଦ ଆନ୍ଦୋଳନ କରିଛି। ଫଳରେ ଏକପ୍ରକାର ପ୍ରଶାସନିକ ଅଚଳାବସ୍ଥା ଦେଖା ଦେଇଛି।

କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେବାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣିଙ୍କୁ ନିଲମ୍ବନ କରାଯାଇଥିଲା। ଏହାକୁ ପ୍ରତିବାଦ କରି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବା ପରେ ଜିଲ୍ଲାପାଳ ସମ୍ପୃକ୍ତ କିରାଣିଙ୍କ ସମେତ ୧୧ ଜଣ କିରାଣିଙ୍କୁ ନିଲମ୍ବନ କରିଥିଲେ। ତେବେ ପରେ ଜିଲ୍ଲାପାଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନେବା ସହ ଏହି କର୍ମଚାରୀମାନଙ୍କୁ ବଦଳି କରିଥିଲେ। ହେଲେ କିରାଣିମାନଙ୍କ ବିରୋଧରେ ନିଆଯାଇଥିବା ଆଦେଶ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଆନ୍ଦୋଳନ ଚଳାଇଥିବା ବେଳେ ରାଜସ୍ୱ ଅମଲା ସଂଘ ଏଥିରେ ସାମିଲ ହୋଇଛି। ଦାବି ପୂରଣ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ଓଡ଼ିଶା ଅମଲା ସଂଘ ଆନ୍ଦୋଳନରେ ସାମିଲ ହୋଇ ନ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛି। ଓଡ଼ିଶା ଅମଲା ସଂଘ ସଭାପତି ଶତୃଘ୍ନ ପାଣିଗ୍ରାହୀ କହିଛନ୍ତି,“ଏହି ଘଟଣାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଚାଲିଛି। ଏଥିରେ ଆମେ ସାମିଲ ହୋଇନାହୁଁ। ଏହି ଘଟଣା ସମ୍ପର୍କରେ ପରବର୍ତ୍ତୀ ସମୟରେ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯିବ।”

ଯାଜପୁରରେ ମଧ୍ୟ ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଥିଲା। ଯାଜପୁର ଜିଲ୍ଲା ଅମଲା ସଂଘ ପକ୍ଷରୁ କାର୍ଯ୍ୟମନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲାପାଳଙ୍କ ବଦଳି ଦାବି କରିଛନ୍ତି ସେମାନେ।

Related story